- ଜି ନ୍ୟୁଜ୍ ଓଡ଼ିଶା
- /ଫଟୋ
- /Today Horoscope: ଆଜି ୫ ରାଶିଙ୍କ ଭାଗ୍ୟରେ ଧନଲାଭ ଯୋଗ! ଜାଣନ୍ତୁ କେମିତି କଟିବ ନବରାତ୍ରିର ଷଷ୍ଠ ଦିନ...
Today Horoscope: ଆଜି ୫ ରାଶିଙ୍କ ଭାଗ୍ୟରେ ଧନଲାଭ ଯୋଗ! ଜାଣନ୍ତୁ କେମିତି କଟିବ ନବରାତ୍ରିର ଷଷ୍ଠ ଦିନ...
Published: Oct 16, 2026, 06:39 AM IST|Updated: Oct 16, 2026, 06:48 AM IST
ଜ୍ୟୋତିଷ ଗଣନା ଅନୁସାରେ ଆଜି ବିଭିନ୍ନ ଗ୍ରହ ସ୍ଥିତି ଓ ଯୋଗର ପ୍ରଭାବରେ କେତେକ ରାଶିଙ୍କ ପାଇଁ ଧନଲାଭ, କର୍ମକ୍ଷେତ୍ରରେ ସଫଳତା ଓ ପାରିବାରିକ ଖୁସିର ସମ୍ଭାବନା ରହିଛି। ଅନ୍ୟ କେତେକ ରାଶିର ବ୍ୟକ୍ତିଙ୍କୁ ଖର୍ଚ୍ଚ, ସ୍ୱାସ୍ଥ୍ୟ ଓ ସମ୍ପର୍କ ପ୍ରତି ସତର୍କ ରହିବାକୁ ପଡ଼ିପାରେ। ତେବେ ଆସନ୍ତୁ ଜାଣିବା, ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶି ପାଇଁ ଆଜିର ଦିନ କିପରି ରହିବ।
Today Horoscope: ଆଜିର ରାଶିଫଳ, ୧୬ ଅକ୍ଟୋବର ୨୦୨୬: ଆଜି ଶୁକ୍ରବାର। ଆଶ୍ୱିନ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ପାଳନ କରାଯାଉଛି ନବରାତ୍ରିର ଷଷ୍ଠ ଦିନ। ଏହି ଦିନ ମା’ କାତ୍ୟାୟନୀଙ୍କ ପୂଜା କରାଯାଏ। ଜ୍ୟୋତିଷ ଗଣନା ଅନୁସାରେ ଆଜି ବିଭିନ୍ନ ଗ୍ରହ ସ୍ଥିତି ଓ ଯୋଗର ପ୍ରଭାବରେ କେତେକ ରାଶିଙ୍କ ପାଇଁ ଧନଲାଭ, କର୍ମକ୍ଷେତ୍ରରେ ସଫଳତା ଓ ପାରିବାରିକ ଖୁସିର ସମ୍ଭାବନା ରହିଛି। ଅନ୍ୟ କେତେକ ରାଶିର ବ୍ୟକ୍ତିଙ୍କୁ ଖର୍ଚ୍ଚ, ସ୍ୱାସ୍ଥ୍ୟ ଓ ସମ୍ପର୍କ ପ୍ରତି ସତର୍କ ରହିବାକୁ ପଡ଼ିପାରେ। ତେବେ ଆସନ୍ତୁ ଜାଣିବା, ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶି ପାଇଁ ଆଜିର ଦିନ କିପରି ରହିବ।
1/13ମେଷ ରାଶି:
ଆଜି ଆପଣଙ୍କ ପାଇଁ ଦିନଟି ମଧ୍ୟମ ଫଳଦାୟକ ରହିପାରେ। ଅଧୁରା କାମ ପୂରଣ କରିବାରେ ସଫଳ ହେବେ। ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ବିଦେଶରେ ରହୁଥିବା ସମ୍ପର୍କୀୟଙ୍କଠାରୁ ଭଲ ଖବର ମିଳିବାର ସମ୍ଭାବନା ଅଛି।
2/13ବୃଷ ରାଶି:
ଚିନ୍ତା ଦୂର ହେବା ସହ ମନରେ ଉତ୍ସାହ ବଢ଼ିପାରେ। ପରିବାର, ଭାଇଭଉଣୀ ଓ ବନ୍ଧୁବାନ୍ଧବଙ୍କ ସହ ସମୟ ଭଲ କଟିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଅନୁକୂଳ ରହିପାରେ।
3/13ମିଥୁନ ରାଶି:
ଆଜି ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ ରହିପାରେ। ଧନଲାଭର ସମ୍ଭାବନା ରହିଛି। ଅବିବାହିତଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ମିଳିବାର ଯୋଗ ରହିଛି। ବନ୍ଧୁଙ୍କ ସହ ହଠାତ୍ ସାକ୍ଷାତ ମନକୁ ଖୁସି କରିବ। ପରିବାରରୁ ସହଯୋଗ ମିଳିପାରେ।
4/13କର୍କଟ ରାଶି:
ଆଜି କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ଉଚ୍ଚ ଅଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ହୋଇପାରନ୍ତି। ପଦୋନ୍ନତି ନେଇ ଆଶା ସଞ୍ଚାର ହୋଇପାରେ। ସରକାରୀ କ୍ଷେତ୍ରରୁ ଲାଭ ମିଳିବା ସହ ସ୍ୱାସ୍ଥ୍ୟ ଭଲ ରହିବାର ସମ୍ଭାବନା ଅଛି।
5/13ସିଂହ ରାଶି:
ଆଜି ଦିନଟି ମିଶ୍ରିତ ଫଳ ଦେଇପାରେ। ପରିବାରରେ ମତଭେଦ ନହେବା ପାଇଁ ସତର୍କ ରୁହନ୍ତୁ। ପରିଶ୍ରମ ଅନୁସାରେ ଫଳ ନମିଳିଲେ ମନ ଖରାପ ହୋଇପାରେ। ଆର୍ଥିକ ଚିନ୍ତା ବଢ଼ିବାର ସମ୍ଭାବନା ରହିଛି। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ।
6/13କନ୍ୟା ରାଶି:
ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିପାରେ। ତେବେ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ, ନଚେତ୍ ପରିବାରରେ ମତଭେଦ ସୃଷ୍ଟି ହୋଇପାରେ। ଅଯଥା ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି।
7/13ତୁଳା ରାଶି:
ଆଜି ଆପଣଙ୍କ ଦିନ ଆନନ୍ଦ ଓ ଉତ୍ସାହରେ କଟିପାରେ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ପ୍ରିୟଜନ ଓ ବନ୍ଧୁମାନଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିପାରେ। ନୂଆ ପୋଷାକ କିଣିବାର ଯୋଗ ରହିଛି। ସମାଜରେ ମାନସମ୍ମାନ ବଢ଼ିପାରେ।
8/13ବିଛା ରାଶି:
ଆଜି ମାନସିକ ଓ ଶାରୀରିକ ଭାବେ ଉତ୍ସାହିତ ରହିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗରେ ଅଧୁରା କାମ ପୂରଣ ହେବ। ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ଘରେ ଶାନ୍ତି ଓ ସୁଖ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।
9/13ଧନୁ ରାଶି:
ଧନୁ ରାଶି: ଆଜି ଆଶା ଅନୁସାରେ ସଫଳତା ନମିଳିଲେ ନିରାଶ ହୁଅନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସମ୍ପତ୍ତି ସମ୍ବନ୍ଧୀୟ ବିଷୟ ଚିନ୍ତା ବଢ଼ାଇପାରେ। ଅଯଥା ଯାତ୍ରା ଏଡ଼ାଇବା ସହ ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ।
10/13ମକର ରାଶି:
କୌଣସି କାର୍ଯ୍ୟରେ ଭାଗ ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ସାଙ୍ଗସାଥୀଙ୍କ ସହ ସମୟ ଭଲ କଟିବ। ଭାଇଭଉଣୀଙ୍କଠାରୁ ସହଯୋଗ ଓ ଲାଭ ମିଳିପାରେ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ସାମ୍ନା କରିବାରେ ସଫଳ ହୋଇପାରନ୍ତି। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ।
11/13କୁମ୍ଭ ରାଶି:
ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିପାରେ। ପରିବାର ଓ ବନ୍ଧୁଙ୍କ ସହ କୌଣସି ସମାରୋହରେ ଯୋଗ ଦେଇପାରନ୍ତି। ନୂଆ କାମ ଆରମ୍ଭ କରିବାକୁ ଉତ୍ସାହ ମିଳିବ। ଧନଲାଭର ସମ୍ଭାବନା ସହ କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ପ୍ରଶଂସା ମିଳିପାରେ।
12/13ମୀନ ରାଶି:
ଆଜି କ୍ରୋଧ ଓ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଟଙ୍କା ନେଣଦେଣ କରିବା ସମୟରେ ବିଶେଷ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଚାକିରି ସମ୍ପର୍କିତ ଚିନ୍ତା ରହିପାରେ। କୋର୍ଟକଚେରି ସମ୍ବନ୍ଧୀୟ ମାମଲାରେ ଯତ୍ନବାନ ହୁଅନ୍ତୁ।
13/13ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।