• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /କେନ୍ଦୁଝର
  • /Keonjhar News: କେନ୍ଦ୍ରାଗାଁରେ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ଘଟଣାରେ ୨ ଗିରଫ

Keonjhar News: କେନ୍ଦ୍ରାଗାଁରେ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ଘଟଣାରେ ୨ ଗିରଫ

Keonjhar News: କେନ୍ଦୁଝର ଝୁମ୍ପୁରା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ନେଇ ଝୁମ୍ପୁରା ପୋଲିସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

Reported ByAbhaya MohantyEdited ByNarmada Behera
Published: Nov 06, 2026, 12:13 PM IST|Updated: Nov 06, 2026, 12:17 PM IST
joinshare
Keonjhar News: କେନ୍ଦ୍ରାଗାଁରେ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ଘଟଣାରେ  ୨ ଗିରଫ
Image Credit: Representative - Zee Odisha News

About the Author

    Abhaya Mohanty

    Abhaya Mohanty

    Abhaya Mohanty
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Keonjhar News: କେନ୍ଦୁଝର ଝୁମ୍ପୁରା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ନେଇ ଝୁମ୍ପୁରା ପୋଲିସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

    ​ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୨୫ ମସିହା ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା ପ୍ରାୟ ୭:୩୦ ମିନିଟ୍ ସମୟରେ ଉପେନ୍ଦ୍ର ମହାନ୍ତ ଏବଂ ରାଉତ୍ରୀ ମହାନ୍ତ ଝୁମ୍ପୁରାରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ସୁଶାନ୍ତ ବାରିକ ଓରଫ ଲାଲା ବାରିକ ନାଥ ମାଝୀଙ୍କ ଘର ପାଖରେ ସେମାନଙ୍କୁ ଅଟକାଇ ଗାଳିଗୁଲଜ ଓ ଧମକଚମକ ଦେବା ସହ ଛୁରୀରେ ଆକ୍ରମଣ କରିଥିଲେ। ପରେ ସେ ନିଜ ସହଯୋଗୀ କେଦାର ବାରିକ, ଦୁର୍ଗା ବାରିକ ଓରଫ ରାଜୁ ବାରିକ ଏବଂ ରାହୁଲ ବାରିକଙ୍କୁ ଡାକିଥିଲେ। ସେମାନେ ଖଣ୍ଡା ଓ ଭୁଜାଲି ଧରି ସେଠାରେ ପହଞ୍ଚି ଉଭୟ ଆହତଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଏପରିକି ସେଠାକୁ ଆସିଥିବା ଯୋଗେନ୍ଦ୍ର ମହାନ୍ତଙ୍କୁ ମଧ୍ୟ ଅଭିଯୁକ୍ତ ଲାଲା ବାରିକ ଖଣ୍ଡାରେ ଆକ୍ରମଣ କରିଥିଲେ।

    ​ଆକ୍ରମଣରେ ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ପ୍ରଥମେ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ତଥା କଟକ ଏସ୍‌ସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
    ତଦନ୍ତ ସମୟରେ ପୋଲିସ ତତ୍ପରତା ପ୍ରକାଶ କରି କେନ୍ଦ୍ରା ଗ୍ରାମର ସୁଶାନ୍ତ କୁମାର ବାରିକ ଓର୍ଫ ଲାଲା (୪୨) ଏବଂ ଦୁର୍ଗା ପ୍ରସାଦ ବାରିକଙ୍କ ସମେତ ଜଣେ ନାବାଳକ ଙ୍କୁ ଗିରଫ/ଅଟକ କରିଛି। ଏହା ସହିତ ପୋଲିସ ଘଟଣାସ୍ଥଳରୁ ଗୋଟିଏ ହୁଣ୍ଡାଇ ଗ୍ରାଣ୍ଡ ଆଇ-୧୦ କାର୍, ଗୋଟିଏ ଏନ୍‌ଏସ୍ ପଲସର ବାଇକ୍, ଦୁଇଟି ଖଣ୍ଡା ଏବଂ ପାଞ୍ଚଟି ମୋବାଇଲ୍ ଫୋନ୍ ଜବତ କରିଛି। ଏହି ମାମଲାରେ ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଛି।
     

    Add Zee News as a Preferred Source
    TAGS:
    Odia News