• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ପୁରୀ
  • /୨୯ ବର୍ଷ ହେବ ମହାପ୍ରଭୁଙ୍କ ଶୃଙ୍ଗାର ପାଇଁ ହାତ ତିଆରି ପୁଷ୍ପଗଭା ଯୋଗାଉଛନ୍ତି ଏହି ଭକ୍ତ

୨୯ ବର୍ଷ ହେବ ମହାପ୍ରଭୁଙ୍କ ଶୃଙ୍ଗାର ପାଇଁ ହାତ ତିଆରି ପୁଷ୍ପଗଭା ଯୋଗାଉଛନ୍ତି ଏହି ଭକ୍ତ

ଜଗନ୍ନାଥଙ୍କ ମସ୍ତକର ଶୋଭା ‘ପୁଷ୍ପଗଭା’ । ଶୃଙ୍ଗାର ପ୍ରିୟ କଳାଠାକୁର ଏହି ଭକ୍ତିଗଭାକୁ ପ୍ରତ୍ୟକ ଦିନ ଯେମିତି ଚାହିଁ ବସିଥାନ୍ତି ।

Reported BySanjaya Kumar MohapatraEdited BySoubhagya Ranjan Mishra
Published: Oct 01, 2026, 07:28 PM IST|Updated: Oct 01, 2026, 07:42 PM IST
joinshare
୨୯ ବର୍ଷ ହେବ ମହାପ୍ରଭୁଙ୍କ ଶୃଙ୍ଗାର ପାଇଁ ହାତ ତିଆରି ପୁଷ୍ପଗଭା ଯୋଗାଉଛନ୍ତି ଏହି ଭକ୍ତ
Image Credit: Puri News

About the Author

    Sanjaya Kumar Mohapatra

    Sanjaya Kumar Mohapatra

    Sanjaya Kumar Mohapatra
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    ପୁରୀ: କୋଟିବ୍ରହ୍ମାଣ୍ଡର ନାୟକ ପ୍ରଭୁ ଜଗନ୍ନାଥ ଭାବରେ ବନ୍ଧା । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ସର୍ବଦା ସ୍ଵତନ୍ତ୍ର । ଅନେକ କିମ୍ବଦନ୍ତୀ ଓ ପ୍ରବାଦରେ ଏହି ଭକ୍ତ-ଭଗବାନ ସମ୍ପର୍କର ବିଭିନ୍ନ ଆଖ୍ୟାନ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ । ସେହିପରି ଜଣେ ଭକ୍ତ ହେଉଛନ୍ତି ଶ୍ରୀମତୀ ପ୍ରଣତୀ ପ୍ରଧାନ । ୧୯୯୫ ମସିହାରୁ ଆଜି ପର୍ଯ୍ୟନ୍ତ ସେ ଦୀର୍ଘ ୨୯ ବର୍ଷ ହେବ ତାଙ୍କ ହାତ ତିଆରି ପୁଷ୍ପଗଭାରେ ବଡ଼ଠାକୁରଙ୍କ ଶୃଙ୍ଗାର ହେଉଛି । ଖରା-ବର୍ଷା- ଶୀତ, ବନ୍ୟା-ବାତ୍ୟା-ମହାମାରୀ କିଛି ବି ତାଙ୍କୁ ଜଗନ୍ନାଥଙ୍କ ପାଖକୁ ଗଭା ପଠାଇବାରୁ ଅଟକାଇ ପାରିନାହିଁ। ଏଇଭଳି ଜଣେ ଭକ୍ତଙ୍କ କାହାଣୀ ସହ ଦେଖିବା ମହାପ୍ରଭୁଙ୍କ ମଥାରେ ଝଟକୁଥିବା ଭକ୍ତି ପୂର୍ଣ୍ଣ ପୁଷ୍ପ ଗଭା ।

    ଜଗନ୍ନାଥଙ୍କ ମସ୍ତକର ଶୋଭା ‘ପୁଷ୍ପଗଭା’ । ଶୃଙ୍ଗାର ପ୍ରିୟ କଳାଠାକୁର ଏହି ଭକ୍ତିଗଭାକୁ ପ୍ରତ୍ୟକ ଦିନ ଯେମିତି ଚାହିଁ ବସିଥାନ୍ତି । ବିଶ୍ଵ ନିଅନ୍ତାଙ୍କ ମଥାରେ ଝଟକୁଥିବା ଏହି ଗଭାର ଶୋଭା ସେ ହିଁ ଅନୁଭବ କରିପାରେ ଯିଏ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ହେଉ ଅବା ରଥାରୂଢ଼ ଅବସ୍ଥାରେ ଟିକେ ନଜର ମିଳାଇଥାଏ । ପ୍ରତ୍ୟେକ ଦିନ କାଳିଆ ଠାକୁରଙ୍କର ମଥାରେ ଝଟକୁଥାଏ ଏହି ଦିବ୍ୟ ଶୋଭା ପାଉଥିବା ପୁଷ୍ପଗଭା । କୁହାଯାଏ କାଳିଆ ଠାକୁର ହେଉଛନ୍ତି ଶୃଙ୍ଗାର ପ୍ରିୟ । ଆଉ ବସ୍ତ୍ର, ରତ୍ନ ସବୁ ଶୃଙ୍ଗାର ଠାରୁ ବେଶୀ ପ୍ରିୟ ପୁଷ୍ପ ଶୃଙ୍ଗାର । ଏହି ଗଭା ଅବକାଶ ଓ ସକାଳ ଧୂପ ପରେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଇଥାଏ । ବର୍ଷକ ବାରମାସ ମହାପ୍ରଭୁଙ୍କ ମସ୍ତକରେ ଏହା ଶୋଭାପାଏ । କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଯେ, ଏହାକୁ ମନ ପ୍ରାଣ ଦେଇ ଏତେ ସୁନ୍ଦର୍ କରି ମହାପ୍ରଭୁଙ୍କ ପାଇଁ ଯିଏ ପ୍ରସ୍ତୁତ କରିଥାନ୍ତି ସେ ହେଉଛନ୍ତି ଜଣେ ଅନନ୍ୟ ଭକ୍ତ । କାଳିଆ ଠାକୁରଙ୍କୁ ସବୁକିଛି ସମର୍ପି ଦେଇଥିବା ଏବଂ ତାଙ୍କୁ ହିଁ ନିଜର ପ୍ରାଣ ସତ୍ତା ଭାବୁଥିବା ଅନନ୍ୟ ବ୍ୟକ୍ତିତ୍ଵ ସିଏ । ଫୁଲକୁ ଫୁଲ ଖଞ୍ଜି ଗଭା ପ୍ରସ୍ତୁତ କଲାବେଳେ ତାଙ୍କର ସମର୍ପଣ ଭାବକୁ ଆଖିରେ ନଦେଖିଲେ ବିଶ୍ୱାସ ହୁଏନାହିଁ । ବର୍ଷା ହେଉ କି ଖରା ଅବା ଝଡ ବାତ୍ୟା, ହେଲେ କାଳିଆ ଠାକୁରଙ୍କ ମଥାକୁ ସେ ଶୂନ୍ୟ ରଖିବାକୁ କେବେ ଦେଇନାହାନ୍ତି। କାଳିଆ ଠାକୁରଙ୍କ ମଥାରେ, ପୁଷ୍ପରେ ପ୍ରସ୍ତୁତ ଏ ଭକ୍ତିଗଭାକୁ ଦେଖିଲେ ଯେତିକି ଆନନ୍ଦ ଅନୁଭବ ହୁଏ, କାଳିଆ ପାଖରେ ନିଜର ପ୍ରାଣସତ୍ତାକୁ ରଖିଥିବା ଏହି ମଣିଷଟିର ଭକ୍ତି ଦେଖିଲେ ସେତିକି ଆନନ୍ଦ ଲାଗେ।

    ୧୯୯୫ ରେ ସୁଦୁର ବାଲେଶ୍ଵରରୁ ତୀର୍ଥଯାତ୍ରୀମାନଙ୍କ ସହ ପ୍ରଥମକରି ଶ୍ରୀମନ୍ଦିରକୁ ଆସି ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରିଥିଲେ ପ୍ରଣତୀ । ସେତେବେଳକୁ ତାଙ୍କୁ ବୟସ ୨୪ । ପ୍ରଥମ ଦର୍ଶନରେ ହିଁ ପ୍ରଭୁଙ୍କ ଚକାନୟନର ସମ୍ମୋହନୀ ଶକ୍ତିରେ ସେ ବାନ୍ଧି ହୋଇପଡ଼ିଥିଲେ । ଏଇଠୁ ଘରକୁ ଫେରିଗଲେ ସିନା ସଂସାରର ଆଉ କୌଣସି ସ୍ଥାନରେ ତାଙ୍କର ମନ ଲାଗିଲା ନାହିଁ। ସତେ ଯେମିତି ତାଙ୍କ ଆତ୍ମା ରହିଗଲା ପୁରୀ ଧାମରେ ଓ କେବଳ ମାୟା ଶରୀର ଫେରିଥ୍‌ଲା ଘରକୁ । ସେଇଠି ରହିବା ତାଙ୍କ ପାଇଁ ଦୁର୍ବିସହ ହୋଇ ପଡ଼ିଥିଲା । ଭକ୍ତି ପାଗଳିନୀ ହୋଇ ସେ ଟାଣି ହୋଇ ଆସିଥିଲେ ଶ୍ରୀକ୍ଷେତ୍ର ଆଉ ଅବଶିଷ୍ଟ ଜୀବନ ପାଇଁ ସେ ହେଲେ ପୁରୀର ବାସିନ୍ଦା । ସୁନ୍ଦରରୁ ସୁନ୍ଦରତମ ଫୁଲସବୁ ଏକାଠି କରି ଗଭା ତିଆରି କରିବା ହେଉଛି ଏବେ ତାଙ୍କର ନିତ୍ୟସାଧନା । ଏଥ‌ିପାଇଁ ପ୍ରତିଦିନ ଗୋଟିଏ ପରେ ଗୋଟିଏ ସୁନ୍ଦର ଫୁଲ ସଂଗ୍ରହ କରନ୍ତି ପ୍ରଣତୀ । ସାଂସାରିକ ଜୀବନର ପ୍ରତିଟି ସମ୍ପର୍କକୁ ସମ୍ମାନ କରନ୍ତି ପ୍ରଣତୀ । ପ୍ରତିଟି ଦାୟିତ୍ୱକୁ ମଧ୍ଯ ଅତ୍ୟନ୍ତ ମର୍ଯ୍ୟାଦାର ସହ ପାଳନ କରନ୍ତି । କିନ୍ତୁ ନିଜ ଜୀବନର ଉତ୍ସ ଓ ଲକ୍ଷ୍ୟ ଭାବରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ହିଁ ଗ୍ରହଣ କରିନେଇଛନ୍ତି । ସତେ ଯେପରି ମହାପ୍ରଭୁଙ୍କ ବିନା ତାଙ୍କର ଅସ୍ଥିତ୍ଵ ନାହିଁ । ପ୍ରଣତି ନିଜ ଘରେ ମଧ୍ୟ କଳାଠାକୁରଙ୍କ ମୂର୍ତ୍ତି ରଖି ତାଙ୍କୁ ନିଜ ସାଙ୍ଗରେ ଭାଇ ବନ୍ଧୁ ସଖା ସବୁକିଛି ଭାବରେ ମାନିଥାନ୍ତି ।

    Add Zee News as a Preferred Source
    TAGS:
    Odia News