କେନ୍ଦୁଝର: ବ୍ରିକ୍ସ ୨୦୨୬ ର ନେତୃତ୍ୱ ଏଥର ଭାରତ ନେଉଥିବା ବେଳେ ଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ଥିୟଟର ଫେସଟିଭାଲ ୨୦୨୬ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ମନ୍ତ୍ରାଳୟ ଅଧିନରେ ଥିବା ଜାତୀୟ ନାଟ୍ୟ ବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତର କଳାକାରମାନେ ସମୁଦ୍ର ମନ୍ଥନ ବିଷୟକୁ ନେଇ ଏକ ସୁନ୍ଦର ପୌରାଣିକ ନାଟକ ମଞ୍ଚସ୍ତ କରିଥିଲେ।
ଜାତୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀର କୂଳ ସଚିବ ଭାବେ କେନ୍ଦୁଝର ଘସିପୁରା ମାଟିର ସୁଯୋଗ୍ୟ ସନ୍ତାନ ପ୍ରଦୀପ କୁମାର ମହାନ୍ତି ଏହି ଭବ୍ୟ ଆୟୋଜନର ଜଣେ ପ୍ରମୁଖ ଭାବେ ୯ ଟି ଦେଶରୁ ଆସିଥିବା କଳାକାର ତଥା ପ୍ରତିନିଧିମାନଙ୍କର ଦାୟିତ୍ୱ ନେବା ସହିତ ସଫଳତାର ସହିତ କାର୍ଯ୍ୟକ୍ରମକୁ ସମାରୋପ କରିବାରେ ଭୂମିକା ନେଇଥିଲେ। ଦୀର୍ଘ ଦିନର ଏହି ଜାତୀୟ ଅନୁଷ୍ଠାନର ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳତାର ସହିତ ନିର୍ବାହ କରିବା ସହ ବିଗତ ଦିନରେ କେନ୍ଦୁଝରରେ ମଧ୍ୟ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ଜାତୀୟ ନାଟ୍ୟ ବିଦ୍ୟାଳୟ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ କରି କେନ୍ଦୁଝର ଜିଲ୍ଲାକୁ ଗୌରବାନ୍ୱିତ କରିଥିଲେ। ତାଙ୍କର ଏହି ମାଟି ମାଆର ସେବା କରିବାର ଇଛା ଶକ୍ତି ପାଇଁ କେନ୍ଦୁଝର ମାଟି ତାଙ୍କୁ ପ୍ରଶଂସା କରୁଛି।
ବିଗତ ଦିନରେ ଜାତୀୟ ନାଟ୍ୟ ବିଦ୍ୟାଳୟ ସହଯୋଗରେ ତାଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ନାଟ୍ୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କେନ୍ଦୁଝରରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କେନ୍ଦୁଝରରେ ଏକ ନାଟ୍ୟ ପ୍ରଶିକ୍ଷଣ ଅନୁଷ୍ଠାନ ଖୋଲିବା ପାଇଁ ସହଯୋଗ କରିବେ ବୋଲି କହିଥିଲେ। ଏହା ଦ୍ୱାରା କେନ୍ଦୁଝର ଜିଲ୍ଲା ସହିତ ଓଡ଼ିଶାର କଳାକାରମାନେ ସୁଯୋଗ ପାଇବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ଶ୍ରୀ ମହାନ୍ତି। ଆଗାମି ଦିନରେ ନିଜ ମାଆ ମାଟି କେନ୍ଦୁଝର ତଥା ଘସିପୁରା ଅଞ୍ଚଳ ପାଇଁ ଅନେକ କାମ କରିବାର ଅଛି ଯାହା କେନ୍ଦୁଝର ଜିଲ୍ଲାକୁ ଆଗେଇ ନେବାରେ ସହାୟକ ହେବ ବୋଲି କହିଛନ୍ତି ପ୍ରଦୀପ।