SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

DJ Music Banned:ଦୁର୍ଗାପୂଜା ଭସାଣୀ ବେଳେ ବାଜିବନି ଡିଜେ, ଭୁବନେଶ୍ବର ଡିସିପି କହିଲେ...

DJ Music Banned: ଦୁର୍ଗା ପୂଜା ନେଇ ଉତ୍ସବ ମୁଖର ଗାଁ ଠୁ ସହର। ଆଜି ଦଶହରା ନେଇ ସବୁଠି ଲାଗି ରହିଛି ଉତ୍ସାହର ମାହୋଲ।

Written By Narmada Behera Edited By Narmada Behera
Published: Oct 20, 2026, 03:24 PM IST | Updated: Oct 20, 2026, 03:29 PM IST
Image Credit: ଦୁର୍ଗାପୂଜା ଭସାଣୀ ବେଳେ ବାଜିବନି ଡିଜେ
Join

DJ Music Banned: ଦୁର୍ଗା ପୂଜା ନେଇ ଉତ୍ସବ ମୁଖର ଗାଁ ଠୁ ସହର। ଆଜି ଦଶହରା ନେଇ ସବୁଠି ଲାଗି ରହିଛି ଉତ୍ସାହର ମାହୋଲ। ହେଲେ ଏପଟେ, ଭୁବନେଶ୍ବରରେ ଦୁର୍ଗାପୂଜା ଭସାଣୀ ସମୟରେ ଡିଜେ ବାଜିବା ନେଇ କଟକଣା ଲଗାଯାଇଛି। ଯଦି କୈଣସି ପୂଜା କମିଟି ଏହି ନିୟମର ଉଲଘଂନ କରନ୍ତି। ତେବେ, ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବା ସହ ଡିଜେ ଜବତ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଶ୍ରବଣ ବିବେକ୍ ଏମ୍ (Deputy Commissioner of Police (DCP) Saravana Vivek M )।

ସେ ଆହୁରି କହିଛନ୍ତି ଯେ, ବିସର୍ଜନ ଶୋଭାଯାତ୍ରା ଆୟୋଜକମାନଙ୍କ ସହ ପୋଲିସ୍ ଦୁଇଟି ବୈଠକ କରିଛି।  ଏହି ବୈଠକରେ କଟକଣା ସମ୍ପର୍କରେ ଅବଗତ କରାଯିବା ସହ ଉତ୍ସବ ପାଇଁ ହୋଇଥିବା ବ୍ୟବସ୍ଥା ଉପରେ ବି ଆଲୋଚନା କରାଯାଇଥିଲା। ଆୟୋଜକମାନେ ଏହି ନିୟମ ଗୁଡିକୁ ପାଳନ କରିବାକୁ ସହମତ ହୋଇଥିବା କହିଛନ୍ତି। ଯେତେବେଳେ, ଡିଜେ ବଦଳରେ ଆଉ କଣ ବ୍ୟବହାର କରିହେବ ବୋଲି ଭସାଣୀରେ କମଟି ପକ୍ଷରୁ ପୋଲିସକୁ ପ୍ରଶ୍ନ କରିଥିଲେ ଆୟୋଜକମାନେ ଏହି ସମୟରେ, ପୋଲିସ୍ ସେମାନଙ୍କୁ ପାରମ୍ପାରିକ ବାଦ୍ୟ ବ୍ୟବହାର କରିପାରିବା ପାଇଁ ପରାମର୍ଶ ଦେଇଥିଲା ।

ALSO READ: Durga Puja 2026: ମୁଖ୍ୟମନ୍ତ୍ରୀ ଜଣାଇଲା ଦୁର୍ଗାପୂଜାର ଶୁଭେଚ୍ଛା, ଏଥର ପୂଜା ମଣ୍ତପ ବୁଲିବେନି ମୋହନ ମାଝୀ

ALSO READ: Entertainment News: ସିନେ ଜଗତରେ ଶୋକର ଛାୟା, ଆଉ ନାହାଁନ୍ତି ଏହି ଭେଟେରାନ୍ ଅଭିନେତ୍ରୀ

 ଏହା ବ୍ୟତିତ ଭୁବନେଶ୍ବରର ୯ଟି ସ୍ଥାନରେ ଆୟୋଜିତ ହେବାକୁ ଥିବା ରାବଣ ପୋଡି କାର୍ଯ୍ୟକ୍ରମ ପାଇଁ ମଧ୍ୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ସବୁ କାର୍ଯ୍ୟକ୍ରମ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏବଂ ଦୁର୍ଘଟଣାକୁ ଏଡାଇବା ପାଇଁ ଆୟୋଜକମାନଙ୍କୁ ସୁରକ୍ଷା ନିର୍ଦ୍ଦେଶାବଳୀର ଦାୟିତ୍ବ ଦିଆଯାଇଛି। ବିଶେଷକରି, ରାବଣ ପୋଡ଼ି ହେଉଥିବା ସ୍ଥାନର ଚାରିପାଖରେ ଅତିକମ୍ ରେ ୧୦୦ ମିଟପ ଦୂରତା ବଜାୟୀ ରଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏବଂ ବାଣ ରଖାଯାଉଥିବା ସ୍ଥାନ ଆୟୋଜନ ସ୍ଥାନ ଠାରୁ ୨୫୦ ମିଟର ଦୂରରେ ହେଉା ପାଇଁ ଆୟୋଜକ ମାନଙ୍କୁ ତାଗିଦ୍ କରାଯାଇଛି। ଏବଂ ପ୍ରଶାସନକୁ ସହଯୋଗ କରିବାକୁ ବି କୁହାଯାଇଛି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES