Love Horoscope: ୧୬ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!
Published: Nov 15, 2026, 05:47 PM IST|Updated: Nov 15, 2026, 05:55 PM IST
Love Horoscope: ନଭେମ୍ବର ୧୬ ତାରିଖ ପ୍ରେମ ଓ ସମ୍ପର୍କ ଦୃଷ୍ଟିରୁ ୧୨ଟି ରାଶିର ଜାତକଙ୍କ ପାଇଁ ଭିନ୍ନ ଭିନ୍ନ ଅନୁଭୂତି ନେଇ ଆସିପାରେ। କେତେକ ରାଶିର ଜାତକଙ୍କ ପ୍ରେମ ଜୀବନରେ ଖୁସି, ରୋମାନ୍ସ ଓ ନିବିଡ଼ତା ବଢ଼ିବାର ସଙ୍କେତ ରହିଛି। ଅନ୍ୟ କେତେକଙ୍କୁ ସମ୍ପର୍କରେ ଦେଖାଦେଇଥିବା ଭୁଲ୍ ବୁଝାମଣା ଓ ମତଭେଦ ଦୂର କରିବାକୁ ପଡ଼ିପାରେ। ତେବେ ମେଷରୁ ମୀନ ପର୍ଯ୍ୟନ୍ତ କେଉଁ ରାଶିର ପ୍ରେମ ଜୀବନ କିପରି ରହିବ, ଆସନ୍ତୁ ଜାଣିବା।
Love Horoscope: ନଭେମ୍ବର ୧୬ ତାରିଖ ପ୍ରେମ ଓ ସମ୍ପର୍କ ଦୃଷ୍ଟିରୁ ୧୨ଟି ରାଶିର ଜାତକଙ୍କ ପାଇଁ ଭିନ୍ନ ଭିନ୍ନ ଅନୁଭୂତି ନେଇ ଆସିପାରେ। କେତେକ ରାଶିର ଜାତକଙ୍କ ପ୍ରେମ ଜୀବନରେ ଖୁସି, ରୋମାନ୍ସ ଓ ନିବିଡ଼ତା ବଢ଼ିବାର ସଙ୍କେତ ରହିଛି। ଅନ୍ୟ କେତେକଙ୍କୁ ସମ୍ପର୍କରେ ଦେଖାଦେଇଥିବା ଭୁଲ୍ ବୁଝାମଣା ଓ ମତଭେଦ ଦୂର କରିବାକୁ ପଡ଼ିପାରେ। ତେବେ ମେଷରୁ ମୀନ ପର୍ଯ୍ୟନ୍ତ କେଉଁ ରାଶିର ପ୍ରେମ ଜୀବନ କିପରି ରହିବ, ଆସନ୍ତୁ ଜାଣିବା।
1/13ମେଷ ରାଶି:
ମେଷ ରାଶିର ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ରହିପାରେ। ଦୀର୍ଘଦିନ ଧରି ସମ୍ପର୍କରେ ଥିବା ଜାତକଙ୍କ ବିବାହ ପ୍ରସ୍ତାବ ଆଗକୁ ବଢ଼ିପାରେ। ପାର୍ଟନରଙ୍କ ସହ ଏକାନ୍ତରେ ସମୟ ବିତାଇବାର ସୁଯୋଗ ମିଳିବ। ତେବେ ସିଙ୍ଗଲ୍ ଜାତକଙ୍କୁ ନିଜ କ୍ରଶ୍ ଅନ୍ୟ କାହାର ନିକଟତର ହେଉଥିବା ଦେଖି ମନ ଦୁଃଖ ହୋଇପାରେ।
2/13ବୃଷ ରାଶି:
ବୃଷ ରାଶିର ଜାତ ଲୋକଙ୍କ ପାଇଁ ପ୍ରେମ ଜୀବନ ମଧୁର ରହିବ। ପାର୍ଟନରଙ୍କ ଭଲପାଇବା ଓ ବିଶେଷ ଯତ୍ନ ଆପଣଙ୍କୁ ଖୁସି କରିବ। ଦୁହିଁଙ୍କ ମଧ୍ୟରେ ନିକଟତା ଆହୁରି ମଜବୁତ ହୋଇପାରେ। ସିଙ୍ଗଲ୍ ଜାତକଙ୍କ ଜୀବନରେ କୌଣସି ନୂଆ ଓ ବିଶେଷ ବ୍ୟକ୍ତିଙ୍କ ଆଗମନ ହେବାର ସଙ୍କେତ ରହିଛି।
3/13ମିଥୁନ ରାଶି
ମିଥୁନ ରାଶିର ଜାତ ଲୋକଙ୍କ ପାର୍ଟନର କାର୍ଯ୍ୟବ୍ୟସ୍ତତା କାରଣରୁ ଆପଣଙ୍କୁ ଅଧିକ ସମୟ ଦେଇପାରିବେ ନାହିଁ। ତଥାପି ସମ୍ପର୍କରେ ଭଲ ବୁଝାମଣା ରହିବ। ଏକାଠି କିଛି ନିଜସ୍ୱ ସମୟ ବିତାଇବାର ସୁଯୋଗ ମିଳିପାରେ। ସିଙ୍ଗଲ୍ ଜାତକଙ୍କ ପ୍ରତି ସେମାନଙ୍କ କ୍ରଶ୍ଙ୍କ ଆକର୍ଷଣ ଧୀରେ ଧୀରେ ବଢ଼ିପାରେ।
4/13କର୍କଟ ରାଶି
କର୍କଟ ରାଶିର ଜାତ ଲୋକଙ୍କ ପାଇଁ ଦିନଟି ରୋମାଣ୍ଟିକ୍ ରହିବ। ପାର୍ଟନରଙ୍କ ସହ ମନଖୋଲି କଥା ହେବା ଓ ଭାବନା ବାଣ୍ଟିବାର ସୁଯୋଗ ମିଳିବ। ଏହାଦ୍ୱାରା ସମ୍ପର୍କରେ ଆପଣାପଣିଆ ଓ ନିବିଡ଼ତା ବଢ଼ିବ। ସିଙ୍ଗଲ୍ ଜାତକ ପରିବାରର ପସନ୍ଦ ଅନୁଯାୟୀ ବିବାହ ପ୍ରସ୍ତାବକୁ ସକାରାତ୍ମକ ଭାବେ ବିଚାର କରିପାରନ୍ତି।
5/13ସିଂହ ରାଶି
ସିଂହ ରାଶିର ଜାତ ଲୋକଙ୍କ ପାଇଁ ପ୍ରେମ ଜୀବନରେ ରୋମାଞ୍ଚ ବଢ଼ିପାରେ। ପାର୍ଟନରଙ୍କ ସହ କୌଣସି ବିଶେଷ ଯାତ୍ରାର ଯୋଜନା କରିପାରନ୍ତି। ଫିଲ୍ମ ଦେଖିବା କିମ୍ବା ଡେଟ୍ରେ ଯିବାର ସୁଯୋଗ ମିଳିପାରେ। ସିଙ୍ଗଲ୍ ଜାତକ ନିଜ ମନରେ କାହା ପାଇଁ ଥିବା ଭାବନାକୁ ନେଇ ସାଙ୍ଗମାନଙ୍କ ସହ ଆଲୋଚନା କରିପାରନ୍ତି।
6/13କନ୍ୟା ରାଶି
କନ୍ୟା ରାଶିର ଜାତ ଲୋକଙ୍କ ପ୍ରେମ ଜୀବନରେ କିଛି ଅଶାନ୍ତି ଦେଖାଦେଇପାରେ। ପୁରୁଣା କୌଣସି କଥାକୁ ନେଇ ପାର୍ଟନର ରାଗିଯାଇପାରନ୍ତି ଏବଂ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇପାରେ। ତେଣୁ ଶାନ୍ତ ରହି ପରସ୍ପରର ଭାବନାକୁ ବୁଝିବା ଜରୁରୀ। ସିଙ୍ଗଲ୍ ଜାତକ ନିଜ କ୍ରଶ୍ଙ୍କୁ ଖୁସି କରିବା ପାଇଁ ଏକ ସୁନ୍ଦର ଉପହାର ଦେଇପାରନ୍ତି।
7/13ତୁଳା ରାଶି
ତୁଳା ରାଶିର ଜାତ ଲୋକଙ୍କ ପ୍ରେମ ଜୀବନରେ ଖୁସି ଓ ରୋମାନ୍ସ ଭରି ରହିବ। ପାର୍ଟନରଙ୍କ ଭଲପାଇବା ଓ ଆଦର ଅନୁଭବ କରିବା ସହ ଉଭୟ ଅଧିକ ସମୟ ଏକାଠି ବିତାଇବାକୁ ଚାହିଁବେ। ସିଙ୍ଗଲ୍ ଜାତକ ଏକାକୀପଣ ଦୂର କରିବା ପାଇଁ ସାଙ୍ଗମାନଙ୍କ ସହ ସମୟ ବିତାଇପାରନ୍ତି।
8/13ବିଛା ରାଶି
ଆଜି ପାର୍ଟନରଙ୍କ କୌଣସି କଥା କିମ୍ବା ବ୍ୟବହାର ଆପଣଙ୍କ ମନକୁ ଖରାପ କରିପାରେ। ତେବେ ତରବରିଆ ଭାବେ ପ୍ରତିକ୍ରିୟା ଦେବାରୁ ଦୂରେଇ ରୁହନ୍ତୁ। ଧୈର୍ଯ୍ୟ ଓ ବୁଝାମଣାର ସହ ପରିସ୍ଥିତିକୁ ସମ୍ଭାଳନ୍ତୁ। ଅବିବାହିତଙ୍କୁ ପୁରୁଣା ପ୍ରେମର ସ୍ମୃତି ଆଜି ଭାବପ୍ରବଣ କରିପାରେ।
9/13ଧନୁ ରାଶି
ବିଛା ରାଶିର ଜାତ ଲୋକଙ୍କ ସମ୍ପର୍କରେ ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁଁ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ପାର୍ଟନରଙ୍କ ମନରେ ସନ୍ଦେହ ଜାତ ହେବାରୁ ମାନସିକ ଚାପ ବଢ଼ିପାରେ। ତେଣୁ କୌଣସି କଥାରେ ତୁରନ୍ତ ପ୍ରତିକ୍ରିୟା ନଦେଇ ଖୋଲାଖୋଲି ଆଲୋଚନା କରନ୍ତୁ। ସିଙ୍ଗଲ୍ ଜାତକ ନିଜ ଲୁକ୍ ଓ ଷ୍ଟାଇଲ୍ରେ ପରିବର୍ତ୍ତନ କରି କ୍ରଶ୍ଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିପାରନ୍ତି।
10/13ମକର ରାଶି
ମକର ରାଶିର ଜାତ ଲୋକଙ୍କୁ ନିଜ କଥାବାର୍ତ୍ତା ପ୍ରତି ସତର୍କ ରହିବାକୁ ପଡ଼ିବ। ଆପଣଙ୍କ କୌଣସି କଥା ପାର୍ଟନରଙ୍କ ମନକୁ ଆଘାତ ଦେଇପାରେ, ଯାହାଫଳରେ ସମ୍ପର୍କରେ ମନୋମାଳିନ୍ୟ ଦେଖାଦେଇପାରେ। ଭୁଲ୍ ବୁଝାମଣାକୁ ବଢ଼ାଇବା ପରିବର୍ତ୍ତେ ନିଜ ଭୁଲ୍ ସ୍ୱୀକାର କରି ପ୍ରେମର ସହ ବୁଝାଇବାକୁ ଚେଷ୍ଟା କରନ୍ତୁ। ସିଙ୍ଗଲ୍ ଜାତକ ନିଜ କ୍ରଶ୍ଙ୍କୁ ଲଞ୍ଚ୍ କିମ୍ବା କଫି ପାଇଁ ନିମନ୍ତ୍ରଣ କରିପାରନ୍ତି।
11/13କୁମ୍ଭ ରାଶି
ଆଜି ଆପଣଙ୍କ ପ୍ରେମ ଜୀବନରେ ଖୁସି ଓ ଆନନ୍ଦ ରହିବ। ପାର୍ଟନରଙ୍କ ସହ ଏକାନ୍ତରେ କିଛି ସମୟ ବିତାଇବାର ସୁଯୋଗ ମିଳିପାରେ। ଏହାଦ୍ୱାରା ସମ୍ପର୍କରେ ରୋମାନ୍ସ ଓ ନିକଟତା ବଢ଼ିବ। ଅବିବାହିତଙ୍କୁ ନିଜ କ୍ରଶ୍ଙ୍କ ପକ୍ଷରୁ ସକାରାତ୍ମକ ସଙ୍କେତ ମିଳିପାରେ।
12/13 ମୀନ ରାଶି:
ମୀନ ରାଶିର ଜାତକଙ୍କ ପାଇଁ ଦିନଟି ପ୍ରେମ ଓ ଖୁସିରେ ଭରି ରହିପାରେ। ପାର୍ଟନରଙ୍କ ସହ କୌଣସି ସୁନ୍ଦର ଓ ଶାନ୍ତ ସ୍ଥାନକୁ ବୁଲିଯିବାର ଯୋଜନା ହୋଇପାରେ। ଏକାଠି ବିତାଇଥିବା ସମୟ ସମ୍ପର୍କକୁ ଆହୁରି ମଜବୁତ କରିବ। ସିଙ୍ଗଲ୍ ଜାତକ ନିଜ କ୍ରଶ୍ଙ୍କ ଆଗରେ ମନର କଥା ପ୍ରକାଶ କରିପାରନ୍ତି। ଏଥିରୁ ନୂଆ ସମ୍ପର୍କର ଆରମ୍ଭ ହେବାର ସଙ୍କେତ ରହିଛି।
13/13Disclamer:
ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।