(ସଞ୍ଜୟ ମହାପାତ୍ର/ ପୁରୀ) Puri News: ମହାପ୍ରଭୁଙ୍କର ଉତ୍କୃଷ୍ଟ ସେବାପୂଜା ପାଇଁ ୫ଜଣ ବରିଷ୍ଠ ସେବାୟତ ପାଇଲେ "ପ୍ରତିହାରୀ ସେବାରତ୍ନ ସମ୍ମାନ-୨୦୨୬"। ଦୁଇଜଣଙ୍କୁ ‘ପ୍ରତିହାରୀ ପ୍ରତିଭା ସମ୍ମାନ'' ଓ ଜଣେ ବରିଷ୍ଠ ସେବାୟତଙ୍କୁ ‘ସେବକ ଶିରୋମଣି'' ଉପାଧି ପ୍ରଦାନ କରାଯାଇଛି। ଟାଉନ ହଲ୍ଠାରେ ଆୟୋଜିତ ‘ସମର୍ପଣ ସେବା ଓ ସେବକ ସମ୍ମାନ-୨୦୨୬'' ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ତେବେ ବହୁବର୍ଷ ଧରି ଶ୍ରୀଜିଉଙ୍କ ସେବାପୂଜା କରିଆସୁଥିବା ଜଗନ୍ନାଥପ୍ରତିହାରୀ, ମହାପାତ୍ର, ବୈଦ୍ୟନାଥ ମହାପାତ୍ର, ରାମଚନ୍ଦ୍ର ପ୍ରତିହାରୀ ଓ ଦାମୋଦର ପ୍ରତିହାରୀଙ୍କୁ ସେବାରତ୍ନ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରରେ କାର୍ଯ୍ୟରତ ବୈଜ୍ଞାନିକସହସ୍ରାଦ୍ଧି ପ୍ରତିହାରୀ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ବିଶ୍ଵ ଚାମ୍ପିଅନ୍ ବିଶ୍ଵଜିତ ପ୍ରତିହାରୀଙ୍କୁ ''ପ୍ରତିଭା ସମ୍ମାନ'' ଏବଂ ପୂଜାପଣ୍ଡା ନିଯୋଗର ବରିଷ୍ଠ ସେବକ ସାମନ୍ତ ହରେକୃଷ୍ଣ ପୂଜାପଣ୍ଡାଙ୍କୁ ‘ସେବକ ଶିରୋମଣି’ ଉପାଧିରେ ସମ୍ମାନିତ କରାଯାଇଛି।
ଏହି ଅବସରରେ ନିଯୋଗ ପକ୍ଷରୁ ଏକ ‘ଆପ୍’ ଉନ୍ମୋଚନ କରାଯାଇଛି। ଏହା ମାଧ୍ୟମରେ ପାଳିଆ ସେବକମାନେ ନିଜ ସେବା ସମ୍ପର୍କିତ ବିବରଣୀ ଜାଣିବା ସହ ଏକ ବର୍ଷ ପୂର୍ବରୁ ନିଜ ସେବା ପାଳିର ତାରିଖ ସମ୍ପର୍କରେ ସୂଚନା ପାଇପାରିବେ। କାର୍ଯ୍ୟକ୍ରମରେ ‘ଶ୍ରୀଜଗନ୍ନାଥ ଚେତନା ଓ ପ୍ରତିହାରୀ ସେବା ପୁସ୍ତକ ଉନ୍ମୋଚିତ ହୋଇଛି।
ସେବାର ଗୁଣବତ୍ତା ଓ ଶୃଙ୍ଖଳା ରକ୍ଷାପାଇଁ ପ୍ରଥମଥର ହୋଇଥିବା ନୂଆ ପାଳିଆ ସେବକଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୧୦ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଆଶୀର୍ବାଦ ପାଠ କରିଥିଲେ ପ୍ରତିନିଧି ମାତୃପ୍ରସାଦ ମିଶ୍ର।
ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସେବକ ଓ ତାଙ୍କ ପରିବାର ସୁରକ୍ଷିତ ଜୀବନଯାପନ ପାଇଁ ସରକାର ଦାୟିତ୍ଵ ନେଉଛନ୍ତି। ପୁରୀ ପାଇଁ ଥିବା ବିଭିନ୍ନ ପ୍ରକଳ୍ପ ଆଗେଇଥିବା କହିଛନ୍ତି । ଭାରତବର୍ଷର ପୁରୁଣା ଗ୍ରନ୍ଥ, ପୋଥି ଜ୍ଞାନ ଭାରତ ମିସନ ଜରିଆରେ ଡିଜିଟାଇଜେସନ୍ ହେଉଛି। ଶ୍ରୀମନ୍ଦିର ପ୍ରଶାସନ ସହଯୋଗରେ ଶ୍ରୀମନ୍ଦିର ଗ୍ରନ୍ଥ ପୋଥି ଡିଜିଟାଇଜେସନ୍ ହେଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରତିହାରୀ ସେବକମାନେ ବେତ ଧରିବା ବେଳେ ଜେଟିପିମାନେ ପ୍ଲାଷ୍ଟିକ୍ ବୋତଲରେ ଭକ୍ତଙ୍କୁ ପିଟୁଛନ୍ତି। ଆଇନମନ୍ତ୍ରୀ ଏହାକୁ ଗୁରୁତ୍ବର ସହ ନିଅନ୍ତୁ। ମନ୍ଦିର ଭିତରୁ ପ୍ଲାଷ୍ଟିକ୍ ବ୍ୟାନ୍ ହେଉ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ କେଦାରନାଥ ଖୁଣ୍ଟିଆ ସାଂସଦ ସମ୍ବିତ ପାତ୍ର।