• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଭୁବନେଶ୍ୱର
  • /Bengal Tiger: ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବେ ୩ ମହାବଳ, ଚିହ୍ନଟ ହୋଇ ଆରମ୍ଭ ହେବ ସ୍ଥାନାନ୍ତର ପ୍ରକ୍ରିୟା

Bengal Tiger: ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବେ ୩ ମହାବଳ, ଚିହ୍ନଟ ହୋଇ ଆରମ୍ଭ ହେବ ସ୍ଥାନାନ୍ତର ପ୍ରକ୍ରିୟା

Bengal Tiger: ମଧ୍ୟପ୍ରଦେଶରୁ  ଓଡ଼ିଶାକୁ ଆସିବେ ୩ ମହାବଳ ବାଘ। ସରକାରଙ୍କ ଔପଚାରିକ ଅନୁରୋଧକୁ ଅପେକ୍ଷା କରିଛି ମଧ୍ୟପ୍ରଦେଶ ବନବିଭାଗ। ସେମାନେ ଶୀତ ଋତୁରେ ବନ ବିଭାଗ ପାଖକୁ ଏହି ପ୍ରସ୍ତାବ ପଠାଇପାରନ୍ତି।  ରାଜ୍ୟ ସରକାରଙ୍କ ଅନୁରୋଧ ମିଳିବା ପରେ ସ୍ଥାନାନ୍ତର ପାଇଁ  ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଛତିଶଗଡ଼ ବନ ବିଭାଗ ପକ୍ଷରୁ କୁହାଯାଇଛି।  ବନ୍ୟପ୍ରାଣୀ ବିଭାଗର ଅତିରିକ୍ତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ( ଏପିସିସିଏଫ) ଏଲ୍ . କୃଷ୍ଣମୂର୍ତ୍ତୀ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ମଧ୍ୟରେ ବାଘ ସ୍ଥାନାନ୍ତର ଯୋଜନା ଅଧିନରେ ଛତିଶଗଡକୁ ୪ଟି, ଓଡ଼ିଶାକୁ ୩ଟି  ରାଜସ୍ଥାନକୁ ଗୋଟିଏ ବାଘ ଦିଆଯିବା ପାଇଁ ନିସ୍ପତି ହୋଇଛି।

Reported ByNarmada BeheraEdited ByNarmada Behera
Published: Sep 27, 2026, 07:01 AM IST|Updated: Sep 27, 2026, 07:04 AM IST
joinshare
Bengal Tiger: ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବେ ୩ ମହାବଳ, ଚିହ୍ନଟ ହୋଇ ଆରମ୍ଭ ହେବ ସ୍ଥାନାନ୍ତର ପ୍ରକ୍ରିୟା
Image Credit: ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବେ ୩ ମହାବଳ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Bengal Tiger: ମଧ୍ୟପ୍ରଦେଶରୁ  ଓଡ଼ିଶାକୁ ଆସିବେ ୩ ମହାବଳ ବାଘ। ସରକାରଙ୍କ ଔପଚାରିକ ଅନୁରୋଧକୁ ଅପେକ୍ଷା କରିଛି ମଧ୍ୟପ୍ରଦେଶ ବନବିଭାଗ। ସେମାନେ ଶୀତ ଋତୁରେ ବନ ବିଭାଗ ପାଖକୁ ଏହି ପ୍ରସ୍ତାବ ପଠାଇପାରନ୍ତି।  ରାଜ୍ୟ ସରକାରଙ୍କ ଅନୁରୋଧ ମିଳିବା ପରେ ସ୍ଥାନାନ୍ତର ପାଇଁ  ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଛତିଶଗଡ଼ ବନ ବିଭାଗ ପକ୍ଷରୁ କୁହାଯାଇଛି।  ବନ୍ୟପ୍ରାଣୀ ବିଭାଗର ଅତିରିକ୍ତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ( ଏପିସିସିଏଫ) ଏଲ୍ . କୃଷ୍ଣମୂର୍ତ୍ତୀ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ମଧ୍ୟରେ ବାଘ ସ୍ଥାନାନ୍ତର ଯୋଜନା ଅଧିନରେ ଛତିଶଗଡକୁ ୪ଟି, ଓଡ଼ିଶାକୁ ୩ଟି  ରାଜସ୍ଥାନକୁ ଗୋଟିଏ ବାଘ ଦିଆଯିବା ପାଇଁ ନିସ୍ପତି ହୋଇଛି। 

     

    ବର୍ତ୍ତମାନ ସୁଧା  ଏହି ରାଜ୍ୟ ଗୁଡିକ ପକ୍ଷରୁ କୌଣସି ପ୍ରକାର ଦାବି କରାଯାଇ ନାହିଁ।  ତେଣୁ ଦାବି ମିଳିବା ପରେ ହିଁ  ସ୍ଥାନାନ୍ତର ପାଇଁ  ବାଘ ଚିହ୍ନଟ ଆରମ୍ଭ ହେବ। ମଧ୍ୟପ୍ରଦେଶର ବାନ୍ଧବଗଡ,ପେଞ୍ଚ୍ ଏବଂ ସାତପୁରା ବାଘ ସଂରକ୍ଷଣ କେନ୍ଦ୍ରରେ ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ।  ଓଡ଼ିଶାର  ଶିମିଳିପାଳ, ସାତକୋଶିଆ ଅଭୟାରଣ୍ୟରେ ମହାବଳଙ୍କ ଖାଦ୍ୟ ବିଶେଷକରି,ବାରାହ ଓ ହରିଣ ପ୍ରଚୁର ପରିମାଣରେ ଉପଲବ୍ଧ। ତେଣୁ ଏହି ଅଭୟାରଣ୍ୟକୁ ମହାବଳ ସ୍ଥାନାନ୍ତର କରାଗଲେ ମହାବଳଙ୍କ ସଂଖ୍ୟା ବୃଦ୍ଧି ପାଇବ। 

     

    ସୂଚନା ଅନୁସାରେ,  ଶିମିଳିପାଳରେ ବାଘସଂଖ୍ୟା  ବୃଦ୍ଧି ସହ ମେଲେନାଷ୍ଟିକ୍ ପ୍ରଜାତିର ଆନୁବଂଶିକ ପ୍ରକ୍ରିୟା ରୋକିବାକୁ ୨୦୨୪ ରେ ବନ ବିଭାଗ ମହାରାଷ୍ଟ୍ରର ତଡାବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ  ପ୍ରଥମେ 'ଯମୁନା'କୁ ଶିମିଳିପାଳରେ ଛଡା ଯାଇଥିଲା। ୨୦୨୪ ନଭେମ୍ବରରେ 'ଜିନ୍ନତ'କୁ ଶିମିଳିପାଳରେ ଛଡାଯାଇଥିଲା। ଜିନ୍ନତ ୪ ଶାବକ ଜନ୍ମଦେବା ପରେ ଶିମିଳିପାଳରେ ମହାବଳ ସଂଖ୍ୟା ବୃଦ୍ଧି ନେଇ  ବନ ବିଭାଗ ଏକ ପ୍ରକାର ନିଶ୍ଚିତ ହୋଇଥିଲା।  ତେଣୁ ମଧ୍ୟପ୍ରଦେଶରୁ  ବାଘ ସ୍ଥାନାନ୍ତର ପ୍ରକ୍ରିୟାରେ ଆଉ ୩ଟି ବାଘ ଆଣି ଓଡିଶା ଜଙ୍ଗଲରେ ଛଡାଗଲେ ଏଠାରେ ମହାବଳଙ୍କ ସଂଖ୍ୟା ବୃଦ୍ଧି ଘଟିବ ବୋଲି ପରିବେଶବିତ୍ ମାନେ ମତ ପ୍ରକାଶ କରିଛନ୍ତି।     
     

    Add Zee News as a Preferred Source