• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Love Horoscope: ୧୦ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

Love Horoscope: ୧୦ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

Written ByPriyambada RanaEdited ByPriyambada Rana
Published: Nov 09, 2026, 02:06 PM IST|Updated: Nov 09, 2026, 02:16 PM IST
joinshare
Love Horoscope: ପ୍ରେମ ଓ ସମ୍ପର୍କ ଜୀବନରେ ଆଜି କାହା ପାଇଁ ଆସିବ ଖୁସିର ମୁହୂର୍ତ୍ତ, ତ ଆଉ କାହାକୁ ରହିବାକୁ ପଡ଼ିବ ସତର୍କ? କେଉଁ ରାଶିର ଜାତକଙ୍କ ପ୍ରେମ ସମ୍ପର୍କରେ ଆସିବ ମଧୁରତା ଏବଂ କାହା ସମ୍ପର୍କରେ ଦେଖାଦେଇପାରେ ମତଭେଦ? ଜ୍ୟୋତିଷୀୟ ଆକଳନ ଅନୁସାରେ, ଆଜିର ଦିନଟି କିଛି ରାଶି ପାଇଁ ପ୍ରେମମୟ ରହିବାକୁ ଥିବାବେଳେ ଆଉ କିଛି ରାଶିର ଜାତକଙ୍କୁ ନିଜ କଥା ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା, ଆଜିର ପ୍ରେମ ରାଶିଫଳରେ ୧୨ଟି ରାଶି ପାଇଁ କ'ଣ ରହିଛି ବିଶେଷ ସଙ୍କେତ।

Love Horoscope: ପ୍ରେମ ଓ ସମ୍ପର୍କ ଜୀବନରେ ଆଜି କାହା ପାଇଁ ଆସିବ ଖୁସିର ମୁହୂର୍ତ୍ତ, ତ ଆଉ କାହାକୁ ରହିବାକୁ ପଡ଼ିବ ସତର୍କ? କେଉଁ ରାଶିର ଜାତକଙ୍କ ପ୍ରେମ ସମ୍ପର୍କରେ ଆସିବ ମଧୁରତା ଏବଂ କାହା ସମ୍ପର୍କରେ ଦେଖାଦେଇପାରେ ମତଭେଦ? ଜ୍ୟୋତିଷୀୟ ଆକଳନ ଅନୁସାରେ, ଆଜିର ଦିନଟି କିଛି ରାଶି ପାଇଁ ପ୍ରେମମୟ ରହିବାକୁ ଥିବାବେଳେ ଆଉ କିଛି ରାଶିର ଜାତକଙ୍କୁ ନିଜ କଥା ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା, ଆଜିର ପ୍ରେମ ରାଶିଫଳରେ ୧୨ଟି ରାଶି ପାଇଁ କ'ଣ ରହିଛି ବିଶେଷ ସଙ୍କେତ।
 

ମେଷ ରାଶି:1/12

ମେଷ ରାଶି:

ଆଜି ଆପଣଙ୍କ ପ୍ରେମ ସମ୍ପର୍କରେ କିଛି ଉତ୍ଥାନ-ପତନ ଦେଖାଦେବାର ସମ୍ଭାବନା ରହିଛି। ତେବେ ଧୈର୍ଯ୍ୟ ଓ ବୁଝାମଣା ଦ୍ୱାରା ପରିସ୍ଥିତିକୁ ସହଜରେ ସମ୍ଭାଳି ପାରିବେ। ଅବିବାହିତଙ୍କ ତୁଳନାରେ ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଅଧିକ ଭଲ ରହିପାରେ।
ବୃଷ ରାଶି:2/12

ବୃଷ ରାଶି:

ଆଜି ଆପଣଙ୍କ ପ୍ରେମ ଜୀବନ ଉପରେ ପାରିବାରିକ କିମ୍ବା ଆର୍ଥିକ ସମସ୍ୟାର ପ୍ରଭାବ ପଡ଼ିପାରେ। କୌଣସି ସମସ୍ୟାକୁ ନେଇ ଅଧିକ ଚିନ୍ତା ନକରି ସକାରାତ୍ମକ ମନୋଭାବ ରଖନ୍ତୁ। ଏଭଳି ସମୟରେ ଆପଣଙ୍କ ଜୀବନସାଥୀଙ୍କ ସହଯୋଗ ଅନେକ ସମସ୍ୟାର ସମାଧାନ କରିବାରେ ସହାୟକ ହେବ।
ମିଥୁନ ରାଶି3/12

ମିଥୁନ ରାଶି

ଆଜି ନିଜ ପାର୍ଟନରଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସେ କୌଣସି କଥାକୁ ନେଇ ମନେ ମନେ ଚିନ୍ତିତ ଥାଇପାରନ୍ତି, କିନ୍ତୁ ଖୋଲାଖୋଲି ଭାବେ କହିପାରୁନଥାଇପାରନ୍ତି। ତେଣୁ ଭଲପାଇବାର ସହ କଥା ହୁଅନ୍ତୁ ଏବଂ ମିଳିମିଶି ସମସ୍ୟାର ସମାଧାନ ଖୋଜନ୍ତୁ।
କର୍କଟ ରାଶି4/12

କର୍କଟ ରାଶି

ଆଜି ପାର୍ଟନରଙ୍କ ରୋମାଣ୍ଟିକ୍ ଅନ୍ଦାଜ ଆପଣଙ୍କ ମନକୁ ଖୁସି କରିଦେବ। ଏହାଦ୍ୱାରା ସମ୍ପର୍କରେ ଆହୁରି ନିବିଡ଼ତା ଓ ମଧୁରତା ବଢ଼ିବ। ଅବିବାହିତ ବ୍ୟକ୍ତିମାନେ ନୂଆ ସମ୍ପର୍କ ଆରମ୍ଭ କରିବା ପାଇଁ ନିଜ ମନକୁ ଖୋଲା ରଖନ୍ତୁ।
ସିଂହ ରାଶି5/12

ସିଂହ ରାଶି

ଆଜି ଆପଣଙ୍କ ପାର୍ଟନରଙ୍କ ସହ ସମ୍ପର୍କ ପୂର୍ବାପେକ୍ଷା ଆହୁରି ମଜବୁତ ହୋଇପାରେ। ପୁରୁଣା ଭୁଲ ବୁଝାମଣା ଧୀରେ ଧୀରେ ଦୂର ହେବ ଏବଂ ସମ୍ପର୍କରେ ନୂଆ ସକାରାତ୍ମକତା ଆସିବ। ଅବିବାହିତଙ୍କ ଜୀବନରେ ଏପରି କାହାରି ଆଗମନ ହୋଇପାରେ, ଯିଏ ଆପଣଙ୍କୁ ବିଶେଷ ଅନୁଭବ କରାଇବେ।
କନ୍ୟା ରାଶି6/12

କନ୍ୟା ରାଶି

ଆଜି ପାର୍ଟନରଙ୍କ ପସନ୍ଦ ଓ ପରାମର୍ଶକୁ ଗୁରୁତ୍ୱ ଦେଲେ ସମ୍ପର୍କରେ ରୋମାନ୍ସ ବଢ଼ିପାରେ। ଅନ୍ୟପଟେ ଅବିବାହିତ ବ୍ୟକ୍ତିମାନେ ନିଜ ପସନ୍ଦର ମଣିଷ ବା କ୍ରଶ୍‌ଙ୍କ ଧ୍ୟାନ ଆକର୍ଷଣ କରିବା ସହ ତାଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇପାରନ୍ତି।
ବିଛା ରାଶି7/12

ବିଛା ରାଶି

ଆଜି ପାର୍ଟନରଙ୍କ କୌଣସି କଥା କିମ୍ବା ବ୍ୟବହାର ଆପଣଙ୍କ ମନକୁ ଖରାପ କରିପାରେ। ତେବେ ତରବରିଆ ଭାବେ ପ୍ରତିକ୍ରିୟା ଦେବାରୁ ଦୂରେଇ ରୁହନ୍ତୁ। ଧୈର୍ଯ୍ୟ ଓ ବୁଝାମଣାର ସହ ପରିସ୍ଥିତିକୁ ସମ୍ଭାଳନ୍ତୁ। ଅବିବାହିତଙ୍କୁ ପୁରୁଣା ପ୍ରେମର ସ୍ମୃତି ଆଜି ଭାବପ୍ରବଣ କରିପାରେ।
ଧନୁ ରାଶି8/12

ଧନୁ ରାଶି

ଆଜି ପାର୍ଟନର ଆପଣଙ୍କ କଥା କିମ୍ବା ସଫେଇକୁ ସହଜରେ ଗ୍ରହଣ ନକରିପାରନ୍ତି। ଫଳରେ ସାମାନ୍ୟ ଯୁକ୍ତିତର୍କ ହେବାର ଆଶଙ୍କା ରହିଛି। ତେଣୁ ନିଜ କଥାକୁ ଶାନ୍ତ ଭାବେ ଉପସ୍ଥାପନ କରନ୍ତୁ। ଅବିବାହିତମାନେ ପୁରୁଣା ଅନୁଭୂତିକୁ ପଛରେ ପକାଇ ଭବିଷ୍ୟତ ଉପରେ ଧ୍ୟାନ ଦେବେ।
ମକର ରାଶି9/12

ମକର ରାଶି

ଆଜି ବର୍ତ୍ତମାନର ପାର୍ଟନରଙ୍କୁ ପୁରୁଣା ସମ୍ପର୍କ ସହ ତୁଳନା କରିବା ଆପଣଙ୍କ ପ୍ରେମ ଜୀବନରେ ଚାପ ସୃଷ୍ଟି କରିପାରେ। ଅତୀତର କଥାକୁ ବର୍ତ୍ତମାନ ସମ୍ପର୍କ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ। ଅବିବାହିତଙ୍କ ଜୀବନରେ ଜଣେ ନୂଆ ଓ ଭଲ ମଣିଷଙ୍କ ଆଗମନ ହେବାର ସଙ୍କେତ ରହିଛି।
କୁମ୍ଭ ରାଶି10/12

କୁମ୍ଭ ରାଶି

ଆଜି ଆପଣଙ୍କ ପ୍ରେମ ଜୀବନରେ ଖୁସି ଓ ଆନନ୍ଦ ରହିବ। ପାର୍ଟନରଙ୍କ ସହ ଏକାନ୍ତରେ କିଛି ସମୟ ବିତାଇବାର ସୁଯୋଗ ମିଳିପାରେ। ଏହାଦ୍ୱାରା ସମ୍ପର୍କରେ ରୋମାନ୍ସ ଓ ନିକଟତା ବଢ଼ିବ। ଅବିବାହିତଙ୍କୁ ନିଜ କ୍ରଶ୍‌ଙ୍କ ପକ୍ଷରୁ ସକାରାତ୍ମକ ସଙ୍କେତ ମିଳିପାରେ।
 ମୀନ ରାଶି:11/12

ମୀନ ରାଶି:

ଆଜି ପାର୍ଟନରଙ୍କ ସହ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଇବାର ସୁଯୋଗ ମିଳିବ। ଏକାଠି ବାହାରକୁ ଯିବା କିମ୍ବା କେଉଁଠି ବୁଲିବାକୁ ଯୋଜନା କରିପାରନ୍ତି। ଅବିବାହିତ ବ୍ୟକ୍ତିମାନଙ୍କ ମନ ମଧ୍ୟ ପ୍ରେମ ଓ ରୋମାନ୍ସ ପ୍ରତି ଆକର୍ଷିତ ହେବ। କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରତି ମନରେ ଭାବନା ବଢ଼ିପାରେ।
Disclamer:12/12

Disclamer:

ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.