ଭୁବନେଶ୍ୱର: ଜଟଣୀରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଡାଟା ସେଣ୍ଟର ପ୍ରତିଷ୍ଠାକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଓ ଏଥିରୁ ଓଡ଼ିଶା ତଥା କେନ୍ଦ୍ର ସରକାର କ’ଣ ଲାଭ ପାଇବେ, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ଭକ୍ତ ଦାସ ଏହି ପ୍ରକଳ୍ପକୁ ଆଦାନୀ ପ୍ରାୟୋଜିତ ବା ଆଦାନୀ ଦ୍ୱାରା ନିର୍ମିତ ପ୍ରକଳ୍ପ ବୋଲି ଅଭିହିତ କରିବା ସହ ଏହାର ପ୍ରକୃତ ଉଦ୍ଦେଶ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ସାଧାରଣ ଲୋକ ଏବଂ ଓଡ଼ିଶାର ସ୍ୱାର୍ଥ କିପରି ସୁରକ୍ଷିତ ରହିବ, ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଟିମ୍ର ଆବୁଧାବି ଗସ୍ତର ଖର୍ଚ୍ଚ ଆଦାନୀ ବହନ କରିଛି। ଏହାକୁ ନେଇ ମଧ୍ୟ ସେ ସରକାରଙ୍କ ନିକଟରୁ ସ୍ପଷ୍ଟୀକରଣ ଦାବି କରିଛନ୍ତି। ଏହି ପ୍ରକଳ୍ପ କାହା ସ୍ୱାର୍ଥରେ କରାଯାଉଛି, ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଭକ୍ତ ଦାସ କହିଛନ୍ତି। ନଚେତ୍ ଏହି ପ୍ରସଙ୍ଗରେ କଂଗ୍ରେସ ଜନମତ ସୃଷ୍ଟି କରିବ ବୋଲି ସେ ଚେତାବନୀ ଦେଇଛନ୍ତି। RBI ଡାଟା ସେଣ୍ଟର ପ୍ରକଳ୍ପକୁ ନେଇ ଭକ୍ତ ଦାସଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତିରେ ଏହି ପ୍ରସଙ୍ଗ ଆହୁରି ଚର୍ଚ୍ଚାକୁ ଆସିଛି। ତେବେ ଏହି ଅଭିଯୋଗ ଉପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଥିଲେ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।
ଜଟଣୀରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଡାଟା ସେଣ୍ଟର ପ୍ରତିଷ୍ଠାକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ। #OdiaNews #OdishaPolitics https://t.co/FbJwm7xXGs
— ZEE Odisha News (@ZeeOdisha) October 26, 2026
ରିପୋର୍ଟ- ମନୋଜ ମାଲିଆ