ସରକାରଙ୍କ ଯୋଜନା କୋଟିଆ ଲୋକଙ୍କ ପାଖରେ ପହଞ୍ଚି ପାରୁନି- ଦେବୀ ମିଶ୍ର
ଦେବୀ ପ୍ରସାଦ ମିଶ୍ର କହିଛନ୍ତି, କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ କୋଟିଆର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ସେ ଅଭିଯୋଗ କରିଛନ୍ତି।
ଭୁବନେଶ୍ୱର: (ମନୋଜ ମାଲିଆ) ଆନ୍ଧ୍ରପ୍ରଦେଶର ନଜର କେବଳ କୋଟିଆ ଉପରେ ନୁହେଁ, ମାଲକାନଗିରି ଜିଲ୍ଲାର କିଛି ଗାଁ ଉପରେ ମଧ୍ୟ ରହିଛି। ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି, କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ କୋଟିଆର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ସେ ଅଭିଯୋଗ କରିଛନ୍ତି।
ଦେବୀ ମିଶ୍ରଙ୍କ କହିବା ଅନୁଯାୟୀ, ଏହାର ସୁଯୋଗ ନେଇ ଆନ୍ଧ୍ର ସରକାର କୋଟିଆ ସମେତ ମାଲକାନଗିରି ଜିଲ୍ଲାର ଧୂଳିପୁର ପଞ୍ଚାୟତ ଅନ୍ତର୍ଗତ ଝୁଣ୍ଡା ଅଞ୍ଚଳର ଦୁଇଟି ଗାଁରେ ମଧ୍ୟ ନିର୍ବାଚନ କରାଉଛନ୍ତି। ଆସନ୍ତା ୫ ତାରିଖରେ ଏହି ନିର୍ବାଚନ ହେବା ନେଇ ସୂଚନା ମିଳିଥିବା ସେ କହିଛନ୍ତି।
ଏ ସମ୍ପର୍କରେ ଖବର ପାଇ ବିଜେଡିର ପ୍ରତିନିଧି ଦଳ ସେଠାକୁ ଯାଇ ଏହାର ବିରୋଧ କରିଥିବା ବେଳେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିବା ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଏହି ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ଖବର ନଥିବା ମଧ୍ୟ ଦେବୀ ମିଶ୍ର ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାଜସ୍ୱ ମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜେଡିର ଏକ ପ୍ରତିନିଧି ଦଳ କୋଟିଆ ଗସ୍ତ କରି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଛି। ଆସନ୍ତାକାଲି ସେଠାରେ କ''ଣ ପରିସ୍ଥିତି ସୃଷ୍ଟି ହେବ, ତାହା ଉପରେ ନଜର ରହିଛି ବୋଲି ସେ କହିଛନ୍ତି।
Also Read- ଦୀପାବଳିରେ ମାଗଣାରେ ଦେଖନ୍ତୁ ସୁପରଷ୍ଟାର ଅନୁଭବଙ୍କ ସସ୍ପେନ୍ସ ଥ୍ରିଲର ‘ଛକି ଶୂନ’