Love Horoscope: ୫ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!
Published: Nov 04, 2026, 19:26 IST|Updated: Nov 04, 2026, 19:32 IST
Love Horoscope: ପ୍ରେମ ଓ ସମ୍ପର୍କକୁ ନେଇ ୫ ନଭେମ୍ବର ୨୦୨୬, ଗୁରୁବାର ଦିନଟି କେତେକ ରାଶି ପାଇଁ ଖୁସି ଓ ରୋମାନ୍ସ ନେଇ ଆସିପାରେ। ଅନ୍ୟ କେତେକ ରାଶିର ଜାତକଙ୍କୁ ସମ୍ପର୍କରେ ଥିବା ଭୁଲ ବୁଝାମଣା ଦୂର କରିବା ପାଇଁ ଧୈର୍ଯ୍ୟ ଓ ବୁଝାମଣାର ଆବଶ୍ୟକତା ପଡ଼ିପାରେ। କେତେକ ଅବିବାହିତଙ୍କ ଜୀବନରେ ନୂଆ ପ୍ରେମ ସମ୍ପର୍କର ଆରମ୍ଭ ହେବାର ସଙ୍କେତ ରହିଛି।
ଜ୍ୟୋତିଷୀୟ ଆକଳନ ଅନୁସାରେ, ଆଜି ପ୍ରେମ ସମ୍ପର୍କରେ ବିଶ୍ୱାସ, ଧୈର୍ଯ୍ୟ ଓ ପରସ୍ପରର ଭାବନାକୁ ସମ୍ମାନ ଦେବା ଗୁରୁତ୍ୱପୂର୍ଣ୍ଣ ରହିବ। ତେବେ ଆସନ୍ତୁ ଜାଣିବା ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ପ୍ରେମ ଜୀବନ କିପରି ରହିବ।
1/13ମେଷ ରାଶି:
ମେଷ ରାଶିର ଜାତ ଲୋକଙ୍କ ପାଇଁ ପ୍ରେମ ସମ୍ପର୍କ ଦୃଷ୍ଟିରୁ ଦିନଟି ଭଲ ରହିବ। କୌଣସି କାମରେ ସଫଳତା ମିଳିବା ପରେ ଆପଣ ନିଜ ସାଥୀଙ୍କ ସହ ଖୁସି ମନାଇବାକୁ ଯୋଜନା କରିପାରନ୍ତି। ଯଦି ସମ୍ପର୍କରେ କୌଣସି ମତଭେଦ ରହିଛି, ତେବେ ଯୁକ୍ତିତର୍କ ନକରି ଶାନ୍ତ ଭାବରେ କଥା ହୁଅନ୍ତୁ।
2/13ବୃଷ ରାଶି:
ବୃଷ ରାଶି ପାଇଁ ଦିନଟି ଶୁଭ ରହିବ। ପ୍ରେମ ବିବାହ କରିଥିବା ଦମ୍ପତିଙ୍କ ଜୀବନରେ ଖୁସି ଓ ରୋମାନ୍ସ ବଢ଼ିବ। ସମ୍ପର୍କରେ ନୂଆ ଆରମ୍ଭର ସଙ୍କେତ ରହିଛି। ଅବିବାହିତଙ୍କ ଜୀବନରେ ମଧ୍ୟ କୌଣସି ବିଶେଷ ବ୍ୟକ୍ତିଙ୍କ ଆଗମନ ହୋଇପାରେ।
3/13ମିଥୁନ ରାଶି
ମିଥୁନ ରାଶିର ଜାତକଙ୍କ ପ୍ରେମ ଜୀବନରେ ନୂଆ ଉତ୍ସାହ ଦେଖାଦେଇପାରେ। କୌଣସି ନୂଆ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ଆପଣଙ୍କ ମନରେ ଆଗ୍ରହ ସୃଷ୍ଟି କରିପାରେ। ପୂର୍ବରୁ ପ୍ରେମ ସମ୍ପର୍କରେ ଥିବା ଜାତକଙ୍କ ମଧ୍ୟରେ ନିକଟତା ଓ ବୁଝାମଣା ବଢ଼ିବାର ସମ୍ଭାବନା ରହିଛି।
4/13କର୍କଟ ରାଶି
କର୍କଟ ରାଶିର ଜାତକଙ୍କ ପାଇଁ ଆଜି ନିଜ ମନର କଥା ପ୍ରକାଶ କରିବାର ଭଲ ସୁଯୋଗ ଆସିପାରେ। ପାର୍ଟନରଙ୍କ ସହ ଖୋଲାଖୋଲି ଆଲୋଚନା କଲେ ସମ୍ପର୍କରେ ବିଶ୍ୱାସ ଓ ବୁଝାମଣା ମଜବୁତ ହେବ। ପ୍ରେମ ସମ୍ପର୍କକୁ ଆଗକୁ ନେବା ପାଇଁ ମଧ୍ୟ ଆଶାଜନକ ପରିସ୍ଥିତି ସୃଷ୍ଟି ହୋଇପାରେ।
5/13ସିଂହ ରାଶି
ସିଂହ ରାଶିର ଜାତକଙ୍କ ପାଇଁ ଆଜି ପ୍ରେମ ଜୀବନ ଅନୁକୂଳ ରହିପାରେ। ଆପଣ ନିଜ ମନପସନ୍ଦ ଅନୁସାରେ ପରିସ୍ଥିତିକୁ ସମ୍ଭାଳିବାରେ ସଫଳ ହୋଇପାରନ୍ତି। ପାର୍ଟନରଙ୍କ ସହ ଅଧିକ ସମୟ ବିତାଇବା ଓ ମନର ଭାବନା ପ୍ରକାଶ କରିବାର ସୁଯୋଗ ମିଳିବ।
6/13କନ୍ୟା ରାଶି
କନ୍ୟା ରାଶିର ଅବିବାହିତ ଜାତକଙ୍କ ମନରେ ପୁରୁଣା ପ୍ରେମକୁ ନେଇ ଭାବନା ପୁଣି ଜାଗ୍ରତ ହୋଇପାରେ। ହଠାତ୍ ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କୁ ଦେଖିବା କିମ୍ବା ତାଙ୍କ ବିଷୟରେ କୌଣସି ଖବର ଶୁଣିବା ଦ୍ୱାରା ପୁରୁଣା ସ୍ମୃତି ତାଜା ହୋଇପାରେ। ତେବେ ଭାବନାରେ ଭାସିଯାଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
7/13ତୁଳା ରାଶି
ତୁଳା ରାଶିର ଜାତକଙ୍କ ମନରେ ପୁରୁଣା ସମ୍ପର୍କକୁ ନେଇ ପୁଣି ଚିନ୍ତା ଆସିପାରେ। ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କ ସହ ଯୋଗାଯୋଗ କରିବା ପୂର୍ବରୁ ସମ୍ପର୍କର ଭଲ ଓ ଖରାପ ଦିଗକୁ ବିଚାର କରନ୍ତୁ। କୌଣସି ପଦକ୍ଷେପ ନେବାରେ ତରବରିଆ ହୁଅନ୍ତୁ ନାହିଁ।
8/13ବିଛା ରାଶି
ବିଛା ରାଶିର ଜାତକଙ୍କ ପାଇଁ ଆଜି ଦିନଟି ଭାବପ୍ରବଣ ରହିପାରେ। କୌଣସି ବ୍ୟକ୍ତିଙ୍କ ପ୍ରତି ଆକର୍ଷଣ ବଢ଼ିପାରେ। ତେବେ ଭାବନାରେ ପଡ଼ି ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ନୂଆ ଲୋକଙ୍କ ସହ ପରିଚୟ ବଢ଼ାଇବା ଭବିଷ୍ୟତରେ ଉପକାରୀ ହୋଇପାରେ।
9/13ଧନୁ ରାଶି
ଧନୁ ରାଶିର ଜାତକଙ୍କ ପାଇଁ ଆଜି ପ୍ରେମ ଓ ରୋମାନ୍ସର ଦିନ ରହିପାରେ। ଆପଣଙ୍କ ଉତ୍ସାହ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାର୍ଟନରଙ୍କୁ ପ୍ରଭାବିତ କରିପାରେ। ଦୁହେଁ ଏକାଠି ଭଲ ସମୟ ବିତାଇବା ସହ ପରସ୍ପରର ନିକଟତର ହେବାର ସୁଯୋଗ ପାଇପାରନ୍ତି।
10/13ମକର ରାଶି
ମକର ରାଶିର ଜାତକଙ୍କ ମନରେ ଆଜି କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରତି ଆକର୍ଷଣ ବଢ଼ିପାରେ। ବ୍ୟକ୍ତିଗତ ଜୀବନରେ ନିକଟତା ବଢ଼ିବାର ସଙ୍କେତ ରହିଛି। ତେବେ ନୂଆ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ।
11/13କୁମ୍ଭ ରାଶି
କୁମ୍ଭ ରାଶିର ଜାତକଙ୍କ ପାଇଁ ଆଜି ପରିବାରରେ ଖୁସିର ଖବର ମିଳିପାରେ। ସନ୍ତାନଙ୍କ ପକ୍ଷରୁ କୌଣସି ଭଲ ଖବର ଆସିବାର ସମ୍ଭାବନା ରହିଛି। ଅବିବାହିତ ଜାତକଙ୍କ ଜୀବନରେ କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରବେଶ ହୋଇପାରେ। ନିଜ କ୍ରଶ୍ଙ୍କୁ ଦେଖିବାର ସୁଯୋଗ ମିଳିଲେ ମନ ଖୁସି ହୋଇପାରେ।
12/13 ମୀନ ରାଶି:
ମୀନ ରାଶିର ଜାତକଙ୍କୁ ଆଜି ପ୍ରେମ ସମ୍ପର୍କରେ ଭାବନା ସହ ବୁଝାମଣା ଓ ସତର୍କତା ରଖିବାକୁ ପଡ଼ିବ। ପାର୍ଟନରଙ୍କ ଭାବନାକୁ ବୁଝିବା ସହ ନିଜ ମନର କଥା ମଧ୍ୟ ସହଜ ଭାବେ କୁହନ୍ତୁ। ପରସ୍ପର ମଧ୍ୟରେ ଖୋଲା ଆଲୋଚନା ହେଲେ ସମ୍ପର୍କରେ ଭଲ ତାଳମେଳ ରହିପାରିବ।
13/13Disclamer:
ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।