• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ସମ୍ବଲପୁର
  • /ଶିକାର ମାମଲାରେ ଡେବ୍ରିଗଡ଼ ଅଭୟାରଣ୍ୟରୁ ଚାରି ଶିକାରୀ ଗିରଫ

ଶିକାର ମାମଲାରେ ଡେବ୍ରିଗଡ଼ ଅଭୟାରଣ୍ୟରୁ ଚାରି ଶିକାରୀ ଗିରଫ

ଏହି ଅଭିଯାନରେ ବରଗଡ଼ ପୋଲିସର ସହଯୋଗ ମଧ୍ୟ ରହିଥିଲା। ବିଶେଷକରି ମୋବାଇଲ୍ ଫୋନ୍ ଟ୍ରାକିଂ ଜରିଆରେ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରିବାରେ ପୋଲିସ ସଫଳ ହୋଇଥିଲା।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 17, 2026, 10:18 IST|Updated: Nov 17, 2026, 10:20 IST
joinshare
ଶିକାର ମାମଲାରେ ଡେବ୍ରିଗଡ଼ ଅଭୟାରଣ୍ୟରୁ ଚାରି ଶିକାରୀ ଗିରଫ
Image Credit: Sambalpur News

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶିକାର ମାମଲାରେ ଡେବ୍ରିଗଡ଼ ଅଭୟାରଣ୍ୟରୁ ଚାରି ଶିକାରୀ ଗିରଫ

ଶିକାର ମାମଲାରେ ଡେବ୍ରିଗଡ଼ ଅଭୟାରଣ୍ୟରୁ ଚାରି ଶିକାରୀ ଗିରଫ

2

Top 10 News: ଆଜି ସର୍ବଦଳୀୟ ବୈଠକ, ଦେବ୍ରିଗଡ଼ରେ ୪ ଶିକାରୀ ଗିରଫ ଓ ଅନ୍ୟ ଖବର

3

8th Odisha Assembly Session: ବିଧାନସଭା ଅଧିବେଶନ ପାଇଁ ଟ୍ରାଫିକରେ ବଡ ପରିବର୍ତ୍ତନ

4

Cyclone Alert: ଗତ ୯ ଘଣ୍ଟା ଧରି ପ୍ରାୟ ସମାନ ସ୍ଥାନରେ ରହିଛି ବାତ୍ୟା

5

Today Horoscope: ଆଜି ଆପଣଙ୍କର ଭାଗ୍ୟ କେମିତି ରହିବ ? ପଢ଼ନ୍ତୁ ରାଶିଫଳ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

ସମ୍ୱଲପୁର: (ଅଜୟ କୁମାର ନାଥ) ଏକ ବଡ ଧରଣର ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ କରିଛି ଡେବ୍ରିଗଡ଼ ବନ ବିଭାଗ। ଡେବ୍ରିଗଡ଼ ଅଭୟାରଣ୍ୟରେ ଫାଶ ଓ ଜନ୍ତା ବସାଇ ବନ୍ୟଜନ୍ତୁ ଶିକାର କରିବାକୁ ଯୋଜନା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସେମାନଙ୍କଠାରୁ ୫ କିଲୋଗ୍ରାମ ବାଇଣ୍ଡିଂ ତାର, ଫାଶ, କୁରାଢ଼ି, ଗୋଟିଏ ବାଇକ୍ ଓ ୩ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ବନ୍ୟଜନ୍ତୁ ଶିକାର ପାଇଁ ଏକ ଗୋଷ୍ଠୀ ଜଙ୍ଗଲରେ ଫାଶ ଓ ଜନ୍ତା ବସାଇବାକୁ ଯୋଜନା କରୁଥିବା ନେଇ ବନ ବିଭାଗକୁ ନିର୍ଦ୍ଦିଷ୍ଟ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଗତ ନଭେମ୍ବର ୧୫ ତାରିଖରେ ଲଖନପୁର ୱାଇଲ୍ଡଲାଇଫ୍ ରେଞ୍ଜ ଅଧୀନରେ ଥିବା ୪ଟି ଗାଁର ସନ୍ଦିଗ୍ଧ ଘର ଏବଂ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଲୁଚାଇ ରଖାଯାଇଥିବା ଶିକାର ସାମଗ୍ରୀ ଖୋଜିବା ପାଇଁ ମେଟାଲ୍ ଡିଟେକ୍ଟର ମଧ୍ୟ ବ୍ୟବହାର କରାଯାଇଥିଲା।

ଏହି ଅଭିଯାନରେ ବରଗଡ଼ ପୋଲିସର ସହଯୋଗ ମଧ୍ୟ ରହିଥିଲା। ବିଶେଷକରି ମୋବାଇଲ୍ ଫୋନ୍ ଟ୍ରାକିଂ ଜରିଆରେ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରିବାରେ ପୋଲିସ ସଫଳ ହୋଇଥିଲା। ଡେବ୍ରିଗଡ଼ ଅଭୟାରଣ୍ୟ ନିକଟସ୍ଥ ତିଲେଇମାଲ ଗାଁରୁ କିଶୋର ଖମାରୀ (୪୬), ହୀରାଧର ଭୁଏ (୪୨), ଆଶିଷ ଭୁଏ (୨୯) ଏବଂ ଜିତେନ୍ଦ୍ର ଭୁଏ (୨୫)ଙ୍କୁ ଗିରଫ କରାଯାଇଛି। ନଭେମ୍ବର ୧୬ ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ଦିଆଯାଇଛି ।ବନ ବିଭାଗର କହିବା ଅନୁଯାୟୀ, ବାଇଣ୍ଡିଂ ତାରରେ ତିଆରି ଫାଶ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଯାତାୟାତ ପଥରେ ବସାଯାଏ। ଏଥିରେ ଫସି ଜନ୍ତୁମାନେ ଗୁରୁତର ଆହତ ହେବା ସହ ମୃତ୍ୟୁବରଣ କରିବାର ଆଶଙ୍କା ରହିଥାଏ। ଏପରିକି ତୃଣଭୋଜୀ ଓ ମାଂସାହାରୀ ଉଭୟ ପ୍ରକାରର ଜନ୍ତୁ ଏହି ଫାଶରେ ଫସିପାରନ୍ତି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ମାନେ ମିଳିତ ଭାବେ ଶିକାର ପାଇଁ ଫାଶ ବସାଇବାକୁ ଯୋଜନା କରିଥିବା ସୂଚନା ଦିଆଯାଇଛି ।

ଅନ୍ୟପଟେ ଅଭୟାରଣ୍ୟର ସୁରକ୍ଷା ପାଇଁ ସୀମାର ପ୍ରାୟ ୪୦ ପ୍ରତିଶତ ଅଞ୍ଚଳରେ ବାଡ଼ ନିର୍ମାଣ କରାଯାଇଛି। ବିଶେଷକରି ଚାଷ ଜମିକୁ ଲାଗି ରହିଥିବା ସମ୍ବେଦନଶୀଳ ଅଞ୍ଚଳରେ ଏହି ବ୍ୟବସ୍ଥା କରାଯାଇଛି।

ଡେବ୍ରିଗଡ଼ ଅଭୟାରଣ୍ୟରେ ୨୫୦ ଜଣ ସୁରକ୍ଷା କର୍ମୀ ଏବଂ ୨୭ଟି ପାଟ୍ରୋଲିଂ ଟିମ୍ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି। ପ୍ରତି ମାସରେ ବନ କର୍ମଚାରୀମାନେ ୬ ହଜାର କିଲୋମିଟରରୁ ଅଧିକ ପାଦରେ ପାଟ୍ରୋଲିଂ କରୁଛନ୍ତି। ଏହାସହ କ୍ୟାମେରା ଟ୍ରାପ୍ ଓ ସ୍ୱତନ୍ତ୍ର ନିରୀକ୍ଷଣ ଟିମ୍ ମାଧ୍ୟମରେ ଜଙ୍ଗଲର ସମ୍ବେଦନଶୀଳ ପ୍ରବେଶ ପଥ ଉପରେ ନଜର ରଖାଯାଉଛି।

ଅଭୟାରଣ୍ୟ ଚାରିପାଖରେ ଥିବା ୬୭ ଟି ଇକୋ ଡେଭଲପମେଣ୍ଟ କମିଟି ମଧ୍ୟ ବନ୍ୟଜନ୍ତୁ ସୁରକ୍ଷା ଓ ଶିକାର ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି।ନିକଟରେ ଡେବ୍ରିଗଡ଼ରେ ଏକ ପୁରୁଷ ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତି ଜଣାପଡ଼ିବା ପରେ ୧୦୦ରୁ ଅଧିକ ପାର୍ଶ୍ୱବର୍ତ୍ତୀ ଗାଁରେ ସଚେତନତା ପୋଷ୍ଟର ଲଗାଯାଇଛି। ବାଘର ଉପସ୍ଥିତିର ପରିବେଶଗତ ଗୁରୁତ୍ୱ, ମଣିଷ ଓ ବନ୍ୟଜନ୍ତୁଙ୍କ ସହାବସ୍ଥାନ ଏବଂ ଶିକାର ସମ୍ପର୍କିତ ସୂଚନା ଦେଲେ ନଗଦ ପୁରସ୍କାର ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଉଛି।

ହୀରାକୁଦ ୱାଇଲ୍ଡଲାଇଫ୍ ଡିଭିଜନର ଡିଏଫ୍‌ଓ କହିଛନ୍ତି, କେବଳ ଅଭିଯୁକ୍ତଙ୍କୁ ଗିରଫ କରିବା କିମ୍ବା ଅପରାଧ ଘଟିବା ପରେ ପଦକ୍ଷେପ ନେବା ବନ୍ୟଜନ୍ତୁ ସୁରକ୍ଷାର ଏକମାତ୍ର ଲକ୍ଷ ନୁହେଁ। ବରଂ ବନ୍ୟଜନ୍ତୁଙ୍କ କ୍ଷତି ହେବା ପୂର୍ବରୁ ଶିକାର ଭଳି ବିପଦକୁ ରୋକିବା ହିଁ ଆମର ପ୍ରାଥମିକତା। ଜଙ୍ଗଲରେ ବନ୍ୟଜନ୍ତୁ ନିରାପଦରେ ଚଳପ୍ରଚଳ, ଖାଦ୍ୟ ସଂଗ୍ରହ ଓ ବଂଶବୃଦ୍ଧି କରିପାରିବେ, ସେଥିପାଇଁ ସୁରକ୍ଷିତ ପରିବେଶ ତିଆରି କରିବା ଆମର ଲକ୍ଷ୍ୟ। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି ।

Also Read- 8th Odisha Assembly Session: ବିଧାନସଭା ଅଧିବେଶନ ପାଇଁ ଟ୍ରାଫିକରେ ବଡ ପରିବର୍ତ୍ତନ

Add Zee News as a Preferred Source
TAGS:
Odia News