Budh Nakshatra Gochar 2026: ବୁଧ ଚଳାଇବେ ନୂଆ ଚାଲ୍!ଉଜ୍ଜଳ ହେବ ୩ ରାଶିଙ୍କ ଭାଗ୍ୟ
Published: Oct 10, 2026, 06:53 PM IST|Updated: Oct 10, 2026, 06:56 PM IST
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ,ଗ୍ରହମାନଙ୍କର ରାଜକୁମାର ବୁଧ ଅକ୍ଟୋବର ୧୨ ତାରିଖରେ ବିଶାଖା ନକ୍ଷତ୍ରରେ ପ୍ରବେଶ କରିବେ।
Budh Nakshatra Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ,ଗ୍ରହମାନଙ୍କର ରାଜକୁମାର ବୁଧ ଅକ୍ଟୋବର ୧୨ ତାରିଖରେ ବିଶାଖା ନକ୍ଷତ୍ରରେ ପ୍ରବେଶ କରିବେ। ଏବଂ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ। ଯଦି ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଜ୍ଜଳ କରିବାକୁ ଯାଉଛନ୍ତି ବୁଧ...
1/3ବୁଧ ଚଳାଇବେ ନୂଆ ଚାଲ୍!ଉଜ୍ଜଳ ହେବ ୩ ରାଶିଙ୍କ ଭାଗ୍ୟ
ମେଷ-:ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି,କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ପରିବାର ପକ୍ଷରୁ ସମର୍ଥନ ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। କଳା, ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଶୁଭଫଳ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ଧାର୍ମିକ ଯାତ୍ରା କରିପାରନ୍ତି।
2/3 ବୁଧ ଚଳାଇବେ ନୂଆ ଚାଲ୍!ଉଜ୍ଜଳ ହେବ ୩ ରାଶିଙ୍କ ଭାଗ୍ୟ
ସିଂହ-:ବୁଧଙ୍କ ନକ୍ଷତ୍ର ଗୋଚର ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମାରେ ଅହେତୁକ ବୃଦ୍ଧି ହେବ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି,ସେମାନେ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର୍ କରିବାରେ ସଫଳ ହେବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ଭଲ ରେଜଲ୍ଟ କରିବେ। ପ୍ରେମ ସମ୍ପର୍କରେ ଥିବା ଲୋକେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରା ହେବ। ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ।
3/3ବୁଧ ଚଳାଇବେ ନୂଆ ଚାଲ୍!ଉଜ୍ଜଳ ହେବ ୩ ରାଶିଙ୍କ ଭାଗ୍ୟ
ଧନୁ-: ବୁଧଙ୍କ ନକ୍ଷତ୍ର ଗୋଚର ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଭୂତ ପୂର୍ବ ଲାଭ ପାଇବେ। ସ୍ଥଗିତ କାର୍ଯ୍ୟ ପୂରା ହେବ। ଆୟ ବୃଦ୍ଧି ହେବ। ନୂଆ ଘର କିମ୍ବା ଗାଡ଼ି କ୍ରୟ କରିପାରନ୍ତି। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି,ସେମାନଙ୍କୁ କୌଣସି ଏକ ବଡ଼ କମ୍ପାନୀରୁ ବଡ଼ ଚାକିରି ଅଫର ମିଳିପାରେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ସହ ପିତାମାତା ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ ଜଣାଇବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)