Weather Update: ରାଜ୍ୟରେ ୯ ଜିଲ୍ଲାରେ ଆଗାମୀ ୨ ଦିନ ଝଡ଼ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ୨ ତାରିଖ ସକାଳ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର,ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲା ଗୁଡିକରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ଝଡ଼ ସହିତ ବଜ୍ରପାତ ଏବଂ ୩୦ ରୁ ୪୦ କିମି ଘଣ୍ଚା ପ୍ରତି ପବନ ନେଇ ସତର୍କତା ଜାରି ହୋଇଛି।
Warning for Odisha.
Day-1 & Day-2 : Isolated Thunderstorm with Lightning and Gusty Wind.
Day-3 to Day-7 : No Warning.#odisha #weather #warning pic.twitter.com/mmAOhERVbK— Meteorological Centre, Bhubaneswar (@mcbbsr) October 1, 2026
୭ ତାରିଖ ଯାଏଁ ରାଜ୍ୟରେ କୌଣସି ଜିଲ୍ଲାକୁ ଝଡ଼ବର୍ଷା ନଥିବା ବେଳେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବଜ୍ରପାତ ଯୋଗୁଁ ଜୀବନ ହାନୀ କିମ୍ବା ଗୁରୁତର ଆହତ ହେବାର ସମ୍ଭାବନା ରହିଛି। ତୁରନ୍ତ ଭାରୀ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳ ଜମା ହୋଇପାରେ। ବିତ୍ୟୁତ୍ କିମ୍ବା ତାର ଗଛ ଭାଙ୍ଗିବାର ଆଶଙ୍କା ରହିଛି। ଖୋଲା ସ୍ଥାନରେ ଥିବା ଲୋକଙ୍କ ପାଇଁ ବିପଦ ଅଛି।
ତେଣୁ ଖୋଲାସ୍ଥାନ, ଗଛ ତଳ କିମ୍ବା ବିଦ୍ୟୁତ୍ ତାର ନିକଟରେ ରହନ୍ତୁ ନାହିଁ, ଘର ଭିତରେ ସୁରକ୍ଷିତ ରୁହନ୍ତୁ , ମୋବାଇଲ୍ ଫୋନ୍ ଚାର୍ଜ ରଖନ୍ତୁ ଏବଂ ଆବଶ୍ୟକୀୟ ଜିନିଷ ଚାର୍ଜ ରଖନ୍ତୁ। ସେହିପରି ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାରୁ ବିରତ ରୁହନ୍ତୁ। ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶ ଅନୁସରଣ କରନ୍ତୁ ବୋଲି ଆଇଏମଡି଼ ପରାମର୍ଶ ଦେଇଛି।