Budh Gochar 2026: ବୁଧଙ୍କ ଗୋଚର,୩ ରାଶି ହେବେ ମାଲାମାଲ୍!
Budh Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଅକ୍ଟୋବର ୨୪ ତାରିଖ ଦିନ ୧୨ଟା ୪୧ ମିନିଟ୍ ସମୟରେ ତୁଳା ରାଶିରେ ଓଲଟା ଚଳନ କରିବେ।
Budh Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଅକ୍ଟୋବର ୨୪ ତାରିଖ ଦିନ ୧୨ଟା ୪୧ ମିନିଟ୍ ସମୟରେ ତୁଳା ରାଶିରେ ଓଲଟା ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ଯଦି ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...
ମେଷ-: ବୁଧଙ୍କ ବକ୍ରି ବା ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ଲାଭ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ପ୍ରେମ ସମ୍ପର୍କରେ ଥିବା ଲୋକେ ବିବାହ କରିପାରିବେ। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ। ନିଜ ପୁରୁଣା ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ। ହେଲେ, ବୈବାହିକ ଜୀବ ଖାସ୍ ରହିବ ନାହିଁ। ସାଥୀଙ୍କ ସହ ବିବାହ ବିଚ୍ଛେଦ ହେବାର ଯୋଗ ରହିଛି।
ଏହାବି ପଢନ୍ତୁ: Weather Update: ଅକ୍ଟୋବର ୨୯ରେ ସାମ୍ଭାବ୍ୟ ବାତ୍ୟା ଆଶଙ୍କା! ଓଡ଼ିଶାରେ କ'ଣ ରହିବ ପ୍ରଭାବ ଜାଣନ୍ତୁ?
ଏହାବି ପଢନ୍ତୁ: Senior Journalist Bibhuti Pati Passes Away:ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ବିୟୋଗ,ହୃଦଘାତରେ...
କର୍କଟ-: ବୁଧଙ୍କ ଓଲଟା ଚଳନ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଦିର୍ଘ ଦିନ ଧରି ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ । ଯେଉଁମାନେ ଦିର୍ଘ ଦିନ ହେବ ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଯୋଜନା କରୁଛନ୍ତି। ଏହି ସମୟରେ କଲେ ଅଧିକ ଟଙ୍କା ଲାଭ ପାଇବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଭଲ ରେଜଲ୍ଟ ମିଳିବ। ଟଙ୍କା ପଇସା ଅଭାବ ଦୂର ହେବ। ହେଲେ, ପ୍ରେମୀ ମାନଙ୍କ ଲାଗି ସମୟ ଏତେ ଖାସ୍ ରହିବ ନାହିଁ। ପାର୍ଟନରଙ୍କ ସହ ସମ୍ପର୍କ ଛିନ୍ନ ହୋଇପାରେ। ସ୍ବାସ୍ଥ୍ୟବସ୍ଥା ଭଲ ରହିବ ନାହିଁ। ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ପାଠ ପଢିବା ପାଇଁ ଯୋଜନା କରୁଛନ୍ତି, ଏହି ସମୟରେ ସେମାନଙ୍କ ଆଶା ପୂରା ହେବ। ନବ ବିବାହିତମାନେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। ନିଜ ପିଲାମାନଙ୍କ ଠାରୁ ଗୁଡ୍ ନ୍ୟୁଜ୍ ପାଇବେ।
ବିଛା-:ବୁଧଙ୍କ ବିଶେଷ କୃପା ଏହି ରାଶିଙ୍କ ଉପରେ ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିଛି। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ। ବ୍ୟବସାୟରେ ହେଉଥିବା କ୍ଷତି ଲାଭରେ ପରିବର୍ତ୍ତନ ହେବ। ଟଙ୍କା ରୋଜଗାରର ନୂଆ ଉତ୍ସ ପାଇବେ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପ୍ରେମ ସମ୍ପର୍କରେ ଥିବା ଲୋକେ ବିବାହ କରିପାରନ୍ତି। ଆପଣଙ୍କୁ କୌଣସି ବ୍ୟକ୍ତି ପ୍ରେମ ନିବେଦନ କରିପାରନ୍ତି। ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ। ନୂଆ ଘର କିମ୍ବା ଗାଡ଼ି କ୍ରୟ କରିବେ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଏପରିକି, ବିବାହ ଯୋଗ ମଧ୍ୟ ରହିଛି।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)