• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Utkarsh Odisha Business Icon 2026: ଉତ୍କର୍ଷ ଓଡିଶା ବିଜନେସ୍ ଆଇକନ୍ ୨୦୨୬ ଅନୁଷ୍ଠିତ

Utkarsh Odisha Business Icon 2026: ଉତ୍କର୍ଷ ଓଡିଶା ବିଜନେସ୍ ଆଇକନ୍ ୨୦୨୬ ଅନୁଷ୍ଠିତ

Utkarsh Odisha Business Icon 2026:ଉତ୍କର୍ଷ ଓଡିଶା ଦ୍ୱାରା ଆୟୋଜିତ ବିଜନେସ୍ ଆଇକନ୍ ଆୱାର୍ଡ ୨୦୨୬ ଅନୁଷ୍ଠିତ ହୋଇଛି ।

Written ByNarmada BeheraEdited ByNarmada Behera
Published: Oct 10, 2026, 09:19 PM IST|Updated: Oct 10, 2026, 09:21 PM IST
joinshare
Utkarsh Odisha Business Icon 2026: ଉତ୍କର୍ଷ ଓଡିଶା ବିଜନେସ୍ ଆଇକନ୍ ୨୦୨୬ ଅନୁଷ୍ଠିତ
Image Credit: ଉତ୍କର୍ଷ ଓଡିଶା ବିଜନେସ୍ ଆଇକନ୍ ୨୦୨୬ ଅନୁଷ୍ଠିତ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Utkarsh Odisha Business Icon 2026:ଉତ୍କର୍ଷ ଓଡିଶା ଦ୍ୱାରା ଆୟୋଜିତ ବିଜନେସ୍ ଆଇକନ୍ ଆୱାର୍ଡ ୨୦୨୬ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା,ମୁଖ୍ୟ ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ଅଗସ୍ତି ବେହେରା, ବିଶିଷ୍ଟ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଶିଳ୍ପପତି ସୁଭାଷ ଚନ୍ଦ୍ର ତ୍ରିପାଠୀ ଯୋଗଦେଇଥିଲେ ।

    ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଉତ୍କର୍ଷ ଓଡିଶାର ବ୍ୟବସାୟ, ଉଦ୍ୟୋଗ ଭବିଷ୍ୟତ AI ର ଆବଶ୍ୟକତା ବିଷୟବସ୍ତୁ ଆଧାରିତ ଏକ ଆଲୋଚନା ଚକ୍ର ହୋଇଥିଲା l ଆରଜେ, ଭିଜେ କେପି ଏହି ଆଲୋଚନା ଚକ୍ରକୁ ପରିଚାଳନା କରିଥିବା ବେଳେ  ସୁଭାଷ ଚନ୍ଦ୍ର ତ୍ରିପାଠୀ, ସାଇ କଲ୍ୟାଣୀ ଚୌହାନ, ଡଃ ଦିଲ୍ଲୀପ, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ଦୀପକ କୁମାର ନାଥ ଏବଂ ଗୁରୁ ପ୍ରସାଦ ଜୀ ଭାଗ ନେଇଥିଲେ ।

    ଦ୍ଵିତୀୟ ପର୍ଯ୍ୟାୟରେ ଆମନ୍ତ୍ରିତ ଅତିଥି ମାନେ କାର୍ଯ୍ୟକ୍ରମର ମହତ୍ୱ ଏବଂ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରି ବିକଶିତ ଓଡିଶା ଉପରେ ତାଙ୍କ ବହୁମୂଲ୍ୟ ମତ ଦେଇଥିଲେ ଏବଂ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ସହିତ ଉତ୍ସାହିତ କରିଥିଲେ । ତୃତୀୟ ପର୍ଯ୍ୟୟରେ ପ୍ରାୟ ୩୦ ଜଣ ଲବ୍ଧ ପ୍ରତିଷ୍ଠିତ ବିଜିନେସ୍ ଆଇକନ୍ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଉତ୍କର୍ଷ ଓଡିଶାର ପ୍ରତିଷ୍ଠାତା ଡଃ ଭରତ ପ୍ରଧାନ ଦୀର୍ଘ ୫ବର୍ଷ ହେଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟମ କରିଆସୁଛନ୍ତି l ଯୁବ ଉଦ୍ୟୋଗୀମାନଙ୍କୁ ଗୋଟିଏ ମଞ୍ଚରେ ସମ୍ମାନିତ କରିବା ଦ୍ୱାରା ସେମାନେ ଉତ୍ସାହିତ ହେଉଛନ୍ତି । ଡଃ ଭରତ ପ୍ରଧାନଙ୍କର ଏହି ମହତ ଉଦ୍ଦେଶ୍ୟ ପାଇଁ ଆମନ୍ତ୍ରିତ ଅତିଥି ମାନଙ୍କ ସମେତ ସମସ୍ତ ଆୱାର୍ଡି ଉଚ୍ଚ ପ୍ରଶଂସା କରିଥିଲେ ।

     

    Add Zee News as a Preferred Source
    TAGS:
    Odia News