- ଜି ନ୍ୟୁଜ୍ ଓଡ଼ିଶା
- /ଫଟୋ
- /Arya Patnaik Pregnancy: ହର ପଟ୍ଟନାୟକଙ୍କ ଘରକୁ ଆସୁଛି ଖୁସି, ମାଆ ହେବେ ଝିଅ ଆର୍ଯ୍ୟା
Arya Patnaik Pregnancy: ହର ପଟ୍ଟନାୟକଙ୍କ ଘରକୁ ଆସୁଛି ଖୁସି, ମାଆ ହେବେ ଝିଅ ଆର୍ଯ୍ୟା
Published: Sep 28, 2026, 08:28 PM IST|Updated: Sep 28, 2026, 08:39 PM IST
Arya Patnaik Pregnancy: ଓଡ଼ିଶାର ଭେଟେରାନ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକଙ୍କ ଝିଅ ଆର୍ଯ୍ୟା ପଟ୍ଟନାୟକଙ୍କ ପରିବାରରେ ଆସିଛି ଖୁସିର ଖବର। ଆର୍ଯ୍ୟା ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି।
Arya Patnaik Pregnancy: ଓଡ଼ିଶାର ଭେଟେରାନ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକଙ୍କ ଝିଅ ଆର୍ଯ୍ୟା ପଟ୍ଟନାୟକଙ୍କ ପରିବାରରେ ଆସିଛି ଖୁସିର ଖବର। ଆର୍ଯ୍ୟା ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି।
1/5ପ୍ରେଗନେନ୍ସିର କିଛି ସୁନ୍ଦର ଫଟୋ ସେୟାର କରି ସେ ଏହି ଖୁସି ଖବର ନିଜ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ସହ ସେୟାର କରିଛନ୍ତି
ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରେଗନେନ୍ସିର କିଛି ସୁନ୍ଦର ଫଟୋ ସେୟାର କରି ସେ ଏହି ଖୁସି ଖବର ନିଜ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ସହ ସେୟାର କରିଛନ୍ତି।
2/5ତାଙ୍କ ଶୁଭେଚ୍ଛୁମାନେ କମେଣ୍ଟ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି
ଆର୍ଯ୍ୟାଙ୍କ ପୋଷ୍ଟ ସାମ୍ନାକୁ ଆସିବା ପରେ ଓଡ଼ିଆ ସିନେଜଗତର ଅନେକ କଳାକାର ଏବଂ ତାଙ୍କ ଶୁଭେଚ୍ଛୁମାନେ କମେଣ୍ଟ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି। ଆର୍ଯ୍ୟାଙ୍କ ଜୀବନର ଏହି ନୂଆ ଅଧ୍ୟାୟକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ମଧ୍ୟ ଖୁସିର ମାହୋଲ୍ ଦେଖିବାକୁ ମିଳିଛି।
3/5ଆର୍ଯ୍ୟା ପଟ୍ଟନାୟକ ନିକଟରେ ସୁବୋଧୀପ ସାହାଙ୍କୁ ବିବାହ କରିଥିଲେ
ଆର୍ଯ୍ୟା ପଟ୍ଟନାୟକ ନିକଟରେ ସୁବୋଧୀପ ସାହାଙ୍କୁ ବିବାହ କରିଥିଲେ। ସୁବୋଧୀପ ଜଣେ IT ପ୍ରଫେସନାଲ୍/ଇଞ୍ଜିନିୟର ଏବଂ TCS ସହ ଜଡ଼ିତ ଥିବା ସହ ଲଣ୍ଡନରେ କାର୍ଯ୍ୟରତ ବୋଲି ସୂଚନା ମିଳିଛି।
4/5ଆର୍ଯ୍ୟା ଓ ସୁବୋଧୀପଙ୍କ ଜୀବନରେ ଯୋଡ଼ିହେବାକୁ ଯାଉଛି ଏକ ନୂଆ ସଦସ୍ୟ
ବିବାହ ପରେ ଏବେ ଆର୍ଯ୍ୟା ଓ ସୁବୋଧୀପଙ୍କ ଜୀବନରେ ଯୋଡ଼ିହେବାକୁ ଯାଉଛି ଏକ ନୂଆ ସଦସ୍ୟ। ମାଆ ହେବାର ଖୁସି ଖବର ସେୟାର କରିବା ପରେ ପରିବାର, ବନ୍ଧୁବାନ୍ଧବ, କଳାକାର ଏବଂ ଶୁଭେଚ୍ଛୁମାନଙ୍କ ତରଫରୁ ଆର୍ଯ୍ୟାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି।
5/5ହର ପଟ୍ଟନାୟକଙ୍କ ପରିବାର ପାଇଁ ମଧ୍ୟ ଏହି ଖବର ଏକ ବିଶେଷ ଖୁସିର ମୁହୂର୍ତ୍ତ
ଓଡ଼ିଆ ସିନେମାର ପରିଚିତ ନାମ ହର ପଟ୍ଟନାୟକଙ୍କ ପରିବାର ପାଇଁ ମଧ୍ୟ ଏହି ଖବର ଏକ ବିଶେଷ ଖୁସିର ମୁହୂର୍ତ୍ତ। ଆର୍ଯ୍ୟାଙ୍କ ମାତୃତ୍ୱର ନୂଆ ଯାତ୍ରା ପାଇଁ ସମସ୍ତେ ତାଙ୍କୁ ଶୁଭକାମନା ଜଣାଉଛନ୍ତି।