• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /କେନ୍ଦୁଝର
  • /୫ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ

୫ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ

ଦୁଇ ହଜାରରୁ ଉର୍ଦ୍ଧ୍ବ ଅଙ୍ଗନୱାଡି କର୍ମୀ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥଲେ

Reported ByAbhaya MohantyEdited BySoubhagya Ranjan Mishra
Published: Oct 13, 2026, 12:59 PM IST|Updated: Oct 13, 2026, 01:19 PM IST
joinshare
୫ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ
Image Credit: Kendujhar News

About the Author

    Abhaya Mohanty

    Abhaya Mohanty

    Abhaya Mohanty
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    କେନ୍ଦୁଝର: ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ କାର୍ଯ୍ୟକାଳ ଏବଂ ପାରିଶ୍ରମିକ ସମ୍ପର୍କରେ ପୁନର୍ବିଚାର ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ଅଙ୍ଗନୱାଡି ସଂଘ । ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ଦୀର୍ଘ ଦିନ ଧରି ପଡିରହିଥିବା କାର୍ଯ୍ୟକାଳ ଏବଂ ପାରିଶ୍ରମିକ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

    ସ୍ଥାନୀୟ କାଳୀ ପଡ଼ିଆରୁ ଦୁଇ ହଜାରରୁ ଉର୍ଦ୍ଧ୍ବ ଅଙ୍ଗନୱାଡି କର୍ମୀ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥଲେ। ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଦ୍ବାରା କାର୍ଯ୍ୟ କରାଯାଉଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ କର୍ମଚାରୀ ଭାବରେ ମାନ୍ୟତା ପ୍ରଦାନ କରାଯାଉ । ସେହିପରି କର୍ମଚାରୀଙ୍କୁ ମାନ୍ୟତା ପ୍ରଦାନ କରାଯାଇନଥିବାରୁ, ସେମାନଙ୍କୁ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ମାସିକ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ, ଗତ ୨୦୨୪ ମସିହା ନିର୍ବାଚନ ଇସ୍ତାହାର ଅନୁଯାୟୀ, ଘୋଷଣା କରାଯାଇଥିବା ପାରିଶ୍ରମିକ ବୃଦ୍ଧି ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି କରିଥଲେ।

    ଗତ ତା.୩୧/୦୮/୨୦୨୧ ରେ ବିଜ୍ଞପ୍ତି ଜରିଆରେ ଜାରି କରାଯାଇଥିବା ପତ୍ର ସଂଖ୍ୟା ୨୧୩୫୧ ଅନୁଯାୟୀ ୫୫ ବର୍ଷରୁ ଉର୍ଦ୍ଧ ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ପ୍ରତିବର୍ଷ କାର୍ଯ୍ୟ ଦକ୍ଷତା ସମୀକ୍ଷା କରିବାର ବ୍ୟବସ୍ଥାକୁ ପୁନର୍ବିଚାର କରାଯାଉ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୦ ବର୍ଷ ସେବା ପରେ ଅଙ୍ଗନୱାଡି କର୍ମୀମାନଙ୍କୁ ଦୁଇ (୦୨) ବର୍ଷୀୟ ସମ୍ପ୍ରସାରିତ ନିଯୁକ୍ତି କରାଯାଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ନେଟୱାର୍କ ସମସ୍ୟା କାରଣରୁ ପୋଷଣ ଟ୍ରାକରରେ ତଥ୍ୟ ଏଣ୍ଟ୍ରି ହୋଇ ନ ପାରିବା କାରଣରୁ ଅନେକ ଅଙ୍ଗନୱାଡି କର୍ମୀମାନଙ୍କର ପାରିଶ୍ରମିକ କାଟି ଦିଆଯାଇଛି । ଯାହାର ପୁନର୍ବିଚାର କରାଯାଇ କଟା ଯାଇଥିବା ପାରିଶ୍ରମିକ ପ୍ରଦାନ କରାଯାଉ ବୋଲି ଦାବି କରିଥଲେ। ସେହିପରି ଅଙ୍ଗନୱାଡି କର୍ମୀମାନଙ୍କ ପାଇଁ ସୁପରଭାଇଜର ପଦୋନ୍ନତି ପ୍ରକ୍ରିୟା ପ୍ରତିବର୍ଷ ନିୟମିତ ଭାବେ କରାଯିବା ସହିତ ପଦୋନ୍ନତିରେ ବାଧକ ସାଜୁଥୁବା ବୟସ ସୀମାକୁ ଉଚ୍ଛେଦ, ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ତିନି ବର୍ଷ ଧରି ବକେୟା ଥିବା ୟୁନିଫର୍ମ ରାଶି ତୁରନ୍ତ ପ୍ରଦାନ, ମୋବାଇଲ ରିଚାର୍ଜ ଏବଂ ନେଟ୍ ପ୍ୟାକ ପାଇଁ ରାଶି ନିୟମିତ ଭାବେ ପ୍ରଦାନ ପାଇଁ ଦାବି ହୋଇଛି । ପୋଷଣ ଇନସେଟିଭ୍ ବାବଦ ରାଶି ଗତ ପାଞ୍ଚ ମାସ ଧରି ପ୍ରଦାନ କରାଯାଇନାହିଁ । ତେଣୁ ବକେୟା ପୋଷଣ ଇନସେଟିଭ୍ ରାଶି ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି କରିଥଲେ। ଏହା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସଏନପି ଓ ଏମଏସପିୱାଇ ବାବଦ ଅର୍ଥରାଶି ଏବଂ ଚାଉଳ ସଠିକ ସମୟରେ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଉନାହିଁ । ତେଣୁ ଏହାର ସୁବ୍ୟବସ୍ଥିତ ଓ ସମୟୋଚିତ ଯୋଗାଣ ସୁନିଶ୍ଚିତ କରାଯାଉ। ଏଥି ସହିତ, ଜଏଣ୍ଟ ଆକାଉଣ୍ଟ ମାଧ୍ୟମରେ ଆସୁଥିବା ଅର୍ଥରାଶିର ସମ୍ପୂର୍ଣ୍ଣ ବିବରଣୀ ଅଙ୍ଗନୱାଡିକର୍ମୀମାନଙ୍କୁ ପ୍ରଦାନ କରାଯାଉ ବୋଲି ଦୃଢ଼ ଦାବି କରିଥଲେ।

    ରାଜ୍ୟ ସରକାର ଦାବି ଗୁଡ଼ିକ ନମାନିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି ଅଙ୍ଗନୱାଡି କର୍ମୀ।

    Add Zee News as a Preferred Source
    TAGS:
    Odia News