• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /October Rajyoga 2026: ଅକ୍ଟୋବରରେ ପଡି଼ଛି ୪ ଦୁର୍ଲଭ ଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

October Rajyoga 2026: ଅକ୍ଟୋବରରେ ପଡି଼ଛି ୪ ଦୁର୍ଲଭ ଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

Written ByNarmada BeheraEdited ByNarmada Behera
Published: Oct 01, 2026, 11:08 AM IST|Updated: Oct 01, 2026, 11:15 AM IST
joinshare
October Rajyoga 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଅକ୍ଟୋବର ୨୦୨୬ରେ ୪ ଦୁର୍ଲଭ ଯୋଗ ବିଦ୍ଧାଦିତ୍ୟ, ଲକ୍ଷ୍ମୀ ନାରାୟଣ , ମାଲବ୍ୟ ଓ ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଯୋଗ ଅକ୍ଟୋବର ୪ ରେ ଚନ୍ଦ୍ର କର୍କଟ ରାଶିକୁ ଚଳନ କରିବେ , ଯେଉଁ ରାଶିରେ ପୂର୍ବରୁ ମଙ୍ଗଳ ଓ ବୃହସ୍ପତି ବିରାଜମାନ ଅଛନ୍ତି।


October Rajyoga 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ,  ଅକ୍ଟୋବର ୨୦୨୬ରେ ୪ ଦୁର୍ଲଭ ଯୋଗ ବିଦ୍ଧାଦିତ୍ୟ, ଲକ୍ଷ୍ମୀ ନାରାୟଣ , ମାଲବ୍ୟ ଓ ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଯୋଗ ଅକ୍ଟୋବର ୪ ରେ ଚନ୍ଦ୍ର କର୍କଟ ରାଶିକୁ ଚଳନ କରିବେ , ଯେଉଁ ରାଶିରେ ପୂର୍ବରୁ ମଙ୍ଗଳ ଓ ବୃହସ୍ପତି ବିରାଜମାନ ଅଛନ୍ତି।  ଯାହା ଫଳରେ ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେବ। ଅକ୍ଟୋବର ୧୭ ରେ ସୂର୍ଯ୍ୟ ତୁଳା ରଶିକୁ ଚଳନ କରିବେ ଯେଉଁଥିରେ ବୁଧ ପୂର୍ବରୁ ଅବସ୍ଥିତ ଅଛନ୍ତି। ଫଳରେ ବୁଧାଦିତ୍ୟ ଯୋଗ ସୃଷ୍ଟି ହେଉଛି। ୨୦ ତାରିଖରେ ତୁଳା ରାଶିରେ ଶୁକ୍ରଙ୍କ ଗମନ ଯେଉଁଥିରେ ବୁଧ ଏବଂ ସୂର୍ଯ୍ୟ ଅଛନ୍ତି। ଫଳରେ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହେଉଛି।  ଅକ୍ଟୋବର ୨୦ ରେ ପୁଣି ତୁଳା ରାଶିକୁ ଶୁକ୍ରଙ୍କ ଚଳନ ମାଲବ୍ୟ ରାଜଯୋଗ ସୃଷ୍ଟି ହେଉଛି।  ଏହି ୪ ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। 

ଅକ୍ଟୋବରରେ ପଡି଼ଛି ୪ ଦୁର୍ଲଭ ଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!1/4

ଅକ୍ଟୋବରରେ ପଡି଼ଛି ୪ ଦୁର୍ଲଭ ଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

କର୍କଟ-: ଅକ୍ଟୋବରରେ ପଡିଥିବା ୪ ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି, ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମାରେ ବୃଦ୍ଧି ଘଟିବ। ବୋନସ୍ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଆଶାୟୀ ଭଲ ରେଜଲ୍ଟ କରିବେ। ପ୍ରେମ ସମ୍ପର୍କରେ ଥିବା ଲୋକେଙ୍କ ପାଇଁ ସମୟ ଖାସ୍ ରହିବ ନାହିଁ। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ।
ଅକ୍ଟୋବରରେ ପଡି଼ଛି ୪ ଦୁର୍ଲଭ ଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!2/4

ଅକ୍ଟୋବରରେ ପଡି଼ଛି ୪ ଦୁର୍ଲଭ ଯୋଗ!

ସିଂହ-: ଅକ୍ଟୋବର ରେ ପଡୁଥିବା ୪ ଦୁର୍ଲଭ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଭଲ ରହିବ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ବ୍ୟବସାୟରେ ହେଉଥିବା କ୍ଷତି ଦୂର ହେବ। ଦିର୍ଘ ଦିନ ଧରି ପଡି ରହିଥିବା ଟଙ୍କା ମିଳିବ। ବିଦେଶ ଯାତ୍ରାର ଯୋଗ ରହିଛି । ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। କ୍ୟାରିୟର ରେ ଏକ ବଡ଼ ଟ୍ବିଷ୍ଟ ଆସିବ। ଦିର୍ଘ ଦିନ ଧରି ସରକାରୀ ଚାକିରି ଖୋଜୁଥିବା ଲୋକଙ୍କୁ ପାଇଁ ବି ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଭଲ ରହିବ।
ଅକ୍ଟୋବରରେ ପଡି଼ଛି ୪ ଦୁର୍ଲଭ ଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!3/4

October Rajyoga 2026: ଅକ୍ଟୋବରରେ ପଡି଼ଛି ୪ ଦୁର୍ଲଭ ଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

ତୁଳା-: ତୁଳା ରାଶିଙ୍କ ଭାଗ୍ୟ ଉଦୟ ହେବ। ଦିର୍ଘ ଦିନ ଧରି ଆଶା କରିଥିବା ଜିନିଷଟି ମିଳିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। ଯେଉଁମାନେ ଚାକିରି ବଦଳାଇବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ଚେଷ୍ଟା ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ରିୟଲି-ଇ-ଷ୍ଟେଟ୍ ବା କ୍ଷୁଦ୍ର ବ୍ୟବସାୟୀଙ୍କୁ ବି ଲାଭ ମିଳିବ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ହେଲେ, ପ୍ରେମ ବିବାହ ପାଇଁ ସମୟ ଭଲ ରହିବ ନାହିଁ। ଯେଉଁମାନେ କୌଣସି ସ୍ଥାନରେ ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ କରନ୍ତୁ ଭଲ ଲାଭ ପାଇବେ।
October Rajyoga 2026: ଅକ୍ଟୋବରରେ ପଡି଼ଛି ୪ ଦୁର୍ଲଭ ଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!4/4

October Rajyoga 2026: ଅକ୍ଟୋବରରେ ପଡି଼ଛି ୪ ଦୁର୍ଲଭ ଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

ବିଛା-: ଅକ୍ଟୋବର ମାସ ଏହି ରାଶିଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ଅଟକି ରହିଥିବା ଟଙ୍କା ମିଳିବ। ପୁରୁଣା ନିବେଶରୁ ମାଲାମାଲ୍ ହେବେ। ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କରିବେ। ନୂଆ କୋଠା ବା ଜମି କିଣିବାର ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ। ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିବ। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
TAGS:
Odia News

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.