ରାଜଧାନୀରେ AIKKMSର ବିଶାଳ ବିକ୍ଷୋଭ: ଚାଷୀ ସମସ୍ୟାକୁ ନେଇ ଗର୍ଜିଲେ ଆନ୍ଦୋଳନକାରୀ
ବିକ୍ଷୋଭ ସଭାରେ ଅଭିଯୋଗ କରିଛନ୍ତି ଯେ, ସରକାର ପୁଞ୍ଜିପତି ଓ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଫାଇଦା ପହଞ୍ଚାଇବା ପାଇଁ ଓଡ଼ିଶାରେ କୃଷକ ମାନଙ୍କ ଜମିକୁ ବଳପୂର୍ବକ ଦେଇଦେଉଛନ୍ତି ଓ ବିଭିନ୍ନ ନୀତି ପ୍ରଣୟନ କରୁଛନ୍ତି, ଯାହା ଦ୍ୱାରା ପ୍ରକୃତ କୃଷକ ଓ ଶ୍ରମିକ ନିଷ୍ପେସିତ ହେଉଛନ୍ତି।
ଭୁବନେଶ୍ୱର: (ମନୋଜ ମାଲିଆ) ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ (AIKKMS) ଓଡ଼ିଶା ଶାଖା ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଚାଷୀ ଏବଂ କ୍ଷେତ ମଜଦୁର ଏହି ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ କୃଷି ନୀତି ବିରୋଧରେ ସ୍ଲୋଗାନ ଦେଇଛନ୍ତି।
ବିକ୍ଷୋଭ ସଭାରେ ଅଭିଯୋଗ କରିଛନ୍ତି ଯେ, ସରକାର ପୁଞ୍ଜିପତି ଓ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଫାଇଦା ପହଞ୍ଚାଇବା ପାଇଁ ଓଡ଼ିଶାରେ କୃଷକ ମାନଙ୍କ ଜମିକୁ ବଳପୂର୍ବକ ଦେଇଦେଉଛନ୍ତି ଓ ବିଭିନ୍ନ ନୀତି ପ୍ରଣୟନ କରୁଛନ୍ତି, ଯାହା ଦ୍ୱାରା ପ୍ରକୃତ କୃଷକ ଓ ଶ୍ରମିକ ନିଷ୍ପେସିତ ହେଉଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଇସ୍ତାହାରରେ କୁହାଯାଇଥିଲା ଯେ ସରକାରକୁ ଆସିଲେ କୃଷକମାନଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ କରାଯିବ କିନ୍ତୁ ଏଯାବତ ଗୋଟିଏ ମଧ୍ୟ ଶୀତଳ ଭଣ୍ଡାର ନିର୍ମାଣ ହେଲାନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସରକାର କୌଣସି ଶ୍ରମ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରୁନାହାନ୍ତି, ଚାଷୀମାନେ ଠିକ ସମୟରେ ସାର ପାଇପାରୁନାହାନ୍ତି ଏପରି ଅନେକ ଅଭିଯୋଗ କରିଛନ୍ତି କର୍ମକର୍ତ୍ତା ନିଗମାନନ୍ଦ ଦାସ। ଯଦି ଆଗାମୀ ଦିନରେ ଏହି ଦାବି ଗୁଡ଼ିକ ପୂରଣ କରାନଯାଏ, ତେବେ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି AIKKMS ପକ୍ଷରୁ ଚେତାବନୀ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ରାଜଧାନୀର ପ୍ରମୁଖ ସ୍ଥାନମାନଙ୍କରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
Also Read- Top 10 News: ଜାନୁଆରୀ ୨୫ରୁ ଜାତୀୟ ଜନଗଣନା, NVS-03 ସାଟେଲାଇଟ୍କୁ ଲଞ୍ଚ ଓ ଅନ୍ୟ ଖବର