ରେଷ୍ଟୁରାଣ୍ଟରେ ଅଭିନେତ୍ରୀ ସୋମାଲିନଙ୍କ ସହ କଣ ଘଟିଲା ? ସାମ୍ନାକୁ ଆସିଲା ସତ !
ସୋମାଲିନ୍ ଫେସବୁକରେ ପୋଷ୍ଟ କରିଛନ୍ତି ଯେ, ଆଜି ରାତିରେ ଭୁବନେଶ୍ୱରର 'ରୋମିଓ ଲେନ୍' (Romeo Lane) ଠାରେ ମୁଁ ଅସଦାଚରଣ ଓ ନିର୍ଯାତନାର ଶିକାର ହୋଇଛି।
ଭୁବନେଶ୍ବର: ଟେଲି ଅଭିନେତ୍ରୀ ସୋମାଲିନ ପରିଡା ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ନିଜ ପ୍ରତି ହୋଇଥିବା ଅସଦାଚରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଏକ ବାର୍ ଓ ରେଷ୍ଟୁରାଣ୍ଟରେ ଅସଦାଚରଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । କିଛି ଅସାମାଜିକ ଯୁବକ ଦୁର୍ବ୍ୟବହାର ସହ ଅଶ୍ଳୀଳ ଇଙ୍ଗିତ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି । କାଲି ରାତିରେ ନିଜ ବନ୍ଧୁଙ୍କ ସହ ଯାଇଥିବା ବେଳେ ଅସଦାଚରଣର ଶିକାର ହୋଇଥିବା କହିଛନ୍ତି । ଚନ୍ଦ୍ରଶେଖରପୁର ଥାନାରେ ସୋମାଲିନ୍ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୋମାଲିନ୍ ଫେସବୁକରେ ପୋଷ୍ଟ କରିଛନ୍ତି ଯେ, ଆଜି ରାତିରେ ଭୁବନେଶ୍ୱରର 'ରୋମିଓ ଲେନ୍' (Romeo Lane) ଠାରେ ମୁଁ ଅସଦାଚରଣ ଓ ନିର୍ଯାତନାର ଶିକାର ହୋଇଛି। କିଛି ଯୁବକ ମୋ ସହ ଅଶାଳୀନ ବ୍ୟବହାର କରିଥିଲେ ଏବଂ ମୁଁ ଏହାର ପ୍ରତିବାଦ କରିବାରୁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ, ସେଠାରେ ଉପସ୍ଥିତ ଥିବା ବାଉନ୍ସର ଏବଂ ମ୍ୟାନେଜମେଣ୍ଟ ଏଥିରେ ହସ୍ତକ୍ଷେପ କରିବା ପରିବର୍ତ୍ତେ ନୀରବ ଦ୍ରଷ୍ଟା ସାଜି ରହିଥିଲେ। ଏନେଇ ଥାନାରେ ଏକ ଏତଲା (FIR) ଦାୟର କରାଯାଇଛି। ଅଭିଯୁକ୍ତ ଏବଂ ସମ୍ପୃକ୍ତ ମ୍ୟାନେଜମେଣ୍ଟ ବିରୋଧରେ ତୁରନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମୁଁ ଦାବି କରୁଛି। ଯେଉଁ ପ୍ରତିଷ୍ଠାନଗୁଡ଼ିକ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହେଉଛନ୍ତି ଏବଂ ସେମାନଙ୍କ ଉପସ୍ଥିତିରେ ଏଭଳି ଅଘଟଣ ଘଟିବାକୁ ଦେଉଛନ୍ତି, ସେଗୁଡ଼ିକୁ ତୁରନ୍ତ ବନ୍ଦ କରିଦିଆଯିବା ଉଚିତ। ସାଧାରଣ ଜନତାଙ୍କ ସୁରକ୍ଷା କୌଣସି ବିକଳ୍ପ ନୁହେଁ, ଏବଂ ଏଭଳି ଅବହେଳା ପାଇଁ କଠୋର ଦଣ୍ଡ ମିଳିବା ଆବଶ୍ୟକ।
Also Read- ତ୍ରୀବିକ୍ରମ ବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
Also Read- କୋଣାର୍କରେ ଭକ୍ତିମୟ ପରିବେଶ ସୃଷ୍ଟି କଲେ ଗୁଜରାଟୀ ପର୍ଯ୍ୟଟକ