Weather News: ମାସ ଶେଷ ବେଳକୁ ବାତ୍ୟା ଆସିପାରେ। ବିଭିନ୍ନ ମଡେଲ୍ ଦେଖାଉଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖ ବେଳକୁ ବାତ୍ୟା ଉପକୂଳ ଛୁଇଁପାରେ। ଶକ୍ତିଶାଳୀ ରୂପରେ ଓଡ଼ିଶା ଉପକୂଳରେ ମାଡ଼ ହେବା ନେଇ ମଧ୍ୟ ବିଭିନ୍ନ ମଡେଲ୍ ଆକଳନ କରୁଛନ୍ତି। ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ, ତୀବ୍ରତା ସମ୍ଭାବ୍ୟ ଗତିପଥ ନେଇ ସ୍ପଷ୍ଟ କହି ହେବନି। ତଥାପି ବିଭିନ୍ନ ମଡେଲ୍ ର ବାତ୍ୟା ପୂର୍ବାନୁମାନ ଓ ଅକ୍ଟୋବର ସଂଯୋଗ ବଢାଇଛି ଡର। ଅନ୍ୟପଟେ, ବିଶେଷଜ୍ଞ କହିଛନ୍ତି ସମୁଦ୍ର ଜଳପତ୍ତନର ତାପମାତ୍ରା ଅଧିକ ରହିଥିବା ବେଳେ ଏକା ବାତ୍ୟା ଗଠନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ।
ପୂର୍ବରୁ ଭାରତୀୟ ପାଣିପାଗ ବିଜ୍ଞାନ ଆକଳନ କରିଛି, ୨୧ ତାରିଖ ବେଳକୁ ଆଣ୍ତାମାନ୍ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ୨୪ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ। କିନ୍ତୁ ବିଭିନ୍ନ ଆନ୍ତର୍ଜାତିକ ମଡେଲ୍ ତାଜା ଅନୁମାନ ହେଲା, ବଙ୍ଗୋପସାଗର ରେ ଚଳିତ ମାସ ଶେଷ ବେଳକୁ ଏକ ବାତ୍ୟା ଆସିପାରେ। ଆନ୍ତର୍ଜାତିକ ମଡେଲ୍ ଇସିଏମଡବ୍ଲୁଏଫ୍ ଅନୁସାରେ,ସାମ୍ଭାବ୍ୟ ବାତ୍ୟା ଆସନ୍ତା ୨୯- ୩୦ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ। ସମ୍ଭବତଃ ପାରାଦୀପ ପାଖାପାଖି। ବାୟୁ ମଣ୍ତଳ ଚାପରୁ ଏହାର ତୀବ୍ରତା ଶକ୍ତିଶାଳୀ ରହିବା ଅନୁମାନ କରାଯାଉଛି।
ସାମ୍ଭାବ୍ୟ ଚିତ୍ରରୁ ବାତ୍ୟାର କେନ୍ଦ୍ରସ୍ଥଳରେ ଦର୍ଶା ଯାଇଥିବା ବାୟୁମଣ୍ତଳୀୟ ଚାପରୁ ଏହା ଅତି ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଶୋଆ ପାଣିପାଗ ବିଜ୍ଞାନୀ ଡାକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ୨୨ ତାରିଖ ବେଳକୁ ଦକ୍ଷିଣ ଆଣ୍ତାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଘନୀଭୂତ ହୋଇ ଶକ୍ତିଶାଳୀ ବାତ୍ୟା ରୂପା ନେଇପାରେ। ୩୦ ତାରିଖ ବେଳକୁ ଏହା ସ୍ଥଳଭାଗରେ ପ୍ରବେଶ କରିପାର। ହେଲେ ଏହା ପ୍ରାକ୍ ଆକଳନ। ଏବେଠାରୁ ସାମ୍ଭାବ୍ୟ ଗତିପଥ ଓ ସ୍ଥଳଭାଗ ଛୁଇଁବା ନେଇ ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ। ସେପଟେ, ଜିଏଫଏସ୍ ମଡେଲ୍ ବାତ୍ୟା ସମ୍ଭାବନା ଦର୍ଶାଉଥିଲେ ମଧ୍ୟ ଏହାର ଗତିପଥ ବାଂଲାଦେଶକୁ ମୁହାଁଇବା ନେଇ ଆକଳନ କରିଛି। ଜିଏଫଏସ୍ ଏଆଇ ମଡେଲ୍ ଅନୁସାରେ, ଏହା ଆନ୍ଧ୍ର ଆଡ଼କୁ ୨୮ -୨୯ ବେଳକୁ ଯାଇପାରେ। ହେଲେ, ସେପଟେ, ପାଣିପାଗ ବିଜ୍ଞାନ ଅନୁସାରେ, ରାଜ୍ୟରେ ଏବେ ବଡ଼ ବର୍ଷା ନଥିବା କୁହାଯାଇଛି। ହେଲେ ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ବିଶେଷକରି, ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୂରଭଂଜ,ମୟୂରଭଂଜ, କେନ୍ଦୁଝର, ପୁରୀ,ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ତି, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ୍ ଓ ନବରଙ୍ଗପୁରର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୯,୨୦,୨୧ ଓ ୨୨ ତାରିଖ ବେଳକୁ ବର୍ଷା ଆହୁରି କମ୍ ହେବ।
Warning for Odisha. Day-1 & Day-2 : Isolated Thunderstorm with Lightning and Gusty Wind. Day-3 to Day-7: No Warning #odisha #weather #warning https://t.co/n3SNnfHYkb
— Meteorological Centre, Bhubaneswar (@mcbbsr) October 17, 2026
ପାଣିପାଗ ବିଜ୍ଞାନୀ ବିଶ୍ବଜିତ୍ ସାହୁ କହିଛନ୍ତି ଯେ ୨୪ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଏନେଇ ଅଧିକ ସ୍ପଷ୍ଟଭାବେ କୁହାଯାଇପାରିବ। ତେବେ, ବର୍ତ୍ତମାନ ସ୍ଥିତିରେ ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରୁନାହିଁ। କିଛି ମଡେଲ୍ ଅନୁସାରେ, ସାମ୍ଭାବ୍ୟ ଘୂର୍ଣ୍ଣିବଳୟ ଆଣ୍ତାମାନ୍ ସାଗରରେ ସୃଷ୍ଟି ହେବ। ଆଉ କିଛି ଏଆଇ ମଡେଲ୍ ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଆଣ୍ତାମାନରେ ଲଘୁଚାପ ହେଲେ ଏହା ଆନ୍ଧ୍ର -ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ନେଇ ଅଧିକ ସମ୍ଭାବନା ରହିଛି। ତେବେ, ଆଗାମୀ ଦିନରେ ବାତ୍ୟା ନେଇ ସ୍ପଷ୍ଟ କରିବ ପାଣିପାଗ ବିଭାଗ।