ପୁରୀ: (ସଞ୍ଜୟ ମହାପାତ୍ର) ଶ୍ରୀମନ୍ଦିର ନାଟ ମଣ୍ଡପ ଧାଡ଼ି ଦର୍ଶନ ପାଇଁ ବଦଳିବ ରାମ୍ପ ଡିଜାଇନ୍ । ଆଇଆଇଟି ଭୁବନେଶ୍ୱରରେ ରାମ୍ପ ଡିଜାଇନର ସମୀକ୍ଷା ପରେ ଡିଜାଇନ୍ କୁ ନାକଚ କଲେ ଶ୍ରୀମନ୍ଦିର ପରିଚାଳନା କମିଟି । ଡିଜାଇନ୍ ରେ ଥିବା ଷ୍ଟେପ୍ ନୀତି କାନ୍ତି ବେଳେ ସୃଷ୍ଟି କରିବ ସମସ୍ୟା । ତ୍ରୁଟି ସୁଧାରିବା ପରେ ପୁଣି ଥରେ ହେବ ସମୀକ୍ଷା । ପରିଚାଳନା କମିଟି ଅନୁମୋଦନ ପରେ ଏହା ଲାଗୁ କରିବା ନେଇ ନିଆଯିବ ନିଷ୍ପତ୍ତି । ସାମ୍ପ୍ରତିକ ସମୟରେ ଗହଳିକୁ ନଜରରେ ରଖି ଧାଡ଼ି ଦର୍ଶନ ବ୍ୟବସ୍ଥା ଜରୁରୀ କହିଲେ ପରିଚାଳନା କମିଟି ସଦସ୍ୟ । କିନ୍ତୁ ନୀତିକାନ୍ତି ଓ ଭକ୍ତଙ୍କୁ ସୁହାଇବା ଭଳି ଡିଜାଇନ୍ କୁ ଦିଆଯିବ ଅନୁମୋଦନ ।
ଶ୍ରୀମନ୍ଦିରରେ ପ୍ରସ୍ତାବିତ ଧାଡ଼ି ଦର୍ଶନ ପାଇଁ ଆଇଆଇଟି ଭୁବନେଶ୍ୱରରେ ଚାଲିଛି ରାମ୍ପ ନିର୍ମାଣ। ଠିକା ସଂସ୍ଥା ଓବିସିସି ପକ୍ଷରୁ ଡିଜାଇନ୍ ପ୍ରସ୍ତୁତ କରିଛି ଆଇଆଇଟି ଭୁବନେଶ୍ୱର । ତେବେ ପରିଚାଳନା କମିଟି ନିଷ୍ପତ୍ତି ପରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ, ଗତକାଲି ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ବରିଷ୍ଠ ସେବାୟତ ମାନେ ଯାଇ ନିର୍ମାଣଧିନ ରାମ୍ପର ସମୀକ୍ଷା କରିଥିଲେ । ଶ୍ରୀମନ୍ଦିରରେ ନୀତିକାନ୍ତି ବହୁଳ ରହିଥିବା ବେଳେ, ଏହାକୁ କଢ଼ା ପକା କରିବାର ବ୍ୟବସ୍ଥା କରାଯାଇଛି। ତେବେ ଡିଜାଇନ୍ ରେ ଥିବା ଷ୍ଟେପ ଯୋଗୁଁ ଏହା ସମୟ ସାପେକ୍ଷ ହୋଇପାରେ, ବୋଲି ସେବାୟତମାନେ କହିଥିବା ବେଳେ ରାମ୍ପ ଡିଜାଇନ୍ କୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ପୂର୍ବରୁ ୩ ଥର ରାମ୍ପ ଡିଜାଇନ୍ ବଦଳିଛି ।