ଭୁବନେଶ୍ୱର: ଉପରାଷ୍ଟ୍ରପତିଙ୍କ ଓରିଏଣ୍ଟସନ କାର୍ଯ୍ୟକ୍ରମକୁ କଂଗ୍ରେସ ଦଳ ବୟକଟ୍ କରିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ବିଜେଡି ମଧ୍ୟ ବୟକଟ୍ କରୁ ବୋଲି ଆହ୍ଵାନ ଦେଉଛି ବୋଲି ଭକ୍ତ କହିଛନ୍ତି । ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ସାମ୍ବିଧାନିକ ପଦ ତେଣୁ ଯଥେଷ୍ଟ ସମ୍ମାନ ରହିଛି।
ଏ ସରକାରରେ ବିଧାୟକମାନଙ୍କର ସମ୍ମାନ ନାହିଁ ତେଣୁ ବୟକଟ ଦରକାର । ବିରୋଧୀ ବିଧାୟକ ଭଲଭାବେ ତାଲିମପ୍ରାପ୍ତ, ଟ୍ରେନିଂ ବିଜେପି ବିଧାୟକଙ୍କୁ ଦରକାର ବୋଲି ପିସିସି ସଭାପତି କହିଛନ୍ତି ।
ଅନ୍ୟପଟେ, କଂଗ୍ରେସର ବୟକଟ ନିଷ୍ପତ୍ତି ଉପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯିଏ ନ ଆସିବ ନାହିଁ, ମୋ ପାଇଁ ଶିକ୍ଷା ଦରକାର । ସେମାନେ ପ୍ରଶିକ୍ଷଣ ନେଇଛନ୍ତି ବିଧାନସଭା ଆସିଲେ ଗଣ୍ଡଗୋଳ କରିବୁ । ସେମାନଙ୍କୁ ଟ୍ରେନିଂ ଦରକାର ନାହିଁ, ଜ୍ଞାନ କି ପଢ଼ିବାର ଦରକାର ନାହିଁ ବୋଲି ରୋକ୍ ଠୋକ୍ ଭାବେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
ଆପଣଙ୍କୁ କହିରଖୁଛୁ ଯେ, ନଭେମ୍ୱର ୧୬ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ସକାଳ ୯ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଭୁବନେଶ୍ୱର ଓ କଟକରେ ଆୟୋଜିତ ୨ଟି କାର୍ଯ୍ୟକ୍ରମରେ ଯୋଗଦେବେ । ବିଧାନସଭା ସଦସ୍ୟଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟନ କରିବେ । ୧୦ଟାରୁ ୧୧ଟା ୧୫ ପର୍ଯ୍ୟନ୍ତ ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ସକାଳ ୧୧ଟା ୨୫ରେ ଭୁବନେଶ୍ୱରରୁ ସଡ଼କ ପଥରେ କଟକ ବାହାରିବେ । ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ନୂତନ ଆଇକନିକ୍ ଟାୱାର ଉଦ୍ଘାଟନ କରିବେ । ଅପରାହ୍ନ ୨ଟା ୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବେ ।