• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Love Horoscope: ୩ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

Love Horoscope: ୩ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

Written ByPriyambada RanaEdited ByPriyambada Rana
Published: Nov 02, 2026, 19:06 IST|Updated: Nov 02, 2026, 19:11 IST
joinshare
Love Horoscope: ନଭେମ୍ବର ୩, ମଙ୍ଗଳବାର। ପ୍ରେମ ଓ ସମ୍ପର୍କ ଦୃଷ୍ଟିରୁ ଆଜିର ଦିନ ୧୨ଟି ରାଶି ପାଇଁ ଭିନ୍ନ ଭିନ୍ନ ସଙ୍କେତ ନେଇ ଆସିଛି। କେତେକ ରାଶିଙ୍କ ପ୍ରେମ ଜୀବନରେ ରୋମାନ୍ସ ଓ ନିକଟତା ବଢ଼ିବାର ସମ୍ଭାବନା ଥିବାବେଳେ ଆଉ କେତେକଙ୍କୁ ସମ୍ପର୍କରେ ଧୈର୍ଯ୍ୟ ଓ ବୁଝାମଣା ରଖିବାକୁ ପଡ଼ିପାରେ। ବିଶେଷ କରି ଯେଉଁମାନେ ସିଙ୍ଗଲ୍ ଅଛନ୍ତି, ସେମାନଙ୍କ ଜୀବନରେ ନୂଆ ବ୍ୟକ୍ତିଙ୍କ ଆଗମନର ସୁଯୋଗ ମିଳିପାରେ।

Love Horoscope: ନଭେମ୍ବର ୩, ମଙ୍ଗଳବାର। ପ୍ରେମ ଓ ସମ୍ପର୍କ ଦୃଷ୍ଟିରୁ ଆଜିର ଦିନ ୧୨ଟି ରାଶି ପାଇଁ ଭିନ୍ନ ଭିନ୍ନ ସଙ୍କେତ ନେଇ ଆସିଛି। କେତେକ ରାଶିଙ୍କ ପ୍ରେମ ଜୀବନରେ ରୋମାନ୍ସ ଓ ନିକଟତା ବଢ଼ିବାର ସମ୍ଭାବନା ଥିବାବେଳେ ଆଉ କେତେକଙ୍କୁ ସମ୍ପର୍କରେ ଧୈର୍ଯ୍ୟ ଓ ବୁଝାମଣା ରଖିବାକୁ ପଡ଼ିପାରେ। ବିଶେଷ କରି ଯେଉଁମାନେ ସିଙ୍ଗଲ୍ ଅଛନ୍ତି, ସେମାନଙ୍କ ଜୀବନରେ ନୂଆ ବ୍ୟକ୍ତିଙ୍କ ଆଗମନର ସୁଯୋଗ ମିଳିପାରେ।
 

ମେଷ ରାଶି:1/13

ମେଷ ରାଶି:

ମେଷ ରାଶିର ଜାତ ଲୋକଙ୍କ ପାଇଁ ପ୍ରେମ ସମ୍ପର୍କ ଦୃଷ୍ଟିରୁ ଦିନଟି ଭଲ ରହିବ। କୌଣସି କାମରେ ସଫଳତା ମିଳିବା ପରେ ଆପଣ ନିଜ ସାଥୀଙ୍କ ସହ ଖୁସି ମନାଇବାକୁ ଯୋଜନା କରିପାରନ୍ତି। ଯଦି ସମ୍ପର୍କରେ କୌଣସି ମତଭେଦ ରହିଛି, ତେବେ ଯୁକ୍ତିତର୍କ ନକରି ଶାନ୍ତ ଭାବରେ କଥା ହୁଅନ୍ତୁ।
ବୃଷ ରାଶି:2/13

ବୃଷ ରାଶି:

ବୃଷ ରାଶି ପାଇଁ ଦିନଟି ଶୁଭ ରହିବ। ପ୍ରେମ ବିବାହ କରିଥିବା ଦମ୍ପତିଙ୍କ ଜୀବନରେ ଖୁସି ଓ ରୋମାନ୍ସ ବଢ଼ିବ। ସମ୍ପର୍କରେ ନୂଆ ଆରମ୍ଭର ସଙ୍କେତ ରହିଛି। ଅବିବାହିତଙ୍କ ଜୀବନରେ ମଧ୍ୟ କୌଣସି ବିଶେଷ ବ୍ୟକ୍ତିଙ୍କ ଆଗମନ ହୋଇପାରେ।
ମିଥୁନ ରାଶି3/13

ମିଥୁନ ରାଶି

ମିଥୁନ ରାଶିର ଜାତକଙ୍କ ପ୍ରେମ ଜୀବନରେ ନୂଆ ଉତ୍ସାହ ଦେଖାଦେଇପାରେ। କୌଣସି ନୂଆ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ଆପଣଙ୍କ ମନରେ ଆଗ୍ରହ ସୃଷ୍ଟି କରିପାରେ। ପୂର୍ବରୁ ପ୍ରେମ ସମ୍ପର୍କରେ ଥିବା ଜାତକଙ୍କ ମଧ୍ୟରେ ନିକଟତା ଓ ବୁଝାମଣା ବଢ଼ିବାର ସମ୍ଭାବନା ରହିଛି।
କର୍କଟ ରାଶି4/13

କର୍କଟ ରାଶି

କର୍କଟ ରାଶିର ଜାତକଙ୍କ ପାଇଁ ଆଜି ନିଜ ମନର କଥା ପ୍ରକାଶ କରିବାର ଭଲ ସୁଯୋଗ ଆସିପାରେ। ପାର୍ଟନରଙ୍କ ସହ ଖୋଲାଖୋଲି ଆଲୋଚନା କଲେ ସମ୍ପର୍କରେ ବିଶ୍ୱାସ ଓ ବୁଝାମଣା ମଜବୁତ ହେବ। ପ୍ରେମ ସମ୍ପର୍କକୁ ଆଗକୁ ନେବା ପାଇଁ ମଧ୍ୟ ଆଶାଜନକ ପରିସ୍ଥିତି ସୃଷ୍ଟି ହୋଇପାରେ।
ସିଂହ ରାଶି5/13

ସିଂହ ରାଶି

ସିଂହ ରାଶିର ଜାତକଙ୍କ ପାଇଁ ଆଜି ପ୍ରେମ ଜୀବନ ଅନୁକୂଳ ରହିପାରେ। ଆପଣ ନିଜ ମନପସନ୍ଦ ଅନୁସାରେ ପରିସ୍ଥିତିକୁ ସମ୍ଭାଳିବାରେ ସଫଳ ହୋଇପାରନ୍ତି। ପାର୍ଟନରଙ୍କ ସହ ଅଧିକ ସମୟ ବିତାଇବା ଓ ମନର ଭାବନା ପ୍ରକାଶ କରିବାର ସୁଯୋଗ ମିଳିବ।
କନ୍ୟା ରାଶି6/13

କନ୍ୟା ରାଶି

କନ୍ୟା ରାଶିର ଅବିବାହିତ ଜାତକଙ୍କ ମନରେ ପୁରୁଣା ପ୍ରେମକୁ ନେଇ ଭାବନା ପୁଣି ଜାଗ୍ରତ ହୋଇପାରେ। ହଠାତ୍ ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କୁ ଦେଖିବା କିମ୍ବା ତାଙ୍କ ବିଷୟରେ କୌଣସି ଖବର ଶୁଣିବା ଦ୍ୱାରା ପୁରୁଣା ସ୍ମୃତି ତାଜା ହୋଇପାରେ। ତେବେ ଭାବନାରେ ଭାସିଯାଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ତୁଳା ରାଶି7/13

ତୁଳା ରାଶି

ତୁଳା ରାଶିର ଜାତକଙ୍କ ମନରେ ପୁରୁଣା ସମ୍ପର୍କକୁ ନେଇ ପୁଣି ଚିନ୍ତା ଆସିପାରେ। ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କ ସହ ଯୋଗାଯୋଗ କରିବା ପୂର୍ବରୁ ସମ୍ପର୍କର ଭଲ ଓ ଖରାପ ଦିଗକୁ ବିଚାର କରନ୍ତୁ। କୌଣସି ପଦକ୍ଷେପ ନେବାରେ ତରବରିଆ ହୁଅନ୍ତୁ ନାହିଁ।
ବିଛା ରାଶି8/13

ବିଛା ରାଶି

ବିଛା ରାଶିର ଜାତକଙ୍କ ପାଇଁ ଆଜି ଦିନଟି ଭାବପ୍ରବଣ ରହିପାରେ। କୌଣସି ବ୍ୟକ୍ତିଙ୍କ ପ୍ରତି ଆକର୍ଷଣ ବଢ଼ିପାରେ। ତେବେ ଭାବନାରେ ପଡ଼ି ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ନୂଆ ଲୋକଙ୍କ ସହ ପରିଚୟ ବଢ଼ାଇବା ଭବିଷ୍ୟତରେ ଉପକାରୀ ହୋଇପାରେ।
ଧନୁ ରାଶି9/13

ଧନୁ ରାଶି

ଧନୁ ରାଶିର ଜାତକଙ୍କ ପାଇଁ ଆଜି ପ୍ରେମ ଓ ରୋମାନ୍ସର ଦିନ ରହିପାରେ। ଆପଣଙ୍କ ଉତ୍ସାହ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାର୍ଟନରଙ୍କୁ ପ୍ରଭାବିତ କରିପାରେ। ଦୁହେଁ ଏକାଠି ଭଲ ସମୟ ବିତାଇବା ସହ ପରସ୍ପରର ନିକଟତର ହେବାର ସୁଯୋଗ ପାଇପାରନ୍ତି।
ମକର ରାଶି10/13

ମକର ରାଶି

ମକର ରାଶିର ଜାତକଙ୍କ ମନରେ ଆଜି କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରତି ଆକର୍ଷଣ ବଢ଼ିପାରେ। ବ୍ୟକ୍ତିଗତ ଜୀବନରେ ନିକଟତା ବଢ଼ିବାର ସଙ୍କେତ ରହିଛି। ତେବେ ନୂଆ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ।
କୁମ୍ଭ ରାଶି11/13

କୁମ୍ଭ ରାଶି

କୁମ୍ଭ ରାଶିର ଜାତକଙ୍କ ପାଇଁ ଆଜି ପରିବାରରେ ଖୁସିର ଖବର ମିଳିପାରେ। ସନ୍ତାନଙ୍କ ପକ୍ଷରୁ କୌଣସି ଭଲ ଖବର ଆସିବାର ସମ୍ଭାବନା ରହିଛି। ଅବିବାହିତ ଜାତକଙ୍କ ଜୀବନରେ କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରବେଶ ହୋଇପାରେ। ନିଜ କ୍ରଶ୍‌ଙ୍କୁ ଦେଖିବାର ସୁଯୋଗ ମିଳିଲେ ମନ ଖୁସି ହୋଇପାରେ।
 ମୀନ ରାଶି:12/13

ମୀନ ରାଶି:

ମୀନ ରାଶିର ଜାତକଙ୍କୁ ଆଜି ପ୍ରେମ ସମ୍ପର୍କରେ ଭାବନା ସହ ବୁଝାମଣା ଓ ସତର୍କତା ରଖିବାକୁ ପଡ଼ିବ। ପାର୍ଟନରଙ୍କ ଭାବନାକୁ ବୁଝିବା ସହ ନିଜ ମନର କଥା ମଧ୍ୟ ସହଜ ଭାବେ କୁହନ୍ତୁ। ପରସ୍ପର ମଧ୍ୟରେ ଖୋଲା ଆଲୋଚନା ହେଲେ ସମ୍ପର୍କରେ ଭଲ ତାଳମେଳ ରହିପାରିବ।
Disclamer:13/13

Disclamer:

ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର

Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର

2

ବକେୟା ପାଉଣା ପାଇଁ ରାସ୍ତାରେ ହାଇଡ୍ରାମା, ଅପେରା ଗାଡ଼ି ଅଟକାଇଲେ କଳାକାର!

3

ତେଲକୋଇରେ ଜୁଆଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

4

Cyclone Alert: ଧୀରେ ଧୀରେ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା 'ଆକଭାନ୍'

5

Today Horoscope: ଆଜି ଦିନଟି କିପରି ବିତିବ? ପଢନ୍ତୁ ରାଶିଫଳ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.