• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Odisha Weather: ଅବପାତ ଦୁର୍ବଳ! ଆସନ୍ତା ୨୪ ଘଣ୍ଟା ଏହିସବୁ ଜିଲ୍ଲାରେ ହେବ ଭୀଷଣ ବର୍ଷା ସହ ୫୦ କିମି ବେଗରେ ବହିବ ପବନ....

Odisha Weather: ଅବପାତ ଦୁର୍ବଳ! ଆସନ୍ତା ୨୪ ଘଣ୍ଟା ଏହିସବୁ ଜିଲ୍ଲାରେ ହେବ ଭୀଷଣ ବର୍ଷା ସହ ୫୦ କିମି ବେଗରେ ବହିବ ପବନ....

Odisha Weather: ଏ କି ପ୍ରକାର ଗଭୀର ଅବପାତ ଥିଲା? ୪ ଦିନ କାଳ ଓଡ଼ିଶାରେ ନିର୍ଧୁମ୍ ବର୍ଷିଲା। ଆହୁରି ଗୋଟିଏ ଦିନ ବର୍ଷିବା ନେଇ ଆକଳନ କରାଯାଉଛି।

Reported ByNarmada BeheraEdited ByNarmada Behera
Published: Sep 26, 2026, 09:00 AM IST|Updated: Sep 26, 2026, 09:21 AM IST
joinshare
Odisha Weather: ଅବପାତ ଦୁର୍ବଳ! ଆସନ୍ତା ୨୪ ଘଣ୍ଟା ଏହିସବୁ ଜିଲ୍ଲାରେ ହେବ ଭୀଷଣ ବର୍ଷା ସହ ୫୦ କିମି ବେଗରେ ବହିବ ପବନ....
Image Credit: ଅବପାତ ଦୁର୍ବଳ! ଆସନ୍ତା ୨୪ ଘଣ୍ଟା ଏହିସବୁ ଜିଲ୍ଲାରେ ହେବ ଭୀଷଣ ବର୍ଷା ସହ ୫୦ କିମି ବେଗରେ ବହିବ ପବନ....

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Odisha Weather: ଏ କି ପ୍ରକାର ଗଭୀର ଅବପାତ ଥିଲା? ୪ ଦିନ କାଳ ଓଡ଼ିଶାରେ ନିର୍ଧୁମ୍ ବର୍ଷିଲା। ଆହୁରି ଗୋଟିଏ ଦିନ ବର୍ଷିବା ନେଇ ଆକଳନ କରାଯାଉଛି। ଗତ ୨୪ ଘଣ୍ଟା ଭିତରେ  ଦକ୍ଷିଣରୁ ଉତ୍ତର  , ଉପକୂଳରୁ ପଶ୍ଚିମ  ଚାରିଆଡେ ପ୍ରବଳ ବର୍ଷା କରିଛି। ଦକ୍ଷିଣ ଓଡ଼ିଶାର ଗୋଟିଏ ସ୍ଥାନରେ ଦିନକରେ ପାଖାପାଖି ୪ ଶହ ମିଲିମିଟର ବର୍ଷା ଢାଳିଛି। ଦକ୍ଷିଣ ଓଡି଼ଶାରେ ଏହାର ପ୍ରକୋପ ସୀମିତ ରହିନି। ଉପକୂଳ, , ଉତ୍ତର, ପଶ୍ଚିମ ଓଡି଼ଶାକୁ କଲବଲ୍ କରିଛି। ସବୁଠାରୁ ଆଶ୍ଚର୍ଯ୍ୟ କଲା, ସ୍ଥଳଭାଗକପ ପ୍ରବେଶ କରିବାର ପ୍ରାୟ ୪୦ ଘଣ୍ଟା ପରେ ବି ପବନ ବେଗ ଥିଲା ୫୦-୬୦ କିମି ଉପରେ। ଏମିକି ଅବପାତ ଛତିଶଗଡ ଯିବା ପରେ ଓଡି଼ଶାରେ କୋପ କମିନି। ରାତି ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ଲାଗିଛି। ଅବପାତ ଗତିପଥଠୁ  ଶହ ଶହ କିଲୋମିଟର ଦୂରରେ ଥିବା ଅଞ୍ଚଳେ ବିଶାଳ ଗଛ ଉପୁଡି ପଡିଛି। ଭୁବନେଶ୍ବରରେ ଶୁକ୍ରବାର ମଧ୍ୟ ତୁହାକୁ ତୁହା ପବନ  ଧକ୍କା ମାଡ଼ ହୋଇଥିଲା। ସୁ ସୁ ଶଦ୍ଧ ବାତ୍ୟା ଭଳି । ସମସ୍ତଙ୍କ ମନରେ ପ୍ରଶ୍ନ ଯେ, ଗଭୀର ଅବପାତ  ଏତେ ଶକ୍ତିଶାଳୀ ହେଲା କେମିତି? ଏହି ସିଣ୍ଟମ୍ କୁ ନେଇ ପାଣିପାଗ ବିଜ୍ଞାନୀ  ସଂସ୍ଥା ଓ ବିଭିନ୍ନ ମଡେଲ୍ ମଧ୍ୟରେ ଦ୍ବନ୍ଦ ଦେଖାଦେଇଛି। ଆମେରିକା ଜଏଣ୍ଟ ଟାଇଫୁନ୍ ସେଣ୍ଟର ଏହାକୁ ବାତ୍ୟା ବୋଲି ଦର୍ଶାଇଥିଲା। ହେଲେ ଆଇଏମଡି଼ ଏହାକୁ ଗଭୀର ଅବପାତ ହିଁ  ଦର୍ଶାଇଛି।

     

    Warning for Odisha. 
    Day-1 : Isolated Heavy to Very Heavy Rainfall. 
    Day-1 & Day-2 : Isolated Heavy Rainfall, Isolated Thunderstorm with Lightning and Gusty Wind. 
    Day-3 to Day-7 : No Warning. #odisha #rainfall #weather #warning pic.twitter.com/fU1koiKFLY

    — Meteorological Centre, Bhubaneswar (@mcbbsr) September 25, 2026

     

    ସେପଟେ, ଲଗାଣ ବର୍ଷା କାରଣରୁ ରାଜ୍ୟର ଅଧିକାଂଶ ସ୍କୁଲ୍ କୁ ଛୁଟି ଘୋଷଣା କରାଯାଇଛି।  ୨୭ ତାରିଖ ସକାଳ ଯାଏଁ ରାଜ୍ୟକୁ ବିଜୁଳି ଘଡ଼ଘଡ଼ି ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି। ୨୭ ତାରିଖ ଅପରାହ୍ନରୁ ବର୍ଷା କମିବ। ଆଜି(ଶନିବାର) ସୁନ୍ଦରଗଡ, ଝାରସୁଗୁଡା,ବରଗଡ଼ ଆଦି କିଛି ଉତ୍ତର ପଶ୍ଚିମ ଜିଲ୍ଲାରେ ବିକ୍ଷିପ୍ତ ଭାବେ ବର୍ଷା ବିଜୁଳି ଘଡ଼ଘଡି଼ ସହ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ। ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ।  ସୀମାନ୍ତ ଜିଲ୍ଲା ଗୁଡିକରେ  ଆଉ ୨୪ ଘଣ୍ଚା  ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି।  
     

    Add Zee News as a Preferred Source