ପାରାଦୀପ: (ନାରାୟଣ ବେହେରା) ଗୋଟିଏ ପଟେ ଆଜି ପାରାଦୀପ ପୌର ପରିଷଦର ବୈଠକ ଚାଲିଥିବା ବେଳେ ଅନ୍ୟ ପଟରେ ପୌର ପାଳିକାରେ ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା ଦେଇଛନ୍ତି ଉପାଧ୍ୟକ୍ଷା ଛବି ଲତା ରାଉତ ଓ ଦୁଇ ଜଣ ପାରିଷଦ ।
୧୯ ଗୋଟି ୱାର୍ଡରେ ସାନିଟେସନ ଟେଣ୍ଡର ଅବଧି ସରି ଥିବା ବେଳେ ପୁନଃ ଟେଣ୍ଡର ନକରି ତାକୁ ୨ ବର୍ଷ ବୃଦ୍ଧି କରାଯିବା , ବିଓଭି ଗାଡିରେ ଉଦ୍ଦେଶ୍ୟ ମୂଳକ ଭାବେ ମାନଦଣ୍ଡ ବୃଦ୍ଧି କରି ଅନେକ ଏସଏଚଜି ମହିଳା ମାନଙ୍କୁ ଏଥିରୁ ଦୁରେଇ ରଖିବା, ଟେଣ୍ଡର ସରିଥିବା ବେଳେ ପୁଣି ଅବଧି ବୃଦ୍ଧି କରିବା ଓ ଅନେକ କାର୍ଯ୍ୟ ସେମାନଙ୍କୁ ନପଚାରି ଓ ତାଙ୍କ ମତାମତ ନିଆ ନଯାଇ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହାକୁ ଖଣ୍ଡନ କରିବା ସହ ଯାହା ସମସ୍ତଙ୍କର ନିଷ୍ପତ୍ତି ତାହା ଗ୍ରହଣ କରାଯାଉଛି ଏବଂ ମୋତେ କେହି କୌଣସି ବିଷୟରେ ଅବଗତ କରାଇ ନାହାନ୍ତି ବରଂ ଉଦ୍ଦେଶ୍ୟମୂଳକ ଭାବେ ଏହା କରାଯାଉଥିବା ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ପ୍ରକାଶ କରିଛନ୍ତି । ଆମ ସହ ୧୬ ଜଣ ପାରିଷଦ ଆଜିକାର ବୈଠକରେ ଥିବା ବେଳେ ଆଗକୁ ନିର୍ବାଚନ ଆସୁଥିବାରୁ ଏପରି କରାଯାଉଛି ବୋଲି ସିଏ ପ୍ରକାଶ କରିଛନ୍ତି । ସେହିପରି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ କୌଣସି ମତାମତ ଦେବାକୁ ସ୍ପଷ୍ଟ ମନା କରିଛନ୍ତି।