• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ପୁରୀ
  • /Puri News: ନିଜକୁ IAS ଅଫିସର୍ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସାଇବର୍ ଫ୍ରଡ୍, ଅଭିଯୁକ୍ତ ଗିରଫ

Puri News: ନିଜକୁ IAS ଅଫିସର୍ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସାଇବର୍ ଫ୍ରଡ୍, ଅଭିଯୁକ୍ତ ଗିରଫ

Puri News: ନିଜକୁ ଆଇଏଏସ ଅଫିସର୍ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସାଇବର୍ ଫ୍ରଡ। ଅଭିଯୁକ୍ତ ଅନୁଗୁଳର ବଳଭଦ୍ର ମିଶ୍ରକୁ ବାନ୍ଧିଲା ପୁରୀ ସାଇବର୍ ପୋଲିସ୍ ।

Written ByNarmada BeheraEdited ByNarmada Behera
Published: Oct 19, 2026, 07:55 PM IST|Updated: Oct 19, 2026, 07:57 PM IST
joinshare
Puri News: ନିଜକୁ IAS ଅଫିସର୍ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସାଇବର୍ ଫ୍ରଡ୍, ଅଭିଯୁକ୍ତ ଗିରଫ
Image Credit: ନିଜକୁ IAS ଅଫିସର୍ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସାଇବର୍ ଫ୍ରଡ୍

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    (ସଞ୍ଜୟ ମହାପାତ୍ର/ ପୁରୀ) Puri News: ନିଜକୁ ଆଇଏଏସ ଅଫିସର୍ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସାଇବର୍ ଫ୍ରଡ। ଅଭିଯୁକ୍ତ ଅନୁଗୁଳର ବଳଭଦ୍ର ମିଶ୍ରକୁ ବାନ୍ଧିଲା ପୁରୀ ସାଇବର୍ ପୋଲିସ୍ । ପ୍ରଥମେ ମାଟ୍ରିମୋନୀ ସାଇଟ୍ ରୁ ଯୋଗାଯୋଗ,ପରେ ନିଜକୁ ଆଇଏଏସ ଅଫିସର୍ ପରିଚୟ ଦେଇ ବଦଳି କରିଦେବାକୁ ଦଉଥିଲେ ଧମକ । ଯୁବତୀଙ୍କ ନାଁରେ ମ୍ୟୁଲ ଆକାଉଣ୍ଟ କରାଇ କରିଥିଲେ ସାଢ଼େ ୬ ଲକ୍ଷ ଟଙ୍କାର ଋଣ । ଅଭିଯୁକୁ ୪୪ ବର୍ଷୀୟ ବଳଭଦ୍ର ମିଶ୍ରକୁ ଗିରଫ କରାଯିବା ସହ ଟୟୋଟା କାର,୧୦ ହଜାର ଟଙ୍କା ଓ ୧୪ ପାସ୍ ବୁକ୍ ,୯ ଚେକ୍ ବୁକ୍ ଓ ୧୭ ଟି ଡେବିଟ କ୍ରେଡିଟ କାର୍ଡ ଜବତ କରିଛି ପୁରୀ ସାଇବର୍ ପୋଲିସ୍ ।

    ଅଭିଯୁକ୍ତ ନାଁରେ ପୂର୍ବରୁ ସମ୍ବଲପୁରରେ ଓ ଭୁବନେଶ୍ୱରର ଦୁଇ ଥାନାରେ ରହିଛି ସାଇବର୍ ଫ୍ରଡ ର ସଙ୍ଗୀନ ଅଭିଯୋଗ। ଅଭିଯୋଗକାରିଣୀ ସାଇବର ଥାନାରେ ଅଭିଯୋଗ କରିଥିଲେ, ଯେ ''ଭାରତ ମାଟ୍ରିମୋନି'' ଆପ୍ ମାଧ୍ୟମରେ ବଳଭଦ୍ର ପ୍ରସାଦ ମିଶ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ସହ ଯୋଗାଯୋଗ କରିଥିଲେ। ସେ ନିଜକୁ ଛତିଶଗଡ଼ର ଜଣେ ଅତିରିକ୍ତ ସଚିବ ବୋଲି ପରିଚୟ ଦେଇଥିଲେ।ସେ ଆପ୍‌ରୁ ଅଭିଯୋଗକାରିଣୀଙ୍କ ମୋବାଇଲ୍ ନମ୍ବର ସଂଗ୍ରହ କରି ତାଙ୍କ ସହ ଯୋଗାଯୋଗ କରିଥିଲେ।

    ALSO READ: Manipur News: ଅଶାନ୍ତ ହେଉଛି ମଣିପୁର! ଗଡି଼ଲା ୪ ମୁଣ୍ତ

    ପରବର୍ତ୍ତୀ ସମୟରେ, ଅଭିଯୁକ୍ତ ତାଙ୍କୁ କେବିକେ କେବିକେ ଅଞ୍ଚଳକୁ ବଦଳି କରାଇଦେବାର ଧମକ ଦେଇଥିଲେ।ଅଭିଯୋଗକାରିଣୀଙ୍କୁ ବାଧ୍ୟ କରି SBI, HDFC ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ତିନୋଟି ଆକାଉଣ୍ଟ ଖୋଲିବାକୁ ଲଗାଇଥିଲେ, ଯାହା ଅଭିଯୁକ୍ତଙ୍କ ମୋବାଇଲ୍ ନମ୍ବର ସହ ସଂଯୁକ୍ତ ଥିଲା। ଏହାପରେ ସେ ସମସ୍ତ ପାସ୍ ବୁକ୍, ଚେକ୍ ବୁକ୍, ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ନିଜ ଅଧୀନକୁ ନେଇଯାଇଥିଲେ।ପରେ ଅଭିଯୋଗକାରିଣୀ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରେ ୬.୫ ଲକ୍ଷ ଟଙ୍କାର ଋଣ ଜମା ହୋଇଛି, ସେ ଏହାର ବିରୋଧ କରିଥିଲେ।ପରେ ସାଇବର୍ ପୋଲିସ୍ ତଦନ୍ତ କରି ଅଭିଯୁକ୍ତ ବଳଭଦ୍ରଙ୍କୁ ଗିରଫ କରିଛି ।
     

    Add Zee News as a Preferred Source
    TAGS:
    Odia News