Southwest Monsoon: ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡ଼ିଶାରୁ ବିଦାୟ ନେବାକୁ ଯାଉଛି ମୌସୁମୀ ବାୟୁ। କିଛି ଜିଲ୍ଲାରୁ ବିଦାୟ ନେଇସାରିଥିବା ବେଳେ ୨୩ ଜିଲ୍ଲାକୁ ପାଣିପାଗ ବିଭାଗ ବର୍ଷା ଆଲର୍ଟ ଜାରି କରିଛି।
ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀର ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାର କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେଇସାରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି ।
ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ୱଲପୁର, ଦେବଗଡ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ଅଞ୍ଚଳରେ ପବନର ବେଗଦ ଘଣ୍ଟା ପ୍ରତି ୩୦ରୁ ୫୦କିମି ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି ।
Southwest Monsoon has withdrawn from most parts of Baragada, some parts of Sundargada, Jharsuguda, Balangir, Nuapada and Nabarangpur districts of Odisha today, on 08th October, 2026. The line of withdrawal of Southwest Monsoon now passes through 27.5°N/86.5°E, Supaul, Ranchi, https://t.co/ihM2hBAQwG
— Meteorological Centre, Bhubaneswar (@mcbbsr) October 8, 2026
ସେହିପରି, ଅକ୍ଟୋବର ୯ରୁ ୧୦ ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ମଧ୍ୟରେ ରହିପାରେ ।
Warning for Odisha. Day-1 to Day-2 : Isolated Thunderstorm with Lightning and Gusty Wind. Day-3 to Day-7 : No Warning. #odisha #weather #warning https://t.co/SuBchlgsD4
— Meteorological Centre, Bhubaneswar (@mcbbsr) October 8, 2026