• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Weather Update:ବର୍ଷା ଓ ବଜ୍ରପାତ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି!

Weather Update:ବର୍ଷା ଓ ବଜ୍ରପାତ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି!

Weather Update: ଉତ୍ତର ପୂର୍ବ ବିହାର ଠାରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଝାଡ଼ଖଣ୍ତ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପର ଦେଇ ଏକ ଟ୍ରପ୍ ଲାଇନ୍ ଗଠନ ହୋଇଛି। ଯାହା ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ଉଚ୍ଚତାରେ ରହିଛି। ଏହି ସିଷ୍ଟମ ଯୋଗୁଁ ମୟୂରଭଂଜ ସମେତ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Written ByNarmada BeheraEdited ByNarmada Behera
Published: Oct 05, 2026, 07:19 AM IST|Updated: Oct 05, 2026, 07:21 AM IST
joinshare
Weather Update:ବର୍ଷା ଓ ବଜ୍ରପାତ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି!
Image Credit: ବର୍ଷା ଓ ବଜ୍ରପାତ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି!

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Weather Update: ଉତ୍ତର ପୂର୍ବ ବିହାର ଠାରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର  ପର୍ଯ୍ୟନ୍ତ ଝାଡ଼ଖଣ୍ତ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପର ଦେଇ ଏକ ଟ୍ରପ୍ ଲାଇନ୍ ଗଠନ ହୋଇଛି।  ଯାହା ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ଉଚ୍ଚତାରେ ରହିଛି।  ଏହି ସିଷ୍ଟମ ଯୋଗୁଁ ମୟୂରଭଂଜ ସମେତ  କିଛି ଜିଲ୍ଲାରେ  ବର୍ଷା ହେବାର ସମ୍ଭାବନା ରହିଛି। ଆଜି ମୟୂରଭଂଜ, ନବରଙ୍ଗପୁର, ରାୟଗଡା, କୋରାପୁଟ୍ ଓ ମାଲକାନଗିରି ଆଦି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 

     

    https://t.co/CcEoMqPdKI

    — Meteorological Centre, Bhubaneswar (@mcbbsr) October 4, 2026

     

    ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ। ୬ ତାରିଖରେ ମଧ୍ୟ ସୁନ୍ଦରଗଡ ,ମୟୂରଭଂଜ, ଉତ୍ତର ଓଡି଼ଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖରୁ ବର୍ଷାର ପ୍ରଭାବ ବଢିବ। ସୁନ୍ଦରଗଡ, ମୟୂରଂଜ, କେନ୍ଦୁଝର,  ଏବଂ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ  ବଜ୍ରପାତ ଓ ବିଜୁଳି ସହ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। 

    ୮ ତାରିଖରେ  ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ସୁନ୍ଦରଗଡ଼, ମୟୂରଭଂଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ  ବଜ୍ରପାତ , ବିଜୁଳି ସହ ୩୦ ରୁ ୪୦ କିମି ବେଗରେ ପବନ ରହିଛି। ୯ ଓ ୧୦ ତାରିଖରେ କୌଣସି ୟେଲୋ ଆଲର୍ଟ ନାହିଁ।  ଉପକୂଳ ଓ ଉତ୍ତର ଓଡ଼ିଶା ଏବଂ ମୟୂରଭଂଜ, କେନ୍ଦୁଝର ଆଦି ଜିଲ୍ଲାରେ  ଏକ ଓ ୨ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ।  ପରେ ବାଦଲ ଓ ବର୍ଷା ଯୋଗୁଁ ଦିନ ତାପମାତ୍ରା ବଢିବ।  ବର୍ତ୍ତମାନ ବର୍ଷା ନେଇ କୌଣସି ବଡ଼ ଚିନ୍ତା ନାହିଁ।  ତେବେ, ଟ୍ରପ୍ ଲାଇନ୍ ପ୍ରଭାବରେ  ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ।  ଲୋକମାନେ ବଜ୍ରପାତ ଓ ବିଜୁଳି ସମୟରେ  ସତର୍କ ରହିବ ଉଚିତ୍ ବୋଲି ପାଣିପାଗ ବିଜ୍ଞାନୀ ଡଃ ସଞ୍ଜୀବ ଦ୍ବିବେଦି କହିଛନ୍ତି।

     

     

    Add Zee News as a Preferred Source