Sambalpur News: ଆଜି ପଵିତ୍ର ମହାଳୟା । ଏହି ଅବସରରେ ମା ସମଲେଶ୍ୱରୀ ଙ୍କର ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି। ମାନ୍ୟତା ରହିଛି ମାଆଙ୍କୁ ଏହି ବେଶରେ ଦର୍ଶନ କଲେ ପବିତ୍ର ଗଙ୍ଗା ସ୍ନାନ ବା ଗଙ୍ଗା ଦର୍ଶନର ପୁଣ୍ୟ ମିଳିଥାଏ । ଆଜି ଶନିବାର ପବିତ୍ର ମହାଳୟା ତିଥି ରେ ମା ସମଲେଶ୍ୱରୀଙ୍କ ଧବଳ ମୁଖି ବେଶ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ସୂଚାଇ ଦିଆ ଯାଇଛି ଯେ, ଆଜି ଦିନ ମାଆଙ୍କ ମଙ୍ଗଳ ଆଳତି ପରେ ପ୍ରାତଃ ୫ ଘଣ୍ଟା ସମୟରେ ଦ୍ୱାରା ଫିଟିବ ଓ ଦର୍ଶନ ଆରମ୍ଭ ହେବ।
ଦର୍ଶନ ପୂର୍ବାହ୍ନ ୧୧.ଟା ୪୫ ପର୍ଯ୍ୟନ୍ତ ଅବ୍ୟାହତ ରହିବ। ପୂର୍ବାହ୍ନ ୧୧ ଟା ୪୫ ମିନିଟ ରୁ ମଧ୍ୟାହ୍ନ ୧୨ ଟା ୩୦ ପର୍ଯ୍ୟନ୍ତ ମାଙ୍କ ଅନ୍ନ ଭୋଗ ପାଇଁ ଦର୍ଶନ ବନ୍ଦ ରହିବ। ପୁନର୍ବାର ୧୨ ଟା ୩୦ ମିନିଟ ରୁ ସନ୍ଧ୍ୟା ସାଢେ ସାତ ଟା ପର୍ଯ୍ୟନ୍ତ ଦର୍ଶନ ଅବ୍ୟାହତ ରହିବ। ସନ୍ଧ୍ୟା ସାଢେ ସାତ ରୁ ରାତ୍ର ସାଢେ ଆଠ ପର୍ଯ୍ୟନ୍ତ ମହା ଆଳତି ପାଇଁ ଦର୍ଶନ ବନ୍ଦ ରହିବ। ପୁଣି ରାତ୍ରି ସାଢେ ଆଠ ରୁ ରାତ୍ର ସାଢେ ୧୦ ଟା ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ।
ରାତ୍ର ସାଢେ ୧୦ ରେ ପୂଜାର୍ଚନା ପରେ ପହଡ଼ ନୀତି ହେଇ ଦର୍ଶନ ବନ୍ଦ ହେବ। ଭକ୍ତ ମାନେ କେବଳ ଚାରି ନମ୍ବର ଦ୍ୱାର (ଗୋପାଳଜୀ ମଠ ପାର୍ଶ୍ୱ) ଦେଇ ପ୍ରବେଶ କରିବେ ଓ ଏହି ଦିନ ଜୋତା ଷ୍ଟାଣ୍ଡ ସେବା ବନ୍ଦ ରହିବ। ମା ସମଲେଶ୍ୱରୀଙ୍କ ଧବଳ ମୁଖି ବେଶ ଅଢେଇ ଦିନ ପର୍ଯ୍ୟନ୍ତ ରହୁ ଥିବାରୁ ୧୦ ତାରିଖ ଦିନ ର ଭିଡ ଦୃଷ୍ଟିରୁ ବୟସ୍କ , ଗର୍ଭବତୀ ମହିଳା , ଦିବ୍ୟାଙ୍ଗ ବ୍ୟକ୍ତି ଓ ଶିଶୁ ମାନେ ପରଦିନ ଅର୍ଥାତ ୧୧ ତାରିଖ ଦିନ ଦର୍ଶନ କରିବାକୁ ଟ୍ରଷ୍ଟ ବୋର୍ଡ ତରଫରୁ ଅନୁରୋଧ କରାଯାଇଛି । ଭକ୍ତ ମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁରେ ଦର୍ଶନ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇଥିବା ସୂଚନା ଦିଆଯାଇଛି।