• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ସମ୍ବଲପୁର
  • /Adi Samalei Peetha: ଚାଉଁରପୁର ଆଦି ସମଲେଇ ପୀଠରେ ଯୁଗାର ଯାତ୍ରା, ବଳି ପରମ୍ପରା ବଦଳରେ ୧୯ ବର୍ଷ ଧରି ସାତ୍ତ୍ୱିକ ରୀତିନୀତି

Adi Samalei Peetha: ଚାଉଁରପୁର ଆଦି ସମଲେଇ ପୀଠରେ ଯୁଗାର ଯାତ୍ରା, ବଳି ପରମ୍ପରା ବଦଳରେ ୧୯ ବର୍ଷ ଧରି ସାତ୍ତ୍ୱିକ ରୀତିନୀତି

ବହୁ ପୂର୍ବରୁ ଶକ୍ତିପୀଠରେ ବଳି ପ୍ରଥା ପାଳନ କରାଯାଉଥିବା ବେଳେ ବର୍ତ୍ତମାନ ସମୟରେ ଦୀର୍ଘ ୧୯ ବର୍ଷ ହେବ ସାତ୍ତ୍ଵିକ ପରମ୍ପରାକୁ ପ୍ରସାର କରାଯାଇ ଆସୁଛି । ଗାଁର ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତି ଖଇ (ଲିଆ)ରେ ତିଆରି ୬ ଫୁଟର ଜୁଗାର ଭକ୍ତ ଏବଂ ଦର୍ଶକ ମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଘଣ୍ଟବାଦ୍ୟ, ସମ୍ପ୍ରଦା, ଦୁଲଦୁଲିର ତାଳେତାଳେ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଥିଲା।

Reported ByAjaya Kumar NathEdited ByPriyambada Rana
Published: Oct 17, 2026, 08:04 PM IST|Updated: Oct 17, 2026, 08:05 PM IST
joinshare
Adi Samalei Peetha: ଚାଉଁରପୁର ଆଦି ସମଲେଇ ପୀଠରେ ଯୁଗାର ଯାତ୍ରା, ବଳି ପରମ୍ପରା ବଦଳରେ ୧୯ ବର୍ଷ ଧରି ସାତ୍ତ୍ୱିକ ରୀତିନୀତି
Image Credit: Adi Samalei Peetha: ଚାଉଁରପୁର ଆଦି ସମଲେଇ ପୀଠରେ ଯୁଗାର ଯାତ୍ରା, ବଳି ପରମ୍ପରା ବଦଳରେ ୧୯ ବର୍ଷ ଧରି ସାତ୍ତ୍ୱିକ ରୀତିନୀତି

About the Author

    Ajaya Kumar Nath

    Ajaya Kumar Nath

    Ajaya Kumar Nath
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Adi Samalei Peetha: ଚାଉଁରପୁର ସମଲେଇ ଆଦିପୀଠରେ ନବରାତ୍ର ଅବସରରେ ଯୁଗାରଯାତ୍ରା। ସମ୍ବଲପୁରର ଚାଉଁରପୁରରେ ଥିବା ଆଦି ସମଲେଇ ପୀଠରେ ଶାରଦୀୟ ନବରାତ୍ର ଅବସରରେ ଯୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାଳୟା ଠାରୁ ଆରମ୍ଭ ହୋଇଥିବା ରୀତିନୀତୀ ଅନୁସାରେ ପୁଜା ସହିତ ଶକ୍ତିପୀଠରେ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି। ଏହା ସହିତ ଆଦି ସମଲେଇ ପୀଠରେ ବଳି ବଦଳରେ ଜୁଗାର ଯାତ୍ରା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

    ବହୁ ପୂର୍ବରୁ ଶକ୍ତିପୀଠରେ ବଳି ପ୍ରଥା ପାଳନ କରାଯାଉଥିବା ବେଳେ ବର୍ତ୍ତମାନ ସମୟରେ ଦୀର୍ଘ ୧୯ ବର୍ଷ ହେବ ସାତ୍ତ୍ଵିକ ପରମ୍ପରାକୁ ପ୍ରସାର କରାଯାଇ ଆସୁଛି । ଗାଁର ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତି ଖଇ (ଲିଆ)ରେ ତିଆରି ୬ ଫୁଟର ଜୁଗାର ଭକ୍ତ ଏବଂ ଦର୍ଶକ ମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଘଣ୍ଟବାଦ୍ୟ, ସମ୍ପ୍ରଦା, ଦୁଲଦୁଲିର ତାଳେତାଳେ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଥିଲା। ସମଲେଇଙ୍କ ଆଦିଶକ୍ତପୀଠରୁ ଜୁଗାର ଯାତ୍ରା ବାହାରି କୁଟରାପଡା, ପେଟୋଲପମ୍ପ ଛକ, ନୁଆଁ ଝାଙ୍କର ପାଲି, ଜାମପାଲି, ଡୁଙ୍ଗୁରୀପଡା, ତଲିପଡା ଦେଇ ପୁଣି ମନ୍ଦିରକୁ
    ପହଞ୍ଚିଥିଲା।

    ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ନାଉରୀ ନାୟକ , ବିଜେପି ସଭାପତି ରାମଚନ୍ଦ୍ର ମେହେର, ମହିଳା ମୋର୍ଚ୍ଚା ସଭାପତି ସୁଷମା ସାହୁ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ନବରାତ୍ର ଅବସରରେ ବାଡିଖେଲ ଚାଉଁରପୁରର ଅନ୍ୟତମ ଆକର୍ଷଣ ହୋଇପାରିଛି। ଗାଁର ଆଦିତ୍ୟ ପ୍ରସାଦ ନାୟକ କୁହନ୍ତି, ସ୍ଥାନୀୟ ଲୋକ ବହୁ ଦିନରୁ ଦେବୀ ସମଲେଇଙ୍କ ପୂଜାର୍ଚ୍ଚନା କରି ଆସୁଥିଲେ। ହେଲେ ସମ୍ବଲପୁରର ରାଜା ବଳରାମ ଦେବ ୧୫୪୪ ମସିହାରେ ସର୍ବ ପ୍ରଥମେ ଚାଉଁରପୁର ଠାରେ ଆଦିଶକ୍ତି ସମଲେଇଙ୍କୁ ସ୍ବପ୍ନରେ ଦର୍ଶନ କରିବା ପରଠାରୁ ଦେବୀଙ୍କ ମହିମାର ପ୍ରଚାର ହୋଇଥିଲା। ଯାହା ଆଜିପର୍ଯ୍ୟନ୍ତ ଭକ୍ତଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ସ୍ଥାନୀୟ ବାସିନ୍ଦା ଲଲିତା ଭୋଇ କୁହନ୍ତି ଗାଁ ର ମହିଳା ମାନେ ଯୁଗାର ତିଆରି କରି ମାଁ ଙ୍କୁ ଅର୍ପଣ କରିବାରେ ପ୍ରମୁଖ ଦାୟିତ୍ୱ ତୁଳାଇ ଆସୁଛନ୍ତି।

    ଚଳିତ ବର୍ଷ ନବରାତ୍ର ଅବସରରେ ସୁରୁମଣୀ ଭୋଇ ଏବଂ କୌଶଲ୍ୟା ଭୋଇ କର୍ଷା ଭାବରେ ଦାୟିତ୍ଵ ସମ୍ପାଦନ କରୁଛନ୍ତି। ସେହିପରି ପୂଜକ ଜୟ କୁମାର ମାଝୀ,ସଞ୍ଜୟ ମାଝୀ ଏବଂ ରାଜେନ୍ଦ୍ର ଭୋଇ, ଝାଙ୍କର ପରମା ଧରେଇ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ମନ୍ଦିର କମିଟିର ସଭାପତି ଆଦିତ୍ୟ ନାୟକ, କେଦାର ପୋଢ, ସୈମ୍ୟଜିତ ମାଝୀ , ଲକ୍ଷ୍ମଣ ବାରିକ, ସାନ୍ତାନୁ ଭୋଇ, ଶ୍ରୀମନ୍ତ ବେହେରା, ଶିବଶଙ୍କର ବଢାଇ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। 

    Add Zee News as a Preferred Source
    TAGS:
    Odia News