Odisha Governor:ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ପାଇଥିବା ବ୍ରଜମୋହନ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏନେଇ ତାଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପହଞ୍ଚିଥିବା ଦେଖିବାକୁ ମିଳିଛି। ମୁଖ୍ୟ ଶାସନ ସଚିବ ଓ ମନ୍ତ୍ରୀ ପରିଷଗର ସଦସ୍ୟ ବି ଉପସ୍ଥିତି ରହିଛନ୍ତି।
ନିକଟରେ ପୂର୍ବତନ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ବିଦାୟୀ ଦିଆଯାଇଥିଲା। ଏବଂ ଗତ ୧୨ ତାରିଖ ଦିନ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ନିଯୁକ୍ତି ନେଇ ମୋହର ମାରିଥିଲେ । ବ୍ରଜମୋହନଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇଲେ ସେ ଜଣେ ଟାଣୁଆ ନେତା ଭାବରେ ବେଶ୍ ଜଣାଶୁଣା। ସେ ବିଶେଷକରି,ଝାରଖଣ୍ତର ପଲାମୁ ଅଞ୍ଚଳର ଜଣେ ବରିଷ୍ଠ ରାଜନେତା। ଝାରଖଣ୍ତ ରାଜ୍ୟ ଅଲଗା ହେବା ପୂର୍ବରୁ ସେ ଦିର୍ଘ ଦିନ ଧରି ବିହାର ରାଜନୀତିରେ ବି ସକ୍ରିୟ ନେତା ଭାବେ କାର୍ଯ୍ୟ କରିଛନ୍ତି। ଝାରଖଣ୍ତ ଏସସି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ସାଂଗଠନିକ ଦାୟିତ୍ବରେ ରହିଥିଲେ। ଦିର୍ଘ ଦିନ ହେବ ସେ ବିଜେପି ସହ ଜଡ଼ିତ ଅଛନ୍ତି। ସେ ବିଧାୟକ ରହିବା ସହ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ରାଞ୍ଚି ବିଶ୍ବ ବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଲାଭ କରିଥିଲେ। ସେ ଲଗାତର ୧୯୯୬,୧୯୯୮ ଓ ୧୯୯୯ ରେ ପଲାମୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ସହ ସାମାଜିକ ବିକାଶ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ।