- ଜି ନ୍ୟୁଜ୍ ଓଡ଼ିଶା
- /ଫଟୋ
- /Today Horoscope: ଆଜି ଏହି ରାଶିଙ୍କ ଭାଗ୍ୟ ଚମକିବ! ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଲାଭର ଯୋଗ
Today Horoscope: ଆଜି ଏହି ରାଶିଙ୍କ ଭାଗ୍ୟ ଚମକିବ! ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଲାଭର ଯୋଗ
Published: Nov 25, 2026, 05:10 IST|Updated: Nov 25, 2026, 06:05 IST
Today Horoscope: ଆଜିର ଦିନଟି କେତେକ ରାଶି ପାଇଁ ଶୁଭଫଳ ନେଇ ଆସୁଥିବାବେଳେ ଆଉ କେତେକ ରାଶିର ବ୍ୟକ୍ତିଙ୍କୁ ସତର୍କତାର ସହ କାର୍ଯ୍ୟ କରିବାକୁ ପଡ଼ିବ।
ଚାକିରି, ବ୍ୟବସାୟ, ଆର୍ଥିକ ସ୍ଥିତି, ପାରିବାରିକ ଜୀବନ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି କେଉଁ ରାଶିର ଭାଗ୍ୟ କିପରି ରହିବ, ଆସନ୍ତୁ ଜାଣିବା ଆଜିର ରାଶିଫଳ।
1/13ମେଷ ରାଶି:
ଆଜି ନିଜର ମର୍ଯ୍ୟାଦା ଓ ସୀମା ମଧ୍ୟରେ ରହିବା ଆବଶ୍ୟକ। ଜୀବନସାଥୀଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ। ଆଇନଗତ ବିବାଦ ଆପଣଙ୍କ ସପକ୍ଷରେ ସମାଧାନ ହୋଇପାରେ। ଚାକିରି ଓ ବ୍ୟବସାୟରେ ଉନ୍ନତି ପାଇଁ କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ କରିବାକୁ ପଡ଼ିପାରେ।
2/13ବୃଷ ରାଶି:
ଆଜି ବ୍ୟବସାୟରେ ନୂଆ ଚୁକ୍ତି କରିବାର ସୁଯୋଗ ମିଳିବ। ଧର୍ମ ପ୍ରତି ଆସ୍ଥା ବୃଦ୍ଧି ପାଇବ। ଗୁରୁତ୍ୱପୂର୍ଣ୍ଣ କାମ ସଫଳ ହେବାର ଯୋଗ ରହିଛି। ନୂଆ ଯୋଜନା ପ୍ରସ୍ତୁତ କରିବେ। ସୃଜନଶୀଳ କାର୍ଯ୍ୟରେ ଭଲ ଫଳ ମିଳିପାରେ।
3/13ମିଥୁନ ରାଶି
ଆଜି ଅଜାଣତରେ କରିଥିବା ଭୁଲ ଯୋଗୁଁ କ୍ଷତି ହୋଇପାରେ। ଚାକିରିରେ ବଦଳି ଓ ପଦୋନ୍ନତିର ସମ୍ଭାବନା ରହିଛି। ତେଣୁ ପ୍ରତ୍ୟେକ କାମ ଭାବିଚିନ୍ତି କରନ୍ତୁ। ନୂଆ ଯୋଜନା ପ୍ରସ୍ତୁତ କରିବାର ସୁଯୋଗ ମିଳିପାରେ।
4/13କର୍କଟ ରାଶି
ପାରିବାରିକ ବିବାଦ ଯୋଗୁଁ ମାନସିକ ଚାପ ବଢ଼ିପାରେ। ତଥାପି ପାରିବାରିକ ଓ ସାମାଜିକ କାର୍ଯ୍ୟରେ ପ୍ରଶଂସା ମିଳିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବା ସହ ଉନ୍ନତିର ଯୋଗ ରହିଛି। ସ୍ୱାସ୍ଥ୍ୟ ପାଇଁ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
5/13ସିଂହ ରାଶି
ଆଜି ବ୍ୟବସାୟରେ ଆପଣ ନେଉଥିବା ନିଷ୍ପତ୍ତି ସଠିକ୍ ପ୍ରମାଣିତ ହୋଇପାରେ। କାର୍ଯ୍ୟ ସଫଳତା ଯୋଗୁଁ ଆତ୍ମବିଶ୍ୱାସ ଓ ସାହସ ବଢ଼ିବ। ବ୍ୟବସାୟରେ ଲାଭଜନକ ଚୁକ୍ତି ହେବାର ସମ୍ଭାବନା ରହିଛି। ଧାର୍ମିକ ଗ୍ରନ୍ଥ ପଢ଼ିବା ପ୍ରତି ଆଗ୍ରହ ବଢ଼ିବ।
6/13କନ୍ୟା ରାଶି
ପରିବାରରେ ଖୁସି ଓ ଉତ୍ସାହର ପରିବେଶ ରହିବ। ଘରେ କୌଣସି ଶୁଭ କାର୍ଯ୍ୟର ଯୋଜନା ହୋଇପାରେ। ଆୟଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ମାତାପିତାଙ୍କ ପରାମର୍ଶ ମାନି କାମ କଲେ ସଫଳତା ମିଳିବ।
7/13ତୁଳା ରାଶି
ଆଜି ସମୟର ମହତ୍ତ୍ୱ ବୁଝି ପ୍ରତ୍ୟେକ କାମ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଅବହେଳା କଲେ କ୍ଷତି ହୋଇପାରେ। ସହକର୍ମୀଙ୍କୁ ଅତି ସହଜରେ ବିଶ୍ୱାସ କରନ୍ତୁ ନାହିଁ। ଧୈର୍ଯ୍ୟ ଓ ସଂଯମ ରଖି କାମ କରନ୍ତୁ। ବ୍ୟକ୍ତିଗତ ଜୀବନରେ ନିଷ୍ପତ୍ତି ନେବାରେ ବିଳମ୍ବ କରନ୍ତୁ ନାହିଁ।
8/13ବିଛା ରାଶି
ଆଜି ନିଜ ଇଚ୍ଛା ଅନୁସାରେ ସବୁ କାମ କରିବାରୁ ଦୂରେଇ ରୁହନ୍ତୁ। ବନ୍ଧୁମାନଙ୍କ ସହ ହସଖୁସିରେ ସମୟ ବିତିବ। ବ୍ୟବସାୟରେ କାମର ଚାପ ବଢ଼ିପାରେ। ଶତ୍ରୁମାନେ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି। ପିତାଙ୍କ ସହ ମତଭେଦ ମନକୁ ଦୁଃଖିତ କରିପାରେ।
9/13ଧନୁ ରାଶି
କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆଜି ଥକ୍କା ଅନୁଭବ କରିପାରନ୍ତି। ନିଜ ଲୋକଙ୍କ ସହ ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି। ତଥାପି ପରିବାରରେ ଖୁସିର ପରିବେଶ ରହିବ। ନିଜ ଅନୁଭବ ଓ ପ୍ରଭାବରୁ ଲାଭ ମିଳିବ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।
10/13ମକର ରାଶି
ଆଜି ଆପଣଙ୍କ ପରିଶ୍ରମ ଓ ସଚ୍ଚୋଟତାର ଭଲ ଫଳ ମିଳିପାରେ। ଚାକିରିରେ ମନପସନ୍ଦ ପଦୋନ୍ନତି ହେବାର ଯୋଗ ରହିଛି। ଆର୍ଥିକ ନିବେଶ ଓ ସଞ୍ଚୟ ବୃଦ୍ଧି ପାଇବ। ବ୍ୟବସାୟ ସମ୍ବନ୍ଧୀୟ ବିବାଦର ସମାଧାନ ହୋଇପାରେ।
11/13କୁମ୍ଭ ରାଶି
ପାରିବାରିକ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ। ସମୟ ଥାଉଥାଉ ସମସ୍ୟାର ସମାଧାନ କରନ୍ତୁ। ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି ଦେଖାଦେଇପାରେ। ଖରାପ ଅଭ୍ୟାସ ଆପଣଙ୍କ ଉପରେ ଯେପରି ହାବି ନହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ନିଜ ଆଚରଣ ଯୋଗୁଁ ପରିବାରର ସମ୍ମାନହାନି ହୋଇପାରେ।
12/13 ମୀନ ରାଶି:
ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ। ମନର ଆଶା ପୂରଣ ହେବାର ସମ୍ଭାବନା ରହିଛି। ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ସୁଧାର ଆସିବ। ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ମଧୁର ହେବ। ହସଖୁସି ଓ ଆନନ୍ଦରେ ଦିନଟି ବିତିବ।
13/13Disclamer:
ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।