• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ପୁରୀ
  • /Puri News: ଶ୍ରୀଜଗନ୍ନାଥ ଗ୍ରୀନ୍ ଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମିଳିଲା CRZ ଅନୁମତି

Puri News: ଶ୍ରୀଜଗନ୍ନାଥ ଗ୍ରୀନ୍ ଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମିଳିଲା CRZ ଅନୁମତି

ପୁରୀରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ବାସ୍ତବ ରୂପ ନେବା ଦିଗରେ ଆଉ ଏକ ପାଦ ଆଗେଇଛି।କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ପରିବେଶଗତ ଅନୁମୋଦନ ପ୍ରଦାନ କରିବା ଫଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରେ ଥିବା ଏକ ପ୍ରମୁଖ ବାଧା ଦୂର ହୋଇଛି।

Reported BySanjaya Kumar MohapatraEdited ByNarmada Behera
Published: Oct 09, 2026, 08:30 PM IST|Updated: Oct 09, 2026, 10:30 PM IST
joinshare
Puri News: ଶ୍ରୀଜଗନ୍ନାଥ ଗ୍ରୀନ୍ ଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମିଳିଲା CRZ ଅନୁମତି
Image Credit: ଶ୍ରୀଜଗନ୍ନାଥ ଗ୍ରୀନ୍ ଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମିଳିଲା CRZ ଅନୁମତି

About the Author

    Sanjaya Kumar Mohapatra

    Sanjaya Kumar Mohapatra

    Sanjaya Kumar Mohapatra
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Puri News: ପୁରୀରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ବାସ୍ତବ ରୂପ ନେବା ଦିଗରେ ଆଉ ଏକ ପାଦ ଆଗେଇଛି।କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ପରିବେଶଗତ ଅନୁମୋଦନ ପ୍ରଦାନ କରିବା ଫଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରେ ଥିବା ଏକ ପ୍ରମୁଖ ବାଧା ଦୂର ହୋଇଛି।ସେପଟ ପୂର୍ବରୁ ମିଳିଥିଲା ଷ୍ଟେଜ ୱାନ ଅନୁମତି । ରାଜ୍ୟ,ଦେଶ ତଥା ସ୍ଥାନୀୟ ଅର୍ଥନୀତି ଅଭିବୃଦ୍ଧି ପାଇଁ ଏହି ଏୟାରପୋର୍ଟ ର ଆବଶ୍ୟକତା ରହିଥିବା ବେଳେ ଲୋକଙ୍କୁ କିନ୍ତୁ କ୍ଷତିପୂରଣ ଦେଇ କାମ ଆଗେଇ ନେବୁ ବୋଲି କହିଛନ୍ତି ପୁରୀ ସାଂସଦ ।


    ପୁରୀରେ ପ୍ରସ୍ତାବିତ ପ୍ରଥମ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ପାଇଁ ଫିଟୁଛି ବାଟ । ପୁରୀ - ବ୍ରହ୍ମଗିରି ରାସ୍ତାର ଶିପସରୁବାଲି ମୌଜାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ସ୍ୱପ୍ନ ଆଉ ପାଦେ ଆଗେଇଛି।ଏୟାରପୋର୍ଟ ପାଇଁ ରହିଥିବା ଜଙ୍ଗଲ ବିଭାଗର ସମସ୍ୟା ସମାଧାନ ହେବା ସହ ସିଆରଜେଡ୍ (crz )କ୍ଲିୟରାନ୍ସ ମଧ୍ୟ ମିଳିଛି।ଏହା ପରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ସହଯୋଗରେ ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।ପୂର୍ବରୁ ବିମାନ ବନ୍ଦର ପାଇଁ ଷ୍ଟେଜ ୧ ଅନୁମତି ମିଳିଥିଲା।ଏଥିରେ ରହିଥିବା ସର୍ତ୍ତ ପୁରଣ କରି ରିପୋର୍ଟ ଦିଆଯାଇଥିଲା। ଏୟାରପୋର୍ଟ ପାଇଁ। ମୋଟ ୧୧୬୪.୭୫୪ ଏକର ଜମି ଅଧିଗ୍ରହଣ ହୋଇଛି।ସେଥିମଧ୍ୟରୁ ୨୨୧.୮୯୧ ଏକର ଘରୋଇ ଜମି ଅଧିଗ୍ରହଣ କରାଯିବ। ବାକି ୯୪୨.୮୬୩ ଏକର ସରକାରୀ ଜମି ରହିଛି। ଉଭୟ ସିପସରୁବାଲି ଏବଂ ଷଣ୍ଢପୁର ମୌଜାରୁ ମୋଟ ୧୨୯ ପରିବାର ବିସ୍ଥାପିତ ହେବେ। ଏଣୁ ବିସ୍ଥାପିତମାନଙ୍କୁ ଜମି ଅଧିଗ୍ରହଣ ଓ ପୁନର୍ବାସ ଆଇନ୍ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।

     

    ଏହାପରେ ଷ୍ଟେଜ 2 କ୍ଲିୟରାନ୍ସ ଅନୁମୋଦନ ପାଇଁ ବାଟ ଫିଟିଛି। ବାଣିଜ୍ୟ ଓ ପରିବହନ ବିଭାଗ,ଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଟିମ୍ ର ଫିଲ୍ଡ ଭିଜିଟ୍ ପରେ ଷ୍ଟେଜ 2 ପାଇଁ ରାସ୍ତା ପରିଷ୍କାର ହୋଇଛି ।ସେପଟେ ପୁରୀରେ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟ ପାଇଁ ଖୁବ୍ ହାଇଟ କ୍ଲିୟରାନ୍ସ ପ୍ରକ୍ରିୟା ଜାରି ରହିଛି ।1164 ଏକର ଜମିରେ ପୁରୀରେ ହେବାକୁ ଥିବା ପୂର୍ବ ଭାରତର ପ୍ରଥମ ଗ୍ରୀନ ଫିଲ୍ଡ ଏୟାର ପୋର୍ଟ ପାଇଁ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟେଜ 1 ଅନୁମତି ମିଳିସାରିଛି ।ବିମାନ ବନ୍ଦର ପାଇଁ 27.877 ହେକ୍ଟର ଅର୍ଥାତ୍ 68 ଏକର ଜଙ୍ଗଲ ଜମି ଯୋଗାଇ ଦେବାକୁ ଅନୁମତି ମିଳିଥିବା ବେଳେ ଇନ୍ ପ୍ରିନ୍ସିପୁଲ୍ ଆପ୍ରୁଭାଲ ମଧ୍ୟ ମିଳିଛି ।28 ଏକର ଜଙ୍ଗଲ ଜମିରୁ 8 ଡେସିମାଲ ଜମିକୁ ନେଇ ଅନୁମୋଦନ ଅଟକିଥିବା ବେଳେ ପ୍ରକଳ୍ପର ଅଗ୍ରଗତି କୁ ଦୃଷ୍ଟିରେ ରଖି ଏହି 8 ଡେସିମାଲ ଜମିକୁ ପ୍ରକଳ୍ପ ରୁ ବାଦ୍ ଦିଆଯାଇଛି ।ଏବେ ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ପାଇଁ ପ୍ରସ୍ତାବ ପଠାଯାଇଛି। ସେପଟେ ବନ୍ୟଜନ୍ତୁ ପ୍ରଜାତି,ଇରାୱାଡ଼ି ଡଲଫିନ,ପ୍ରବାସୀ ଜଳପକ୍ଷୀ ଓ ଅଲିଭ୍ ରିଡଲେ ସମୁଦ୍ର କଇଁଛ ଉପରେ ପ୍ରଭାବ ର ,ଅନୁଶୀଳନ ରିପୋର୍ଟ ଅନୁଯାୟୀ, ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।ଜଙ୍ଗଲ ଓ ଜମିର ସୁରକ୍ଷା ଦୃଷ୍ଟିରୁ ଗ୍ରୀନ ଫିଲ୍ଡ ଢାଞ୍ଚାରେ ଏହି ବିମାନ ବନ୍ଦରର ପରିକଳ୍ପନା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ।


    ତେବେ ବିମାନ ବନ୍ଦର ଜୋନ୍ ରେ ଯେକୌଣସି ନିର୍ମାଣ ବା ଉଚ୍ଛେଦ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ନେବା ପାଇଁ ଗାଇଡ ଲାଇନ୍ ରହିଛି । ପୁରୀ, ଭୁବନେଶ୍ୱର ଓ କଟକରେ ଅନୁବନ୍ଧିତ ସଂସ୍ଥାର ଅଫିସ୍ ରେ ହାଇଟ୍ କ୍ଲିୟରାନ୍ସ ପ୍ରସଙ୍ଗରେ ପ୍ରସ୍ତାବ ଦେଇପାରିବେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଦୀର୍ଘ୍ 4 ବର୍ଷ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆଗେଇ ନଥିବା ବେଳେ ଇନ୍ ପ୍ରିନ୍ସିପୁଲ ଆପ୍ରୁଭାଲ ପାଇଁ 2025 ରେ ଆବେଦନ ଓ 6 ମେ 2025 ରେ ନୀତିଗତ ମଞ୍ଜୁରୀ ମିଳିଥିଲା ।    

     

     

     

    Add Zee News as a Preferred Source
    TAGS:
    Odia News