• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଭୁବନେଶ୍ୱର
  • /Odisha Campus Elections: ରମାଦେବୀରେ BCJD, ଉତ୍କଳରେ ABVPର ବାଜିମାତ୍

Odisha Campus Elections: ରମାଦେବୀରେ BCJD, ଉତ୍କଳରେ ABVPର ବାଜିମାତ୍

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। BCJDର ବିଶ୍ୱଜିତ ସାହୁ ସଭାପତି ପଦରେ ବିଜୟୀ ହୋଇଥିବା ବେଳେ ABVPର ତପସ ନାୟକ ସମ୍ପାଦକ ପଦ ହାତେଇଛନ୍ତି। ଫଳାଫଳ ଘୋଷଣା ପୂର୍ବରୁ କ୍ୟାମ୍ପସରେ ଉତ୍ତେଜନା ଓ ଉତ୍କଣ୍ଠା ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିଲା।

Written ByPriyambada RanaEdited ByPriyambada Rana
Published: Oct 16, 2026, 11:18 AM IST|Updated: Oct 16, 2026, 11:23 AM IST
joinshare
Odisha Campus Elections: ରମାଦେବୀରେ BCJD, ଉତ୍କଳରେ ABVPର ବାଜିମାତ୍
Image Credit: Odisha Campus Elections: ରମାଦେବୀରେ BCJD, ଉତ୍କଳରେ ABVPର ବାଜିମାତ୍

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Odisha Campus Elections: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହ ବଢ଼ିଛି। ଦୀର୍ଘ ଦିନର ଉତ୍କଣ୍ଠା ଓ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଅନ୍ୟପଟେ, ରମାଦେବୀ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ (BCJD) ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସଭାପତି ଓ ସମ୍ପାଦକ ପଦ ଜିତିଥିବା ବେଳେ ରାଜ୍ୟର ଅନ୍ୟ କ୍ୟାମ୍ପସଗୁଡ଼ିକରେ ମଧ୍ୟ ଭିନ୍ନ ଭିନ୍ନ ଫଳାଫଳ ଦେଖିବାକୁ ମିଳିଛି।

    ରେଭେନ୍ସାରେ ସଭାପତି BCJD, ସମ୍ପାଦକ ABVP:
    ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। BCJDର ବିଶ୍ୱଜିତ ସାହୁ ସଭାପତି ପଦରେ ବିଜୟୀ ହୋଇଥିବା ବେଳେ ABVPର ତପସ ନାୟକ ସମ୍ପାଦକ ପଦ ହାତେଇଛନ୍ତି। ଫଳାଫଳ ଘୋଷଣା ପୂର୍ବରୁ କ୍ୟାମ୍ପସରେ ଉତ୍ତେଜନା ଓ ଉତ୍କଣ୍ଠା ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିଲା।

    #WATCH | Cuttack, Odisha: Nandlal Singh, former student leader, says, "This is a major victory. At a time when we see students across the entire country facing oppression, the students of Ravenshaw have sent a message to the whole nation: what Ravenshaw is thinking today, the entire country will think tomorrow." (15.10)

    — ANI (@ANI) October 16, 2026

    ପୂର୍ବତନ ଛାତ୍ରନେତା ନନ୍ଦଲାଲ ସିଂହ ଏହି ଫଳାଫଳକୁ ଏକ ବଡ଼ ବିଜୟ ବୋଲି କହିଛନ୍ତି। ତାଙ୍କ ମତରେ, ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ଚାପର ସମ୍ମୁଖୀନ ହେଉଥିବା ସମୟରେ ରେଭେନ୍ସାର ଛାତ୍ରଛାତ୍ରୀମାନେ ନିଜ ମତ ମାଧ୍ୟମରେ ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି।

    ରମାଦେବୀରେ BCJDର ବିଜୟ:
    ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଫଳାଫଳକୁ ନେଇ ଲାଗିରହିଥିବା ଉତ୍କଣ୍ଠାର ଅନ୍ତ ଘଟିଛି। ରାତି ପ୍ରାୟ ୨ଟା ୩୦ରେ ଫଳାଫଳ ଘୋଷଣା ହୋଇଥିବା ସୂଚନା ମିଳିଛି।

    ସଭାପତି ପଦରେ ସୋନାଲି ବେହେରା ବିଜୟୀ ହୋଇଥିବା ବେଳେ ସମ୍ପାଦକ ପଦରେ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଏବଂ ଉପସଭାପତି ପଦରେ ସାଇ ଅର୍ପିତା ମହାପାତ୍ର ନିର୍ବାଚିତ ହୋଇଛନ୍ତି। ବିଜୟ ପରେ କ୍ୟାମ୍ପସ ବାହାରେ ବିଜୟୀ ପ୍ରାର୍ଥୀ ଓ ସମର୍ଥକମାନେ ଉତ୍ସବ ପାଳନ କରିଥିଲେ।

     

    ଉତ୍କଳ ବିଶ୍ୱବିଦ୍ୟାଳୟରେ ABVPର ସଫଳତା:
    ଭୁବନେଶ୍ୱରର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ସଭାପତି ଓ ସମ୍ପାଦକ ପଦରେ ABVP ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏହି ଫଳାଫଳରେ BCJD କୌଣସି ଆସନ ହାସଲ କରିପାରିନଥିବା ସୂଚନା ମିଳିଛି।

    ଅନ୍ୟ କ୍ୟାମ୍ପସରେ ମିଶ୍ରିତ ଫଳାଫଳ:
    ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ମଧ୍ୟ ଭିନ୍ନ ଭିନ୍ନ ଛାତ୍ର ସଂଗଠନର ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି। ବିଜେବି କଲେଜ, ରାଜଧାନୀ କଲେଜ ଓ ସମ୍ବଲପୁରର ଜିଏମ୍ କଲେଜରେ ABVPର ପ୍ରଦର୍ଶନ ଚର୍ଚ୍ଚାରେ ରହିଛି। ରେଭେନ୍ସା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟରେ BCJD ଓ ABVP ମଧ୍ୟରେ ମିଶ୍ରିତ ଫଳାଫଳ ମିଳିଛି। ଅନ୍ୟପଟେ ଶୈଳବାଳା, ଖଲ୍ଲିକୋଟ ଓ ନିମାପଡ଼ାରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।

    ଆଜି ନବନିର୍ବାଚିତ ଛାତ୍ରନେତାଙ୍କ ଶପଥ ଗ୍ରହଣ:
    ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଭିନ୍ନ କ୍ୟାମ୍ପସରେ ଉତ୍ସାହର ପରିବେଶ ଦେଖାଦେଇଛି। ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ଗ୍ରହଣକୁ ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି। ଏହି ନିର୍ବାଚନ ଫଳାଫଳ ରାଜ୍ୟର ଛାତ୍ର ରାଜନୀତିରେ ବିଭିନ୍ନ ସଂଗଠନର ସ୍ଥିତିକୁ ପୁଣି ଥରେ ସାମ୍ନାକୁ ଆଣିଛି।

    Add Zee News as a Preferred Source
    TAGS:
    Odia News