- ଜି ନ୍ୟୁଜ୍ ଓଡ଼ିଶା
- /ଫଟୋ
- /Pension Update: ଅକ୍ଟୋବର ଓ ନଭେମ୍ବର ଭତ୍ତା ଏକାଠି ପାଇବେ ହିତାଧିକାରୀ, ଆଜିଠୁ ଆରମ୍ଭ...
Pension Update: ଅକ୍ଟୋବର ଓ ନଭେମ୍ବର ଭତ୍ତା ଏକାଠି ପାଇବେ ହିତାଧିକାରୀ, ଆଜିଠୁ ଆରମ୍ଭ...
Published: Nov 25, 2026, 09:42 IST|Updated: Nov 25, 2026, 09:45 IST
Pension Update: ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇବାକୁ ଅପେକ୍ଷା କରିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆଜିଠାରୁ ମିଳିବ ଦୁଇ ମାସର ବକେୟା ଭତ୍ତା ଟଙ୍କା।
ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକାଠି ପାଇବେ ଯୋଗ୍ୟ ହିତାଧିକାରୀ। ଏନେଇ ଭତ୍ତା ପାଇବାକୁ ଅପେକ୍ଷା କରିଥିବା ବୃଦ୍ଧବୃଦ୍ଧା ଓ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।
1/5Pension Update:
ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇବାକୁ ଅପେକ୍ଷା କରିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆଜିଠାରୁ ମିଳିବ ଦୁଇ ମାସର ବକେୟା ଭତ୍ତା ଟଙ୍କା। ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକାଠି ପାଇବେ ଯୋଗ୍ୟ ହିତାଧିକାରୀ। ଏନେଇ ଭତ୍ତା ପାଇବାକୁ ଅପେକ୍ଷା କରିଥିବା ବୃଦ୍ଧବୃଦ୍ଧା ଓ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।
2/5ଦୁଇ ମାସର ବକେୟା ଭତ୍ତା
ତେଣୁ ଦୁଇ ମାସର ବକେୟା ଭତ୍ତା ଏବଂ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ନେଇ ଏହି ଖବର ଅନେକ ପରିବାର ପାଇଁ ଆଶ୍ୱସ୍ତି ଆଣିଛି।
3/5ନୂଆ ହିତାଧିକାରୀଙ୍କୁ ମଧ୍ୟ ମିଳିବ ଭତ୍ତା:
କେବଳ ପୁରୁଣା ହିତାଧିକାରୀ ନୁହନ୍ତି, ନୂଆ କରି ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯିବ। ରାଜ୍ୟ, ଜିଲ୍ଲା କିମ୍ବା ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ୍ୟ ଘୋଷିତ ହୋଇଥିଲେ ମଧ୍ୟ ଯେଉଁମାନେ ଏପର୍ଯ୍ୟନ୍ତ ଭତ୍ତା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ଆଜି ଭତ୍ତା ଟଙ୍କା ଦିଆଯିବ।
4/5ଗ୍ରାମ ପଞ୍ଚାୟତ ଓ ୱାର୍ଡ ଅଫିସରେ ହେବ ବଣ୍ଟନ:
ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ୱାର୍ଡ ଅଫିସରେ ଏହି ଭତ୍ତା ବଣ୍ଟନ କରାଯିବ। ତେବେ ପୂର୍ବଭଳି ଭତ୍ତା ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।
5/5ଆଜିଠୁ ମିଳିବ ଅକ୍ଟୋବର ଓ ନଭେମ୍ବର ଭତ୍ତା:
ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଟଙ୍କା ପ୍ରଦାନ କରାଯିବ। ଦୁଇ ମାସର ବକେୟା ଭତ୍ତା ମିଳିବାକୁ ଥିବାରୁ ହିତାଧିକାରୀଙ୍କୁ ଆଶ୍ୱସ୍ତି ମିଳିବ।