Low Pressure:'ଅର୍ଣ୍ଣବ'ପରେ ଆସୁଛି ଆଉ ଏକ ଲଘୁଚାପ! ପୁଣି ବର୍ଷିବ
Low Pressure: 'ଅର୍ଣ୍ଣବ' ପ୍ରକୋପ ନ ଯାଉଣୁ ଦାନା ବାନ୍ଧିଲାଣୀ ଆଉ ଏକ ଲଘୁଚାପ। ଦକ୍ଷିଣ ଆଣ୍ତାମାନ୍ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି।
Low Pressure: 'ଅର୍ଣ୍ଣବ' ପ୍ରକୋପ ନ ଯାଉଣୁ ଦାନା ବାନ୍ଧିଲାଣୀ ଆଉ ଏକ ଲଘୁଚାପ। ଦକ୍ଷିଣ ଆଣ୍ତାମାନ୍ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅର୍ଥାତ୍ ଆଜି ଏହା ଲଘୁଚାପ ରୂପ ନେଇପାରେ। ବର୍ତ୍ତମାନ ସୁଧା ଆଇଏମଡି ଏତିକି ପୂର୍ବାନୁମାନ କରିଛି। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏବେ ସୁଧା କିଛି କୁହାଯାଇନି।
ବିଦେଶୀ ପାଣିପାଗ ମଡେଲ୍ ଜିଏଫଏସ୍ ଆକଳନ ଅନୁସାରେ, ସାମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। ଏହା ଓଡି଼ଶା ଓ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଆସିପାରେ ଆସନ୍ତା ୧ -୨ ତାରିଖ ବେଳକୁ। ଓଡି଼ଶା ପଶ୍ଚିମବଙ୍ଗ ଉପକୂଳରେ ଘସି ହୋଇ ବାଂଲାଦେଶ ଆଡ଼କୁ ଯାଇପାରେ। ଏଥିରେ ବାୟୁର ଚାପ ୯୭୭ରୁ ୯୯୦ ପର୍ଯ୍ୟନ୍ତ ରହିପାରେ। ଅପରପକ୍ଷରେ ଇସିଏମଡବ୍ଲୁଏଫ୍ ଅନୁସାରେ, ସାମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳ ଆଡ଼କୁ ଯାଇପାରେ ଆସନ୍ତା ୨ ତାରିଖ ବେଳକୁ।
ALSO READ: Arnab Cyclone: ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍! ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅର୍ଣ୍ଣବ'
ସେପଟେ,ବାତ୍ୟା ‘ଅର୍ଣ୍ଣବ’ ର ପ୍ରଭାବ ୧୭ ଜିଲ୍ଲାରେ ପଡିଛି। ଗଜପତି, ଗଞ୍ଜାମ ଓ କନ୍ଧମାଳ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସୂଚନା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବଢୁଛି ବିଭିନ୍ନ ନଦୀ ଓ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ସୋରଡ଼ାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି ।ଏବଂ ଏକାଧିକ ଗାଁରେ ବନ୍ୟା ପାଣି ପଶିଯାଉଛି। ଅନ୍ୟପଟେ, ମାଲକାନଗିରିରେ ବି ବର୍ଷା ଲାଗି ରହିବା ସହ ହାଲୁକା ପବନ ବୋହୁଛି। ଲଗାଣ ବର୍ଷା କାରଣରୁ ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ