Love Horoscope: ୨ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!
Published: Nov 01, 2026, 07:13 PM IST|Updated: Nov 01, 2026, 07:19 PM IST
Love Horoscope: ସୋମବାର ପ୍ରେମ ଜୀବନରେ କାହା ପାଇଁ ଆଣିପାରେ ରୋମାନ୍ସ ଓ ଖୁସି, ତ ଆଉ କାହା ପାଇଁ ହୋଇପାରେ ଭାବନାକୁ ବୁଝିବାର ଦିନ। କିଛି ରାଶିର ଜାତକଙ୍କ ଜୀବନରେ ନୂଆ ପ୍ରେମର ଆଗମନ ସମ୍ଭାବନା ଥିବାବେଳେ ଆଉ କେତେକଙ୍କୁ ପୁରୁଣା ସମ୍ପର୍କର ସ୍ମୃତି ଭାବପ୍ରବଣ କରିପାରେ। ବିବାହିତ ଦମ୍ପତିଙ୍କ ପାଇଁ ମଧ୍ୟ ଦିନଟି ମିଶ୍ର ଫଳ ଆଣିପାରେ।
Love Horoscope: ସୋମବାର ପ୍ରେମ ଜୀବନରେ କାହା ପାଇଁ ଆଣିପାରେ ରୋମାନ୍ସ ଓ ଖୁସି, ତ ଆଉ କାହା ପାଇଁ ହୋଇପାରେ ଭାବନାକୁ ବୁଝିବାର ଦିନ। କିଛି ରାଶିର ଜାତକଙ୍କ ଜୀବନରେ ନୂଆ ପ୍ରେମର ଆଗମନ ସମ୍ଭାବନା ଥିବାବେଳେ ଆଉ କେତେକଙ୍କୁ ପୁରୁଣା ସମ୍ପର୍କର ସ୍ମୃତି ଭାବପ୍ରବଣ କରିପାରେ। ବିବାହିତ ଦମ୍ପତିଙ୍କ ପାଇଁ ମଧ୍ୟ ଦିନଟି ମିଶ୍ର ଫଳ ଆଣିପାରେ।
ଜ୍ୟୋତିଷୀୟ ଆକଳନ ଅନୁସାରେ, ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଜାତକଙ୍କ ପ୍ରେମ ଜୀବନ କିପରି ରହିବ, କାହାର ସମ୍ପର୍କରେ ବଢ଼ିବ ନିକଟତା ଏବଂ କାହାକୁ ରହିବାକୁ ପଡ଼ିବ ସତର୍କ? ଆସନ୍ତୁ ଜାଣିବା ଆଜିର ପ୍ରେମ ରାଶିଫଳ।
1/13ମେଷ ରାଶି:
ଆଜି ମେଷ ରାଶିର ଜାତ ଲୋକଙ୍କ ପାଇଁ ଦିନଟି ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି କରିବାର ସୁଯୋଗ ଆଣିପାରେ। ଜରୁରୀ ନିଷ୍ପତ୍ତି ନେବା ସମୟରେ ଜୀବନସାଥୀଙ୍କ ପରାମର୍ଶ ନେବା ଲାଭଦାୟକ ହେବ। ଜମିବାଡ଼ି ସମ୍ବନ୍ଧୀୟ ପୁରୁଣା ବିବାଦର ସମାଧାନ ହୋଇପାରେ। ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି। ନିଜ ଆତ୍ମବିଶ୍ୱାସ ବଜାୟ ରଖନ୍ତୁ।
2/13ବୃଷ ରାଶି:
ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ସମୟ। ପରିବାରର ପୂର୍ଣ୍ଣ ସହଯୋଗ ମିଳିବ। ଦୂରଯାତ୍ରାରୁ ଲାଭ ହୋଇପାରେ। ତେବେ ଅଯଥା ଯୁକ୍ତିତର୍କ ଓ କ୍ରୋଧଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ କିଛି କ୍ଷତି ହେବାର ଆଶଙ୍କା ଥିବାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।
3/13ମିଥୁନ ରାଶି
ଆଜି ନିଜ ପାର୍ଟନରଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସେ କୌଣସି କଥାକୁ ନେଇ ମନେ ମନେ ଚିନ୍ତିତ ଥାଇପାରନ୍ତି, କିନ୍ତୁ ଖୋଲାଖୋଲି ଭାବେ କହିପାରୁନଥାଇପାରନ୍ତି। ତେଣୁ ଭଲପାଇବାର ସହ କଥା ହୁଅନ୍ତୁ ଏବଂ ମିଳିମିଶି ସମସ୍ୟାର ସମାଧାନ ଖୋଜନ୍ତୁ।
4/13କର୍କଟ ରାଶି
ଆଜି ପାର୍ଟନରଙ୍କ ରୋମାଣ୍ଟିକ୍ ଅନ୍ଦାଜ ଆପଣଙ୍କ ମନକୁ ଖୁସି କରିଦେବ। ଏହାଦ୍ୱାରା ସମ୍ପର୍କରେ ଆହୁରି ନିବିଡ଼ତା ଓ ମଧୁରତା ବଢ଼ିବ। ଅବିବାହିତ ବ୍ୟକ୍ତିମାନେ ନୂଆ ସମ୍ପର୍କ ଆରମ୍ଭ କରିବା ପାଇଁ ନିଜ ମନକୁ ଖୋଲା ରଖନ୍ତୁ।
5/13ସିଂହ ରାଶି
ଆଜି ଆପଣଙ୍କ ପାର୍ଟନରଙ୍କ ସହ ସମ୍ପର୍କ ପୂର୍ବାପେକ୍ଷା ଆହୁରି ମଜବୁତ ହୋଇପାରେ। ପୁରୁଣା ଭୁଲ ବୁଝାମଣା ଧୀରେ ଧୀରେ ଦୂର ହେବ ଏବଂ ସମ୍ପର୍କରେ ନୂଆ ସକାରାତ୍ମକତା ଆସିବ। ଅବିବାହିତଙ୍କ ଜୀବନରେ ଏପରି କାହାରି ଆଗମନ ହୋଇପାରେ, ଯିଏ ଆପଣଙ୍କୁ ବିଶେଷ ଅନୁଭବ କରାଇବେ।
6/13କନ୍ୟା ରାଶି
ଆଜି ପାର୍ଟନରଙ୍କ ପସନ୍ଦ ଓ ପରାମର୍ଶକୁ ଗୁରୁତ୍ୱ ଦେଲେ ସମ୍ପର୍କରେ ରୋମାନ୍ସ ବଢ଼ିପାରେ। ଅନ୍ୟପଟେ ଅବିବାହିତ ବ୍ୟକ୍ତିମାନେ ନିଜ ପସନ୍ଦର ମଣିଷ ବା କ୍ରଶ୍ଙ୍କ ଧ୍ୟାନ ଆକର୍ଷଣ କରିବା ସହ ତାଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇପାରନ୍ତି।
7/13ତୁଳା ରାଶି
ଆଜି ପ୍ରେମ ଜୀବନରେ ସନ୍ତୋଷ ଓ ଖୁସି ଅନୁଭବ କରିବେ। ପାର୍ଟନରଙ୍କ ସହ ଭଲ ବୁଝାମଣା ରହିବା ସହ ସମ୍ପର୍କରେ ସକାରାତ୍ମକ ପରିବେଶ ରହିବ। ଅବିବାହିତ ବ୍ୟକ୍ତିମାନେ ହାଲୁକା ମଜାଳିଆ କଥାବାର୍ତ୍ତା ଓ ଫ୍ଲର୍ଟିଂର ମଜା ନେଇପାରନ୍ତି।
8/13ବିଛା ରାଶି
ଆଜି ପାର୍ଟନରଙ୍କ କୌଣସି କଥା କିମ୍ବା ବ୍ୟବହାର ଆପଣଙ୍କ ମନକୁ ଖରାପ କରିପାରେ। ତେବେ ତରବରିଆ ଭାବେ ପ୍ରତିକ୍ରିୟା ଦେବାରୁ ଦୂରେଇ ରୁହନ୍ତୁ। ଧୈର୍ଯ୍ୟ ଓ ବୁଝାମଣାର ସହ ପରିସ୍ଥିତିକୁ ସମ୍ଭାଳନ୍ତୁ। ଅବିବାହିତଙ୍କୁ ପୁରୁଣା ପ୍ରେମର ସ୍ମୃତି ଆଜି ଭାବପ୍ରବଣ କରିପାରେ।
9/13ଧନୁ ରାଶି
ଆଜି ପାର୍ଟନର ଆପଣଙ୍କ କଥା କିମ୍ବା ସଫେଇକୁ ସହଜରେ ଗ୍ରହଣ ନକରିପାରନ୍ତି। ଫଳରେ ସାମାନ୍ୟ ଯୁକ୍ତିତର୍କ ହେବାର ଆଶଙ୍କା ରହିଛି। ତେଣୁ ନିଜ କଥାକୁ ଶାନ୍ତ ଭାବେ ଉପସ୍ଥାପନ କରନ୍ତୁ। ଅବିବାହିତମାନେ ପୁରୁଣା ଅନୁଭୂତିକୁ ପଛରେ ପକାଇ ଭବିଷ୍ୟତ ଉପରେ ଧ୍ୟାନ ଦେବେ।
10/13ମକର ରାଶି
ଆଜି ବର୍ତ୍ତମାନର ପାର୍ଟନରଙ୍କୁ ପୁରୁଣା ସମ୍ପର୍କ ସହ ତୁଳନା କରିବା ଆପଣଙ୍କ ପ୍ରେମ ଜୀବନରେ ଚାପ ସୃଷ୍ଟି କରିପାରେ। ଅତୀତର କଥାକୁ ବର୍ତ୍ତମାନ ସମ୍ପର୍କ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ। ଅବିବାହିତଙ୍କ ଜୀବନରେ ଜଣେ ନୂଆ ଓ ଭଲ ମଣିଷଙ୍କ ଆଗମନ ହେବାର ସଙ୍କେତ ରହିଛି।
11/13କୁମ୍ଭ ରାଶି
ଆଜି ଆପଣଙ୍କ ପ୍ରେମ ଜୀବନରେ ଖୁସି ଓ ଆନନ୍ଦ ରହିବ। ପାର୍ଟନରଙ୍କ ସହ ଏକାନ୍ତରେ କିଛି ସମୟ ବିତାଇବାର ସୁଯୋଗ ମିଳିପାରେ। ଏହାଦ୍ୱାରା ସମ୍ପର୍କରେ ରୋମାନ୍ସ ଓ ନିକଟତା ବଢ଼ିବ। ଅବିବାହିତଙ୍କୁ ନିଜ କ୍ରଶ୍ଙ୍କ ପକ୍ଷରୁ ସକାରାତ୍ମକ ସଙ୍କେତ ମିଳିପାରେ।
12/13 ମୀନ ରାଶି:
ଆଜି ପାର୍ଟନରଙ୍କ ସହ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଇବାର ସୁଯୋଗ ମିଳିବ। ଏକାଠି ବାହାରକୁ ଯିବା କିମ୍ବା କେଉଁଠି ବୁଲିବାକୁ ଯୋଜନା କରିପାରନ୍ତି। ଅବିବାହିତ ବ୍ୟକ୍ତିମାନଙ୍କ ମନ ମଧ୍ୟ ପ୍ରେମ ଓ ରୋମାନ୍ସ ପ୍ରତି ଆକର୍ଷିତ ହେବ। କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରତି ମନରେ ଭାବନା ବଢ଼ିପାରେ।
13/13Disclamer:
ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।