Gold Rate: ସୁନା ହେଲା ଶସ୍ତା ! ଯେତେ ଇଚ୍ଛା କିଣିନିଅନ୍ତୁ...
Published: Oct 14, 2026, 08:11 PM IST|Updated: Oct 14, 2026, 08:20 PM IST
ଜାଣନ୍ତୁ ଘରୋଇ ଏବଂ ଆନ୍ତର୍ଜାତୀୟ ବଜାରର ସ୍ଥିତି।
Gold Rate: ଭାରତୀୟ ଟଙ୍କାର ମଜଭୁତ ସ୍ଥିତି ଏବଂ ଦୁର୍ବଳ ବିଶ୍ୱ ସଙ୍କେତ କାରଣରୁ ଆଜି ୧୪ ଅକ୍ଟୋବର ୨୦୨୬ରେ ଉଭୟ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି।
1/12Gold Rate
Gold Rate: ମିଡିଲ ଇଷ୍ଟରେ କ୍ରମାଗତ ଭାବେ ବଢୁଥିବା ତିକ୍ତତା ଏବଂ କ୍ରୁଡ୍ ଅଏଲ୍ ମୂଲ୍ୟ ପୁଣି ଥରେ ବ୍ୟାରେଲ ପିଛା ୧୧୦ ଡଲାର ଅତିକ୍ରମ କରିବା ପରେ, ଆନ୍ତର୍ଜାତୀୟ ବଜାର ସହିତ ଘରୋଇ ବଜାରରେ ମଧ୍ୟ ସୁନା ଏବଂ ରୁପା ଦାମରେ ବଡ଼ ହ୍ରାସ ରେକର୍ଡ କରାଯାଇଛି।
2/12Gold Rate
ଆନ୍ତର୍ଜାତୀୟ ଫ୍ୟୁଚର୍ସ ମାର୍କେଟ କମେକ୍ସରେ ସୁନା ଏବଂ ରୁପା ଉଭୟ ମୂଲ୍ୟରେ ହ୍ରାସ ଦେଖାଦେଇଛି। କମେକ୍ସରେ ସୁନା ୨୧ ଡଲାର ହ୍ରାସ ପାଇ ଆଉନ୍ସ ପିଛା ୪,୧୨୮ ଡଲାରରେ କାରୋବାର କରୁଥିବା ଦେଖାଯାଇଛି।
3/12Gold Rate
ସେହିପରି ରୁପା ମୂଲ୍ୟ ମଧ୍ୟ ହ୍ରାସ ପାଇ ଆଉନ୍ସ ପିଛା ପ୍ରାୟ ୫୭ ଡଲାର ପାଖାପାଖି କାରବାର କରୁଛି। ସୁନା ଏବଂ ରୁପା ଦର ହ୍ରାସ ପାଇବା ପଛର ମୁଖ୍ୟ କାରଣ ଡଲାର ତୁଳନାରେ ଭାରତୀୟ ଟଙ୍କାର ମଜବୁତ ସ୍ଥିତି ଏବଂ କ୍ରୁଡ୍ ଅଏଲ୍ ର ବଢୁଥିବା ଦାମକୁ ମାନାଯାଉଛି।
4/12Gold Rate
ଏହା ବ୍ୟତୀତ ଆମେରିକାରେ ୧୦ ବର୍ଷର ବଣ୍ଡ ୟିଲ୍ଡ ମଧ୍ୟ ଶକ୍ତ ହୋଇଛି। ଅକ୍ଟୋବର ଶେଷ ଆଡ଼କୁ ଫେଡେରାଲ ରିଜର୍ଭ ପକ୍ଷରୁ ଜାରି ହେବାକୁ ଥିବା ନିଷ୍ପତ୍ତି ମଧ୍ୟ ସୁନା ଦର ନିର୍ଦ୍ଧାରଣ କରିବ। ଏହି ସବୁ କାରଣ ଯୋଗୁଁ ସୁନାର ଚାହିଦା ଉପରେ ପ୍ରଭାବ ପଡ଼ୁଛି ଏବଂ ସୁନା ଦର ତଳକୁ ଖସୁଛି।
5/12Gold Rate
ଭାରତୀୟ ଫ୍ୟୁଚର୍ସ ମାର୍କେଟ MCX କଥା ଯଦି କହିବା, ତେବେ ଏଠାରେ ମଧ୍ୟ ସୁନା ଏବଂ ରୁପା ଦର ଆଜି ସକାଳୁ ସକାଳୁ ହ୍ରାସ ପାଇଛି ଏବଂ ଏହି ହ୍ରାସର ସିଲସିଲା ଜାରି ରହିଛି।
6/12Gold Rate
୪ ଡିସେମ୍ବର ଡେଲିଭରି ଥିବା ସୁନା ୨୦୪୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧୪୪୦୩୯ ଟଙ୍କାରେ ଟ୍ରେଣ୍ଡ କରୁଛି। ରୁପା କଥା କହିଲେ, ୪ ଡିସେମ୍ବର ୨୦୬ ଡେଲିଭରି ଥିବା ରୁପା ମଧ୍ୟ ଆଜି ବଡ଼ ଧରଣର ହ୍ରାସର ସମ୍ମୁଖୀନ ହୋଇଛି।
7/12Gold Rate
ବୁଲିଅନ ମାର୍କେଟରେ ସୁନା ୧୯୪୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧୪୪,୪୩୦ ଟଙ୍କା ଏବଂ ରୁପା ୬୧୧୦ ଟଙ୍କା କମି ପ୍ରତି କିଲୋ ପିଛା ୨୦୩, ୪୦୦ ଟଙ୍କାରେ ରହିଛି।
8/12Gold Rate
ଏହି ସମୟରେ ବ୍ୟାଙ୍କ ଅଫ୍ ଆମେରିକା (BOFA) ପକ୍ଷରୁ ଆକଳନ କରାଯାଇଛି ଯେ, ଯଦି ଏହିଭଳି ଚାପ ଜାରି ରହେ, ତେବେ ଆଗକୁ ସୁନା ଦର ଆଉନ୍ସ ପିଛା ୩,୭୦୦ ଡଲାର ପର୍ଯ୍ୟନ୍ତ ଖସିଯାଇପାରେ।
9/12Gold Rate
ଭାରତୀୟ ମୁଦ୍ରାରେ ଏହି ସ୍ତର ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୧.୧୨ ଲକ୍ଷ ଟଙ୍କା ସହ ସମାନ। ଏହି ଆକଳନ ଯୋଗୁଁ ନିବେଶକମାନଙ୍କ ମଧ୍ୟରେ ସତର୍କତା ଆହୁରି ବଢ଼ିଯାଇଛି।
10/12Gold Rate
ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (IBJA) ପକ୍ଷରୁ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ସୁନା ଓ ରୁପାର ଦର ଜାରି କରାଯାଇଥାଏ। IBJA ପକ୍ଷରୁ ୨୨ ଅକ୍ଟୋବରରେ ଜାରି କରାଯାଇଥିବା ମୂଲ୍ୟ ଅନୁସାରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମରେ ୧୯୦୦ ଟଙ୍କା ହ୍ରାସ ପାଇ ୧୪୩୧୫୨ ଟଙ୍କାରେ ପହଞ୍ଚିଛି।
11/12Gold Rate
ଅନ୍ୟପଟେ ରୁପା କଥା କହିଲେ, ଏହା ଗୋଟିଏ କାରୋବାରୀ ସେସନରେ ୬୦୦୦ ଟଙ୍କାରୁ ଅଧିକ ହ୍ରାସ ପାଇ କିଲୋ ପିଛା ୨୦୦୭୪୮ ଟଙ୍କା ସ୍ତରକୁ ଆସିଯାଇଛି। ୨୨ କ୍ୟାରେଟ୍ ସୁନା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧୩୧୧୨୭ ଟଙ୍କା ଏବଂ ୧୮ କ୍ୟାରେଟ୍ ଗୋଲ୍ଡ ପ୍ରତି ୧୦ ଗ୍ରାମ ପିଛା ୧୦୭୩୪ ଟଙ୍କାରେ ପହଞ୍ଚିଛି।
12/12Gold Rate
Disclaimer: ଆପଣଙ୍କୁ କହିରଖୁଛୁ ଯେ, ଏଠାରେ ପ୍ରଦାନ କରାଯାଇଥିବା ସୁନା ଦରରେ ମେକିଂ ଚାର୍ଜ ଏବଂ ଜିଏସଟି ଅନ୍ତର୍ଭୁକ୍ତ ନୁହେଁ । ମେକିଂ ଚାର୍ଜ ଏବଂ ଜିଏସଟି ମିଶାଇଲେ ସୁନା ଦରରେ ପାର୍ଥକ୍ୟ ଆସିବା ସ୍ୱଭାବିକ । ତେଣୁ ଆପଣ ନିଜ ଅଞ୍ଚଳର ପ୍ରକୃତ ସୁନାଦର ଜାଣିବା ପାଇଁ ସ୍ଥାନୀୟ ଅଳଙ୍କାର ବ୍ୟବସାୟୀଙ୍କ ସହ ଯୋଗାଯୋଗ କରନ୍ତୁ ।