• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ପୁରୀ
  • /Maa Janhikhai: ଶ୍ରୀକ୍ଷେତ୍ରରେ ଗୋଷାଣି ପୂଜାର ଧୁମ୍, ଦୋଳମଣ୍ଡପ ସାହିର ମା’ ଜହ୍ନିଖାଇଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Maa Janhikhai: ଶ୍ରୀକ୍ଷେତ୍ରରେ ଗୋଷାଣି ପୂଜାର ଧୁମ୍, ଦୋଳମଣ୍ଡପ ସାହିର ମା’ ଜହ୍ନିଖାଇଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୀର ପ୍ରସିଦ୍ଧ ଗୋଷାଣି ଦେବୀଙ୍କ ମଧ୍ୟରେ ଦୋଳମଣ୍ଡପ ସାହିର ମା’ ଜହ୍ନିଖାଇ ଠାକୁରାଣୀଙ୍କ ସ୍ଥାନ ସ୍ୱତନ୍ତ୍ର। ମା’ ବିମଳାଙ୍କ ଭଉଣୀ ଭାବେ ପରିଚିତ ଏହି ଦେବୀ ପରମ ବୈଷ୍ଣବୀ। ତାଙ୍କ ପୀଠର ପୂଜାବିଧି ଓ ନୀତିକାନ୍ତି ଶ୍ରୀମନ୍ଦିରର ପରମ୍ପରା ସହିତ ଜଡ଼ିତ। ଏଠାରେ ଆମିଷ ଭୋଗ ଲାଗି ହୁଏ ନାହିଁ। ଶଙ୍ଖୁଡ଼ି ଭୋଗ ପରିବର୍ତ୍ତେ ଶୁଖିଲା ଭୋଗ ଅର୍ପଣ କରିବାର ପରମ୍ପରା ରହିଛି।

Reported BySanjaya Kumar MohapatraEdited ByPriyambada Rana
Published: Oct 20, 2026, 12:46 PM IST|Updated: Oct 20, 2026, 12:48 PM IST
joinshare
Maa Janhikhai: ଶ୍ରୀକ୍ଷେତ୍ରରେ ଗୋଷାଣି ପୂଜାର ଧୁମ୍, ଦୋଳମଣ୍ଡପ ସାହିର ମା’ ଜହ୍ନିଖାଇଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
Image Credit: Maa Janhikhai: ଶ୍ରୀକ୍ଷେତ୍ରରେ ଗୋଷାଣି ପୂଜାର ଧୁମ୍, ଦୋଳମଣ୍ଡପ ସାହିର ମା’ ଜହ୍ନିଖାଇଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

About the Author

    Sanjaya Kumar Mohapatra

    Sanjaya Kumar Mohapatra

    Sanjaya Kumar Mohapatra
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଜମିଲାଣି ଶାରଦୀୟ ପୂଜାର ଆସର। ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଅନ୍ୟ ସ୍ଥାନରେ ମା’ ଦୁର୍ଗାଙ୍କ ପୂଜା ଚାଲିଥିବା ବେଳେ ଶ୍ରୀକ୍ଷେତ୍ରରେ ଗୋଷାଣି ଦେବୀଙ୍କ ପୂଜା ଏକ ବିଶେଷ ଆକର୍ଷଣ ସାଜିଛି। ବିଭିନ୍ନ ଶକ୍ତିପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଥିବା ବେଳେ ଦୋଳମଣ୍ଡପ ସାହିର ମା’ ଜହ୍ନିଖାଇ ଠାକୁରାଣୀଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଜମୁଛି।

    ମା’ ବିମଳାଙ୍କ ଭଉଣୀ ମା’ ଜହ୍ନିଖାଇ:
    ପୁରୀର ପ୍ରସିଦ୍ଧ ଗୋଷାଣି ଦେବୀଙ୍କ ମଧ୍ୟରେ ଦୋଳମଣ୍ଡପ ସାହିର ମା’ ଜହ୍ନିଖାଇ ଠାକୁରାଣୀଙ୍କ ସ୍ଥାନ ସ୍ୱତନ୍ତ୍ର। ମା’ ବିମଳାଙ୍କ ଭଉଣୀ ଭାବେ ପରିଚିତ ଏହି ଦେବୀ ପରମ ବୈଷ୍ଣବୀ। ତାଙ୍କ ପୀଠର ପୂଜାବିଧି ଓ ନୀତିକାନ୍ତି ଶ୍ରୀମନ୍ଦିରର ପରମ୍ପରା ସହିତ ଜଡ଼ିତ। ଏଠାରେ ଆମିଷ ଭୋଗ ଲାଗି ହୁଏ ନାହିଁ। ଶଙ୍ଖୁଡ଼ି ଭୋଗ ପରିବର୍ତ୍ତେ ଶୁଖିଲା ଭୋଗ ଅର୍ପଣ କରିବାର ପରମ୍ପରା ରହିଛି।

    ବିଶାଳ ମୂର୍ତ୍ତି, ଆକର୍ଷଣୀୟ ନିର୍ମାଣଶୈଳୀ:
    ମା’ ଜହ୍ନିଖାଇଙ୍କ ମୂର୍ତ୍ତି ଅନ୍ୟ ଗୋଷାଣି ଦେବୀଙ୍କ ମୂର୍ତ୍ତି ତୁଳନାରେ ଅଧିକ ବିଶାଳ। ପ୍ରାୟ ୧୮ରୁ ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତି ମାଟି ଓ ସୂତୁଲିରେ ନିର୍ମିତ। ଏହାକୁ ପାରମ୍ପରିକ ରଙ୍ଗରେ ସଜାଯାଇଥାଏ ଏବଂ ପରିବେଶ ଅନୁକୂଳ ଭାବେ ପ୍ରସ୍ତୁତ କରାଯାଏ। ମୂର୍ତ୍ତିର ପାଦଦେଶରେ ସିଂହ ରହିଥିବା ବେଳେ ମହିଷାସୁର ବଧର ଦୃଶ୍ୟ ଏହାର ଆକର୍ଷଣ ବଢ଼ାଇଥାଏ।

    ଏହି ମୂର୍ତ୍ତିର ନିର୍ମାଣଶୈଳୀ ଶ୍ରୀମନ୍ଦିରର ପରମ୍ପରା ସହ ଜଡ଼ିତ। ବାହାର କାରିଗରଙ୍କ ପରିବର୍ତ୍ତେ ସ୍ଥାନୀୟ ରୂପକାରମାନେ ନିଷ୍ଠାର ସହ ମୂର୍ତ୍ତି ନିର୍ମାଣ କରିଥାନ୍ତି। ଏହା ଏହି ପୀଠର ସ୍ୱତନ୍ତ୍ରତାକୁ ଆହୁରି ବଢ଼ାଇଥାଏ।

    ବନଦୁର୍ଗା ମନ୍ତ୍ରରେ ହୋମଯଜ୍ଞ, ଜହ୍ନିବଳିର ପରମ୍ପରା:
    ମା’ ଜହ୍ନିଖାଇଙ୍କ ପୀଠରେ ପାରମ୍ପରିକ ପୂଜାବିଧି ସହ ବନଦୁର୍ଗା ମନ୍ତ୍ରରେ ହୋମଯଜ୍ଞ ଅନୁଷ୍ଠିତ ହେଉଛି। ରାତିରେ ମା’ଙ୍କ ନିକଟରେ ଜହ୍ନିବଳି ପୂଜା କରିବାର ମଧ୍ୟ ପରମ୍ପରା ରହିଛି। ପୂଜା ସମୟରେ ଭକ୍ତମାନେ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରୁଛନ୍ତି।

    ଗୋଷାଣି ମେଳଣ ଯାତ୍ରା ସମୟରେ ମା’ ଜହ୍ନିଖାଇ ବଡ଼ଦାଣ୍ଡରେ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି। ଶାରଦୀୟ ପୂଜା ଅବସରରେ ପୁରୀର ଏହି ପାରମ୍ପରିକ ଉତ୍ସବ ଭକ୍ତି, ସଂସ୍କୃତି ଓ ଐତିହ୍ୟର ଏକ ସୁନ୍ଦର ସମନ୍ୱୟ ସୃଷ୍ଟି କରିଛି।
     

    Add Zee News as a Preferred Source
    TAGS:
    Odia News