• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Weather Update: ଅକ୍ଟୋବର ୨୯ରେ ସାମ୍ଭାବ୍ୟ ବାତ୍ୟା ଆଶଙ୍କା! ଓଡ଼ିଶାରେ କ'ଣ ରହିବ ପ୍ରଭାବ ଜାଣନ୍ତୁ?

Weather Update: ଅକ୍ଟୋବର ୨୯ରେ ସାମ୍ଭାବ୍ୟ ବାତ୍ୟା ଆଶଙ୍କା! ଓଡ଼ିଶାରେ କ'ଣ ରହିବ ପ୍ରଭାବ ଜାଣନ୍ତୁ?

Weather Update: ଦଶହରାରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କମ୍ ରହିଛି। ତେବେ, କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ଆଜି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି।

Written ByNarmada BeheraEdited ByNarmada Behera
Published: Oct 19, 2026, 04:12 PM IST|Updated: Oct 19, 2026, 04:14 PM IST
joinshare
Weather Update: ଅକ୍ଟୋବର ୨୯ରେ ସାମ୍ଭାବ୍ୟ ବାତ୍ୟା ଆଶଙ୍କା! ଓଡ଼ିଶାରେ କ'ଣ ରହିବ ପ୍ରଭାବ ଜାଣନ୍ତୁ?
Image Credit: ଦଶହରାରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କମ୍

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Weather Update: ଦଶହରାରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କମ୍ ରହିଛି।  ତେବେ, କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ଆଜି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡି଼ଶାର  କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି। ଆଜି ବିଶେଷକରି, ଜଗତସିଂହପୁର,କଟକ, କନ୍ଧମାଳ,ନବରଙ୍ଗପୁର , ରାୟଗଡା, କୋରାପୁଟ୍ , ମାଲକାନଗିରି , ଗଂଜାମ , ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସେହିପରି, ଆସନ୍ତାକାଲି(୨୦ତାରିଖ) କଳାହାଣ୍ତି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୧ ଓ ୨୨ ତାରିଖରେ କୋରାପୁଟ୍ ଓ ମାଲକାନଗିରିରେ ବର୍ଷା ହୋଇପାରେ। ସେପଟେ, ଅକ୍ଟୋବରରେ ପ୍ରତ୍ୟକ ବର୍ଷ ବାତ୍ୟା ଆସିଥାଏ। ସେ ୧୯୯୯ର ମହାବାତ୍ୟା ହେଉ କି ୨୦୧୩ରେ ଫାଇଲିନ୍,୨୦୧୪ରେ ହୁଡହୁଡ୍ ଓ ୨୦୨୪ର ଦାନା,ଏହିସବୁ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା।

    ALSO READ: Senior Journalist Bibhuti Pati Passes Away:ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ବିୟୋଗ,ହୃଦଘାତରେ...

     

    Warning for Odisha. Day-1 & Day-2 : Isolated Thunderstorm with Lightning and Gusty Wind. Day-3 to Day-7: No Warning. #odisha #weather #warning https://t.co/lBNnReFRkl

    — Meteorological Centre, Bhubaneswar (@mcbbsr) October 19, 2026

     

    ମାସ ଶେଷକୁ ବାତ୍ୟା  ଆଶଙ୍କା ଥିବା ନେଇ ଚର୍ଚ୍ଚା ଜୋର ଧରୁଛି। ଅକ୍ଟୋବର ୨୯ ବେଳକୁ ହୋଇପାରେ ବାତ୍ୟା। ଏହା ଓଡ଼ିଶା ନା ଆନ୍ଧ୍ର ମୁହାଁ ହେବ? ୨୨ ରୁ ୨୩ ତାରିଖ ମଧ୍ୟରେ ଆଣ୍ତାମାନ୍ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ହେଲେ, କିଛି ଆନ୍ତର୍ଜାତୀୟ ମଡେଲ୍ ଆକଳନ କରୁଛନ୍ତି ଯେ, ଏହି ଲଘୁଚାପ ସାମ୍ଭାବ୍ୟ ବାତ୍ୟାର ରୂପ  ନେଇ ୨୮ ରୁ ୨୯ ତାରିଖ ଦିନ ଏହା ବାତ୍ୟାର ରୂପ ନେଇପାରେ। ଯାହା ଆନ୍ଧ୍ର ଓ ଓଡି଼ଶା ଉପକୂଳ ଛୁଇଁବାର ଅଧିକ ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଆକଳନ କରାଯାଇପାରିବ। ସେପଟେ, ସାମ୍ଭାବ୍ୟ  ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ପ୍ରକାର ସ୍ପଷ୍ଟ ଆକଳନ କରାଯାଇନାହିଁ।

     

     

    Add Zee News as a Preferred Source
    TAGS:
    Odia News