• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା

Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା

Written ByNarmada BeheraEdited ByNarmada Behera
Published: Oct 02, 2026, 10:37 AM IST|Updated: Oct 02, 2026, 10:45 AM IST
joinshare
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଆସୁଛି ଶାରଦୀୟ ଦୁର୍ଗାପୂଜା। ଏହି ସମୟ ଅର୍ଥାତ୍ ବୃହସ୍ପତି ମେଷ ରାଶିରେ ବିରାଜମାନ ଥିବା ବେଳେ ଅକ୍ଟୋବର ୧୭ ତାରିଖ ବେଳକୁ ଚନ୍ଦ୍ର ଏହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଦୁର୍ଲଭ ଯୋଗ ଗଜକେଶରୀ ଯୋଗ ସୃଷ୍ଟି ହେଉଛି। ଏହି ଶୁଭ ଯୋଗ କିଛି ରାଶିଙ୍କ ଭାଗ୍ୟ ଚମକାଇବ।

Shardiya Navratri Gajkesari Yog: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଆସୁଛି ଶାରଦୀୟ ଦୁର୍ଗାପୂଜା।  ଏହି ସମୟ ଅର୍ଥାତ୍ ବୃହସ୍ପତି ମେଷ ରାଶିରେ ବିରାଜମାନ ଥିବା ବେଳେ ଅକ୍ଟୋବର ୧୭ ତାରିଖ ବେଳକୁ ଚନ୍ଦ୍ର ଏହି  ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଦୁର୍ଲଭ ଯୋଗ ଗଜକେଶରୀ ଯୋଗ ସୃଷ୍ଟି ହେଉଛି। ଏହି ଶୁଭ ଯୋଗ କିଛି ରାଶିଙ୍କ ଭାଗ୍ୟ ଚମକାଇବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...
 

Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା1/7

Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା

ମେଷ-: ଗଜକେଶରୀ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ କ୍ୟାରିୟରରେ ନୂତନ ସୁଯୋଗ ମିଳିବ। କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟୀମାନେ ଲାଭବାନ୍ ହେବେ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଭଲ ରହିବ। ନିଜ ସାଥୀଙ୍କ ସହ ଘନିଷ୍ଠତା ବୃଦ୍ଧି ପାଇବ। ସମ୍ପର୍କ ଅଧିକ ମଜବୁତ୍ ହେବ।
Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା2/7

Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା

ବୃଷ-: ଗଜକେଶରୀ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୈବାହିକ ଜୀବନ ସୁଖମୟ ହେବ। ବୈବାହିକ ଜୀବନରେ ପାରପ୍ପାରିକ ବୁଝାବଣା ବୃଦ୍ଧି ପାଇବ। ସମ୍ପର୍କ ଅଧିକ ମଜବୁତ୍ ହେବ। ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ୍ ରହିବା ଜରୁରୀ,ନଚେତ୍ ପେଟ ଜନିତ ସମସ୍ୟା ଦେଖାଦେବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ଲାଭ ପାଇବେ।
Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା3/7

Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା

କର୍କଟ-:ଗଜକେଶରୀ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଏ-ହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ସମାଜରେ ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ଭଲ ରେଜଲ୍ଚ କରିବେ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟ ଭଲ ରହିବ। ବିଦେଶ ଯାତ୍ରାର ଯୋଗ ରହିଛି।
Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା4/7

Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା

ସିଂହ-: ଗଜକେଶରୀ ଯୋଗ ଏହି ରାଶି ପାଇଁ ବେଶ ଶୁଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଏହି ସମୟ ମଧ୍ୟରେ ବ୍ୟବସାୟରେ ବୃଦ୍ଧି ହେବ। ଧାର୍ମିକ ଯାତ୍ରା କରିପାରନ୍ତି। ଜୀବନ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ଋତୁକାଳୀନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ସମୟ ସେତେଟା ଭଲ ରହିନପାରେ। ହେଲେ ସହଯୋଗୀ ଆପଣଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାର୍ଯ୍ୟ ସହଯୋଗ କରିବେ। ପ୍ରେମୀ ମାନଙ୍କ ଲାଗି ସମୟ ଅନୁକୂଳ ରହିବ।
Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା5/7

Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା

ତୁଳା-: ଗଜକେଶରୀ ଯୋଗ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। ବିଶେଷକରି, କର୍ମକ୍ଷେତ୍ରରେ ପ୍ରଂଶସାଂ ପାଇବେ। ଉଚ୍ଚପଦାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ। କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନର ସୁଯୋଗ ଆସିପାରେ। ପ୍ରେମ ଜୀବନରେ ମଧ୍ୟ ଏକ ଟ୍ବିଷ୍ଟ ଆସିପାରେ। ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିପାରେ। ସମ୍ପର୍କକୁ ଅଧିକ ମଜବୁତ୍ କରିବ।
ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା6/7

Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା

ମକର-: ମକର ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ନୂଆ ଜମି କିମ୍ବା ଘର କିଣିପାରନ୍ତି। ନିଜ ପତ୍ନୀଙ୍କ ଠାରୁ ଗୁଡ୍ ନ୍ୟୁଜ୍ ପାଇପାରନ୍ତି। ପରିବାରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେଇ ପାରନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସମୟର ଥଣ୍ତା,ସର୍ଦ୍ଧି ଭଳି ସଂକ୍ରମଣ ରୋଗ ହୋଇପାରେ।
Gajkesari Yog: ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା7/7

ଦୁର୍ଗାପୂଜାରେ ପଡୁଛି ଗଜକେଶରୀ ଯୋଗ! ଏହି ୭ରାଶିଙ୍କ ଉପରେ ହେବ ପ୍ରଚୁର ଧନ ବର୍ଷା

କୁମ୍ଭ-: କୁମ୍ଭ ରାଶିଙ୍କ ପାଇଁ ସମୟ ବେଶ୍ ଶୁଭ ରହିବ। ଏହି ସମୟ ମଧ୍ୟରେ ଅନେକ ଚ୍ୟାଲେଂଜିଂ କୁ ସାମ୍ନା କରିପାରନ୍ତି। ହେଲେ ସେଥିରେ ସଫଳତା ପାଇବେ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ସେତେଟା ଭଲ ରହିବ ନାହିଁଷ କାର୍ଯ୍ୟ ଚାପ ବଢିବା ସହ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ନିଜ ଜୀବନସାଥୀଙ୍କ ସହ ଭଲ ସମ୍ପର୍କ ବଜାୟୀ ରଖିବା ପାଇଁ ସମୟ ଅନୁକୂଳ ରହିବ। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
TAGS:
Odia News

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.