Keonjhar News: ୪ଦିନ ଧରି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ମାଆ ତାରିଣୀ
ଆସିଛି ପାର୍ବଣ। ମହାମାୟାଙ୍କ ଆଗମନରେ ପୁଲକିତ ହୋଇ ଉଠିଛି ଧରା। ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ତପରେ ଚାଲିଛି ଅଷ୍ଟମୀ ପୂଜା। ମାଆଙ୍କ ଷୋଡ଼ଶ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି। ଏ ଅବସରରେ ଦଶହରା ଅବସରରେ ପ୍ରକମ୍ପିତ ହେବ ଘଟଗାଁ ମାଆ ତାରିଣୀଙ୍କ ପୀଠ। ସପ୍ତମୀ ଠାରୁ ଦଶମୀ ଯାଏ ୪ଦିନ ଧରି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ମାଆ ।
(ଅଭୟ ମହାନ୍ତି/କେନ୍ଦୁଝର)Keonjhar News: ଆସିଛି ପାର୍ବଣ। ମହାମାୟାଙ୍କ ଆଗମନରେ ପୁଲକିତ ହୋଇ ଉଠିଛି ଧରା। ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ତପରେ ଚାଲିଛି ଅଷ୍ଟମୀ ପୂଜା। ମାଆଙ୍କ ଷୋଡ଼ଶ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି। ଏ ଅବସରରେ ଦଶହରା ଅବସରରେ ପ୍ରକମ୍ପିତ ହେବ ଘଟଗାଁ ମାଆ ତାରିଣୀଙ୍କ ପୀଠ। ସପ୍ତମୀ ଠାରୁ ଦଶମୀ ଯାଏ ୪ଦିନ ଧରି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ମାଆ ।
କେନ୍ଦୁଝର ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ଘଟଗାଁର ମାତାରିଣୀଙ୍କ ମନ୍ଦିର । ମନ୍ଦିର ପରିସରରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର । ଦେବୀ ଦୁର୍ଗାଙ୍କର ମୂର୍ତ୍ତି ସହିତ ପାର୍ଶ୍ଵ ଦେବା, ଦେବୀଙ୍କୁ ମଧ୍ୟ ଆକର୍ଷଣୀୟ ରଙ୍ଗରେ କାରିଗର ସଜ୍ଜିତ କରୁଛନ୍ତି । ଏଥିପାଇଁ ସୁଉଚ୍ଚ ତୋରଣ କାମ ଶେଷ ହୋଇଥିବା ବେଳେ, ଦୁଇ ପାର୍ଶ୍ଵରେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ମୂର୍ତ୍ତି ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚଛି । ଦଶହରା ଅବସରରେ ଘଟଗାଁ ମାତାରିଣୀଙ୍କ ସୁନାବେଶ ଦର୍ଶନ କରିବା ସହିତ ଦେବୀ ଦୁର୍ଗାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ ଶ୍ରଦ୍ଧାଳୁ ।
ALSO READ: Weather News: ଅକ୍ଟୋବର ଶେଷରେ ବାତ୍ୟା! ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ତଫଲ୍
ଅନ୍ୟ ଦେବୀପୀଠ ଙ୍କ ଠାରୁ ଘଟଗାଁ ମାତାରିଣୀଙ୍କ ପୀଠରେ ରହିଛି ଭିନ୍ନ ପରମ୍ପରା । ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଥିବା ସପ୍ତମୀ ଦିନଠାରୁ ବିଜୟାଦଶମୀ ଯାଏ ଏଠାରେ ମା ତାରିଣୀ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏହି ୪ଦିନ ଧରି ପୀଠରେ ମାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ଚଣ୍ଡୀପାଠ କରାଯାଏ । ସପ୍ତମୀ ଦିନ ଭଜନ ସମାରୋହ, ଅଷ୍ଟମୀ ଠାରୁ ଦଶମୀ ଯାଏ ୩ଦିନ ଧରି ବାଦୀପାଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଦୁର୍ଗାପୂଜା ଅବସରରେ ଏଠାରେ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ।