EPFO: କର୍ମଚାରୀମାନେ ୭ ଲକ୍ଷ ଟଙ୍କାର ଫାଇଦା ସମ୍ପର୍କରେ ନିଶ୍ଚେ ଜାଣନ୍ତୁ...
Published: Nov 02, 2026, 08:18 AM IST|Updated: Nov 02, 2026, 08:43 AM IST
ଆସନ୍ତୁ ଏହି ଯୋଜନା ବିଷୟରେ ସରଳ ଭାବରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା
EDLI (Employees' Deposit Linked Insurance) ପ୍ଲାନ୍ ହେଉଛି EPFO (Employees' Provident Fund Organisation) ଦ୍ୱାରା ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ୧୯୭୬ ମସିହାରୁ ଆରମ୍ଭ କରାଯାଇଥିବା ଏକ ମାଗଣା ଜୀବନ ବୀମା ଯୋଜନା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାକିରି କାଳ ମଧ୍ୟରେ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା।
1/13EPFO News
ଏହି ବୀମା ପାଇଁ କର୍ମଚାରୀଙ୍କୁ ଟଙ୍କାଟିଏ ବି ପ୍ରିମିୟମ ଦେବାକୁ ପଡ଼େ ନାହିଁ। ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ କମ୍ପାନୀ ବା ନିଯୁକ୍ତିଦାତା (Employer) ବହନ କରିଥାନ୍ତି।
2/13EPFO News
କମ୍ପାନୀ ଆପଣଙ୍କ ମୂଳ ଦରମା ଏବଂ ମହଙ୍ଗା ଭତ୍ତା (DA)ର ୦.୫% ଅଂଶ (ସର୍ବାଧିକ ମାସିକ ୭୫ ଟଙ୍କା) EDLI ପାଣ୍ଠିରେ ଜମା କରିଥାଏ।
3/13EPFO News
ଆପଣ ଚାକିରି ଆରମ୍ଭ କରିବା ମାତ୍ରେ ହିଁ ଏହି ବୀମା ଆପେ ଆପେ ଚାଲୁ ହୋଇଯାଏ।
4/13EPFO News
EDLI ଯୋଜନା ଅଧୀନରେ ମିଳୁଥିବା ଅର୍ଥରାଶି କର୍ମଚାରୀଙ୍କ ଶେଷ ୧୨ ମାସର ହାରାହାରି ଦରମା ଉପରେ ନିର୍ଭର କରେ ।
5/13EPFO News
ଏହାର ସର୍ବାଧିକ ବୀମା ରାଶି ହେଉଛି ୭ ଲକ୍ଷ ଟଙ୍କା । ଯଦି କର୍ମଚାରୀ ଜଣକ ମୃତ୍ୟୁ ପୂର୍ବରୁ କ୍ରମାଗତ ୧୨ ମାସ ଚାକିରି କରିଥିବେ ତେବେ ଅତିକମରେ ୨ ଲକ୍ଷ ଟଙ୍କା ମିଳିବ।
6/13EPFO News
ଯଦି ଚାକିରି ୧ ବର୍ଷରୁ କମ୍ ହୋଇଥାଏ, ତେବେ ମଧ୍ୟ ନୋମିନିଙ୍କୁ ଅତିକମରେ ୫୦ ହଜାର ଟଙ୍କାର ନିଶ୍ଚିତ ସହାୟତା ମିଳିଥାଏ।
7/13EPFO News
ଆପଣ ଚାକିରି ବଦଳାଇଲେ ମଧ୍ୟ ଏହି ସୁବିଧା ପାଇପାରିବେ। ଚାକିରି ବଦଳାଇବା ଦ୍ୱାରା ଆପଣଙ୍କ PF ଆକାଉଣ୍ଟ ଏବଂ UAN ନମ୍ବର ସମାନ ରହେ।
8/13ଲୋକୋ ପାଇଲଟ୍ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍
ସେହିପରି ଲୋକୋ ପାଇଲଟ୍ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ଙ୍କୁ ଦୀର୍ଘ ସମୟ ଧରି ସତର୍କ ରହି ଟ୍ରେନ୍ ଚଳାଇବାକୁ ପଡ଼ିଥାଏ। ତେଣୁ ଏହି କର୍ମଚାରୀଙ୍କ କାର୍ଯ୍ୟର ବିପଦ ଓ କଷ୍ଟକୁ ଉପଯୁକ୍ତ ଆର୍ଥିକ ସ୍ୱୀକୃତି ମିଳିବା ଆବଶ୍ୟକ ବୋଲି AIRF ଯୁକ୍ତି ରଖିଛି।
ଏଥିପାଇଁ ରିସ୍କ ଆଣ୍ଡ ହାର୍ଡସିପ୍ ଆଲାଉନ୍ସ, ଡେଞ୍ଜରସ୍ ଡ୍ୟୁଟି ଆଲାଉନ୍ସ, ହିଲ୍ ଆଲାଉନ୍ସ ଓ ଡ୍ରେସ୍ ଆଲାଉନ୍ସ ବୃଦ୍ଧି ଉପରେ ଫେଡେରେସନ୍ ଗୁରୁତ୍ୱ ଦେଇଛି।
9/13ଟ୍ରାକ୍ ମେଣ୍ଟେନରଙ୍କୁ ଟେକ୍ନିସିଆନ୍ଙ୍କ ସମକକ୍ଷ କରିବାକୁ ଦାବି:
ଟ୍ରାକ୍ ମେଣ୍ଟେନରଙ୍କୁ ଟେକ୍ନିସିଆନ୍ଙ୍କ ସମକକ୍ଷ କରିବାକୁ ଦାବି:
ରେଳବାଇରେ ଟ୍ରାକ୍ ମେଣ୍ଟେନରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରେଳ ଭିତ୍ତିଭୂମିର ଆଧୁନିକୀକରଣ ସହିତ ଏହି କାର୍ଯ୍ୟରେ ମଧ୍ୟ ବୈଷୟିକ ଜ୍ଞାନ ଓ ଦକ୍ଷତାର ଆବଶ୍ୟକତା ବଢ଼ିଛି। ତେଣୁ ଟ୍ରାକ୍ ମେଣ୍ଟେନରମାନଙ୍କୁ ରେଳବାଇର ଅନ୍ୟ ଇଞ୍ଜିନିୟରିଂ ବିଭାଗର ଟେକ୍ନିସିଆନ୍ଙ୍କ ସମକକ୍ଷ ମାନ୍ୟତା ଦେବାକୁ AIRF ଦାବି କରିଛି।
୩.୮୩୩ ଫିଟମେଣ୍ଟ ଫ୍ୟାକ୍ଟର ଓ ୧୦ ହଜାର ଟଙ୍କା ରିସ୍କ ଆଲାଉନ୍ସ ପ୍ରସ୍ତାବ
ଅନ୍ୟପଟେ କେନ୍ଦ୍ରୀୟ କର୍ମଚାରୀଙ୍କ ବିଭିନ୍ନ ସଂଗଠନର ପ୍ରତିନିଧିତ୍ୱ କରୁଥିବା ନ୍ୟାସନାଲ୍ କାଉନସିଲ୍-ଜଏଣ୍ଟ କନସଲଟେଟିଭ୍ ମେସିନାରୀ (NC-JCM) ମଧ୍ୟ ଅଷ୍ଟମ ବେତନ କମିଶନଙ୍କ ନିକଟରେ ଏକାଧିକ ପ୍ରସ୍ତାବ ରଖିଛି।
10/13ଫିଟମେଣ୍ଟ ଫ୍ୟାକ୍ଟର
ଏହାର ପ୍ରସ୍ତାବ ଅନୁଯାୟୀ, ସର୍ବନିମ୍ନ ମୂଳ ଦରମା ୬୯,୦୦୦ ଟଙ୍କା ଏବଂ ଫିଟମେଣ୍ଟ ଫ୍ୟାକ୍ଟର ୩.୮୩୩ ରଖିବାକୁ ଦାବି କରାଯାଇଛି। ସେହିପରି ବର୍ତ୍ତମାନର ୩ ପ୍ରତିଶତ ବାର୍ଷିକ ଇନକ୍ରିମେଣ୍ଟକୁ ବଢ଼ାଇ ୬ ପ୍ରତିଶତ କରିବାକୁ ପ୍ରସ୍ତାବ ରହିଛି।
ଏହାସହ ବିପଦପୂର୍ଣ୍ଣ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମାସିକ ୧୦,୦୦୦ ଟଙ୍କା ରିସ୍କ ଆଣ୍ଡ ହାର୍ଡସିପ୍ ଆଲାଉନ୍ସ ଦେବାକୁ ଦାବି ହୋଇଛି। ଏହି ଭତ୍ତାକୁ ମହଙ୍ଗା ଭତ୍ତା (DA) ସହ ଯୋଡ଼ିବାକୁ ମଧ୍ୟ ପ୍ରସ୍ତାବ ରହିଛି। ଏଥିସହ ଡ୍ରେସ୍ ଆଲାଉନ୍ସକୁ ବର୍ତ୍ତମାନର ହାରର ତିନିଗୁଣ କରିବାକୁ NC-JCM ଦାବି କରିଛି।
11/13ପେ ଲେଭଲ୍ ମିଶ୍ରଣ ନେଇ ମଧ୍ୟ ପ୍ରସ୍ତାବ:
NC-JCM ପକ୍ଷରୁ ପେ ମ୍ୟାଟ୍ରିକ୍ସର ଲେଭଲ୍ ୨ ଓ ୩, ଲେଭଲ୍ ୪ ଓ ୫, ଲେଭଲ୍ ୭ ଓ ୮ ଏବଂ ଲେଭଲ୍ ୯ ଓ ୧୦କୁ ମିଶ୍ରଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାସହ ଲେଭଲ୍ ୫ରେ ଥିବା କର୍ମଚାରୀଙ୍କୁ ଏକକାଳୀନ ଲେଭଲ୍ ୬କୁ ଉନ୍ନୀତ କରିବାକୁ ଦାବି ହୋଇଛି।
ତେବେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୩.୮୩୩ ଫିଟମେଣ୍ଟ ଫ୍ୟାକ୍ଟର, ୬୯ ହଜାର ଟଙ୍କା ସର୍ବନିମ୍ନ ମୂଳ ଦରମା ଓ ୧୦ ହଜାର ଟଙ୍କା ରିସ୍କ ଆଲାଉନ୍ସ ହେଉଛି NC-JCMର ପ୍ରସ୍ତାବ। ଏଗୁଡ଼ିକ ଏପର୍ଯ୍ୟନ୍ତ ଅଷ୍ଟମ ବେତନ କମିଶନଙ୍କ ଦ୍ୱାରା ଅନୁମୋଦିତ ନୁହେଁ। ସେହିପରି AIRF ମଧ୍ୟ ଅକ୍ଟୋବର ୩୦ର ବୈଠକରେ ନିର୍ଦ୍ଦିଷ୍ଟ ପେ ଲେଭଲ୍ ମିଶ୍ରଣର ତାଲିକା ଦେଇନାହିଁ।
12/13ଅଷ୍ଟମ ବେତନ କମିଶନ
ତେବେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୩.୮୩୩ ଫିଟମେଣ୍ଟ ଫ୍ୟାକ୍ଟର, ୬୯ ହଜାର ଟଙ୍କା ସର୍ବନିମ୍ନ ମୂଳ ଦରମା ଓ ୧୦ ହଜାର ଟଙ୍କା ରିସ୍କ ଆଲାଉନ୍ସ ହେଉଛି NC-JCMର ପ୍ରସ୍ତାବ। ଏଗୁଡ଼ିକ ଏପର୍ଯ୍ୟନ୍ତ ଅଷ୍ଟମ ବେତନ କମିଶନଙ୍କ ଦ୍ୱାରା ଅନୁମୋଦିତ ନୁହେଁ। ସେହିପରି AIRF ମଧ୍ୟ ଅକ୍ଟୋବର ୩୦ର ବୈଠକରେ ନିର୍ଦ୍ଦିଷ୍ଟ ପେ ଲେଭଲ୍ ମିଶ୍ରଣର ତାଲିକା ଦେଇନାହିଁ।
13/13ଅଷ୍ଟମ ବେତନ କମିଶନ
ନଭେମ୍ବର ୩ ତାରିଖରେ ଅଷ୍ଟମ ବେତନ କମିଶନ ଗଠନ ହେବାର ଏକ ବର୍ଷ ପୂରଣ ହେଉଥିବା ବେଳେ ବିଭିନ୍ନ କର୍ମଚାରୀ ସଂଗଠନର ଦାବି ଓ ପ୍ରସ୍ତାବ ଉପରେ ଏବେ ନଜର ରହିଛି। ତେବେ ଏହି ଦାବିଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକୁ କମିଶନ ଗ୍ରହଣ କରିବେ ଏବଂ ସରକାର କେଉଁ ନିଷ୍ପତ୍ତି ନେବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।