• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ପୁରୀ
  • /Student Election: ପୁରୀରେ ସରଗରମ୍ ହେଲାଣି କଲେଜ୍ କ୍ୟାମ୍ପସ୍

Student Election: ପୁରୀରେ ସରଗରମ୍ ହେଲାଣି କଲେଜ୍ କ୍ୟାମ୍ପସ୍

କଲେଜ ନିର୍ବାଚନକୁ ଶୃଙ୍ଖଳିତ ପରିଚାଳନା କରିବା ପାଇଁ ପୁରୀ ଜିଲ୍ଲାପାଳ ଓ ଏସପି ସମସ୍ତ କଲେଜ ଅଧ୍ୟକ୍ଷଙ୍କ ସହ କରିଛନ୍ତି ବୈଠକ ।

Reported BySanjaya Kumar MohapatraEdited BySoubhagya Ranjan Mishra
Published: Oct 08, 2026, 10:29 PM IST|Updated: Oct 08, 2026, 10:40 PM IST
joinshare
Student Election: ପୁରୀରେ ସରଗରମ୍ ହେଲାଣି କଲେଜ୍ କ୍ୟାମ୍ପସ୍
Image Credit: Student election puri

About the Author

    Sanjaya Kumar Mohapatra

    Sanjaya Kumar Mohapatra

    Sanjaya Kumar Mohapatra
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Student Election: ପୁରୀରେ ସରଗରମ୍ ହେଲାଣି କଲେଜ୍ କ୍ୟାମ୍ପସ । ନିର୍ବାଚନ ବିଗୁଲ ବାଜିବା ପରେ କ୍ୟାମ୍ପସରେ ମେଳି ବାନ୍ଧି ଚାଲିଛି ନେତୃତ୍ୱ ବାଛିବା ପର୍ବ । ଆଜି ବିଦ୍ଧିବଦ୍ଧ ଭାବରେ ନୋଟିଫିକେସନ୍ ପରେ କଡ଼ା ସୁରକ୍ଷାରେ କଲେଜ କ୍ୟାମ୍ପସ । ସିସିଟିଭି ସର୍ଭେଲାନ୍ସ ରେ କ୍ୟାମ୍ପସ ଓ ହଷ୍ଟେଲ ରହିଥିବା ବେଳେ ସେପଟେ କଲେଜ ଭିତରେ ଅହରହ ପଇଁତରା ମାରୁଛି ପୋଲିସ୍। ଅଣ ଛାତ୍ରକୁ ରୋକିବା ପାଇଁ ହୋଇଛି ସ୍ୱତନ୍ତ୍ର ସ୍କ୍ୱାର୍ଡ । ନିର୍ବାଚନ ପରିଚାଳନା ପାଇଁ ହୋଇଛି ଇଣ୍ଟରନାଲ ଡି ସି ପ୍ଲିନାରି କମିଟି ।

    ସେପଟେ କଲେଜ ନିର୍ବାଚନକୁ ଶୃଙ୍ଖଳିତ ପରିଚାଳନା କରିବା ପାଇଁ ପୁରୀ ଜିଲ୍ଲାପାଳ ଓ ଏସପି ସମସ୍ତ କଲେଜ ଅଧ୍ୟକ୍ଷଙ୍କ ସହ କରିଛନ୍ତି ବୈଠକ । ୮ ବର୍ଷ ପରେ କଲେଜ ଇଲେକ୍ସନ ପାଇଁ ମାହୋଲ ସରଗରମ । ପ୍ରାୟ ତିନି ପିଢୀ ପରେ, ଏବେ କଲେଜରେ ନେତେତ୍ୱକୁ ନେଇ ରାଜନୈତିକ ଉଷ୍ମତା । ନେତା ବାଛି, କଲେଜର ସମସ୍ୟା ସମାଧାନ କରିବାକୁ ଅଣ୍ଟା ଭିଡ଼ିଲେଣି ଛାତ୍ରଛାତ୍ରୀ । କଲେଜ କ୍ୟାମ୍ପସରେ ନାରାବାଜି କରି ଛାତ୍ର ସଂଗଠନ ଗୁଡିକର ଆରମ୍ଭ ହେଲାଣି ଶକ୍ତି ପ୍ରଦର୍ଶନ । ଏଥର ହିଂସା ନୁହେଁ ସ୍ନେହ ଓ ବନ୍ଧୁତ୍ୱ ଦ୍ୱାରା ଶୃଙ୍ଖଳିତ ନିର୍ବାଚନ ଲଢ଼ି ନିଆରା ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି ଛାତ୍ର ନେତା । ପୁରୀ ଏସସି କଲେଜରେ ପ୍ରାୟ ୫ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ନିର୍ବାଚନ ହେବାକୁ ଥିବା ବେଳେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ନେତୃତ୍ୱ  ।ସେପଟେ ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେବି ମାହୋଲ୍ ସରଗରମ । କଲେଜରେ ରହିଥିବା ସମସ୍ୟାକୁ ପ୍ରସଙ୍ଗ କରିବେ ନେତୃତ୍ୱ । ସରକାରଙ୍କ ନିୟମ ମାନି AI, ସୋସିଆଲ ମିଡିଆ ଆଦିରେ ଲାଗିଥିବା ଅଙ୍କୁଶକୁ ମାନିବାକୁ ପ୍ରସ୍ତୁତ ରହିଛନ୍ତି ଛାତ୍ରଛାତ୍ରୀ ।

    ଆସନ୍ତା ୯, ୧୪, ୧୫ ତାରିଖ ଅର୍ଥାତ୍, ନୋଟିଫିକେସନ୍, ନୋମିନେଶନ ଓ ଭୋଟିଂ ଦିନ କ୍ଲାସ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି କଲେଜ କର୍ତ୍ତୃପକ୍ଷ । ପୋଲିସ ତରଫରୁ ମଧ୍ୟ କ୍ୟାମ୍ପସକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସମୀକ୍ଷା କରାଯାଉଥିବା ବେଳେ, ଶୃଙ୍ଖଳା ପାଇଁ କଲେଜ ପାର୍ଶ୍ୱରୁ ବିଭିନ୍ନ ଉଠା ଦୋକାନୀଙ୍କୁ ମଧ୍ୟ ସ୍ଥାନାନ୍ତର ହେବାକୁ ନିର୍ଦ୍ଦେଶ ଦିଆଯାଇଅଛି । ପୁରୀରେ ନିର୍ବାଚନ ସମୟ ଆସିଲେ ୧୯ ବର୍ଷ ତଳେ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଦଙ୍ଗା ମନକୁ ଆସେ । ତେଣୁ ନିର୍ବାଚନୀ ମାହୋଲରେ କ୍ୟାମ୍ପସ ଶୃଙ୍ଖଳାକୁ ଦିଆଯାଇଛି ଗୁରୁତ୍ୱ।
     

    Add Zee News as a Preferred Source
    TAGS:
    Odia News