CM Kendujhar Visit: ପ୍ରଗତି ପଥରେ କେନ୍ଦୁଝର, ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ....
କେନ୍ଦୁଝରରେ ମେଡିକାଲ କଲେଜ ସହିତ ଡେଣ୍ଟାଲ ଓ ନର୍ସିଙ୍ଗ୍ କଲେଜ ମଧ୍ୟ ସ୍ଥାପିତ ହେବାକୁ ଯାଉଛି ।
କେନ୍ଦୁଝର: (ଅଭୟ ମହାନ୍ତି) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗ୍ରସ୍ତର ଦ୍ୱିତୀୟ ଦିନରେ ଅନେକ ପ୍ରକଳ୍ପର ଭିତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି । ଧରଣୀ ଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ ଏକାଡେମିକ୍ ବିଲ୍ଡିଂ, ଆଡମିନିଷ୍ଟ୍ରେଟିଭ୍ ବିଲ୍ଡିଂ ଏବଂ ହଷ୍ଟେଲ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର କରାଯାଇଛି।
ଆଜି ଗୋଟିଏ ଦିନରେ ପ୍ରାଥମିକ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ତା’ସହିତ ଗୋଟିଏ୭ ମହଲା ବିଶିଷ୍ଟ ଡେଣ୍ଟାଲ କଲେଜ ପାଇଁ ୫୮ କୋଟି ୪୦ ଲକ୍ଷ ଟଙ୍କା ଏବଂ ୧୦ ମହଲା ବିଶିଷ୍ଟ ନର୍ସିଙ୍ଗ୍ କଲେଜ ପାଇଁ ପ୍ରାୟ ୬୩ କୋଟି ଟଙ୍କା ବିନିଯୋଗ କରାଯିବ ।
ବର୍ତ୍ତମାନ କେନ୍ଦୁଝରରେ ମେଡିକାଲ କଲେଜ ସହିତ ଡେଣ୍ଟାଲ ଓ ନର୍ସିଙ୍ଗ୍ କଲେଜ ମଧ୍ୟ ସ୍ଥାପିତ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଏହା ଏକ କମ୍ପ୍ଲିଟ୍ ଇକୋସିଷ୍ଟମ୍ ସୃଷ୍ଟି କରିବ । ଏହାସହିତ ଆମର ମାଆ ଓ ଭଉଣୀମାନଙ୍କ ପାଇଁ, ୧୦ କୋଟି ଟଙ୍କା ବିନିଯୋଗରେ ଏକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ଲୋକାର୍ପଣ କରାଯାଉଛି। ଏହା ସହିତ ୩୨ କୋଟି ଟଙ୍କା ବିନିଯୋଗରେ ଏକ ମଡୁଲାର ଓଟି କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରାଯାଇଛି । ଟେକ୍-ବିଜିନେସ୍ ପାର୍କ ପାଇଁ ମଧ୍ୟ ଭୂମି ପୂଜନ କରାଯାଇଛି।
ପ୍ରାୟ ୫.୫୬ ଏକର ପରିମିତ ବିଶାଳ ଜମିରେ, ୨୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବିଜନେସ୍ ପାର୍କ ହେବ ଉତ୍ତର ଓଡ଼ିଶାର ସବୁଠାରୁ ଆଧୁନିକ ଓ ଭବ୍ୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ।ବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ ଏକାଡେମିକ୍ ବିଲ୍ଡିଂ, ଆଡମିନିଷ୍ଟ୍ରେଟିଭ୍ ବିଲ୍ଡିଂ ଏବଂ ହଷ୍ଟେଲ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର କରାଯାଇଛି। ଆଜି ଗୋଟିଏ ଦିନରେ ପ୍ରାଥମିକ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ତା’ସହିତ ଗୋଟିଏ୭ ମହଲା ବିଶିଷ୍ଟ ଡେଣ୍ଟାଲ କଲେଜ ପାଇଁ ୫୮ କୋଟି ୪୦ ଲକ୍ଷ ଟଙ୍କା ଏବଂ ୧୦ ମହଲା ବିଶିଷ୍ଟ ନର୍ସିଙ୍ଗ୍ କଲେଜ ପାଇଁ ପ୍ରାୟ ୬୩ କୋଟି ଟଙ୍କା ବିନିଯୋଗ କରାଯିବ ।
ବର୍ତ୍ତମାନ କେନ୍ଦୁଝରରେ ମେଡିକାଲ କଲେଜ ସହିତ ଡେଣ୍ଟାଲ ଓ ନର୍ସିଙ୍ଗ୍ କଲେଜ ମଧ୍ୟ ସ୍ଥାପିତ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଏହା ଏକ କମ୍ପ୍ଲିଟ୍ ଇକୋସିଷ୍ଟମ୍ ସୃଷ୍ଟି କରିବ । ଏହାସହିତ ଆମର ମାଆ ଓ ଭଉଣୀମାନଙ୍କ ପାଇଁ, ୧୦ କୋଟି ଟଙ୍କା ବିନିଯୋଗରେ ଏକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ଲୋକାର୍ପଣ କରାଯାଉଛି। ଏହା ସହିତ ୩୨ କୋଟି ଟଙ୍କା ବିନିଯୋଗରେ ଏକ ମଡୁଲାର ଓଟି କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରାଯାଇଛି । ଟେକ୍-ବିଜିନେସ୍ ପାର୍କ ପାଇଁ ମଧ୍ୟ ଭୂମି ପୂଜନ କରାଯାଇଛି।
ପ୍ରାୟ ୫.୫୬ ଏକର ପରିମିତ ବିଶାଳ ଜମିରେ, ୨୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବିଜନେସ୍ ପାର୍କ ହେବ ଉତ୍ତର ଓଡ଼ିଶାର ସବୁଠାରୁ ଆଧୁନିକ ଓ ଭବ୍ୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ।
Also Read- Vigilance Case: ବାଲିଆପାଳ ସବ୍-ରେଜିଷ୍ଟ୍ରାର୍ ଭିଜିଲାନ୍ସ ଦ୍ୱାରା ଗିରଫ