Dhanteras 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆଜି ଧନତେରାସ୍। ଏହି କ୍ରମରେ କନ୍ୟା ରାଶିରେ ଚନ୍ଦ୍ର ବିରାଜମାନ ଥିବା ବେଳେ ଧନ, ସମୃଦ୍ଧି ଓ ଭୈତିକ ସୁଖର କାରକ ଶୁକ୍ର ସେହି ରାଶିକୁ ଚଳନ କରିଛନ୍ତି।ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ,ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...
ବୃଷ-: ଧନତେରସ୍ ରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷ କରି, ଆର୍ଥିକ ସ୍ଥିତି ଭଲ ରହିବ। ଚାକିରି କରିଥିବା ଲୋକଙ୍କୁ ପ୍ରମୋସନ୍ ମିଳିପାରେ। ବୋନସ୍ ବି ମିଳିବା ସହ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜବୁତ୍ ରହିବ। ପ୍ରେମୀମାନଙ୍କ ଲାଗି ସମୟ ଖାସ୍ ରହିବ। ଦିର୍ଘ ଦିନ ଧରି ପଡି ରହିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବେ।
କନ୍ୟା-: ଧନତେରସ୍ ରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ।ବିଶେଷକରି, ଦୂରଯାତ୍ରା କରିବାର ଯୋଗ ରହିଛି। ଚାକିରି କରିଥିବା ଲୋକେ କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ପାଇବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ମୋଟାଅଙ୍କର ଲାଙ ମିଳିବ। ଅଧିକ ସପିଂ କରିବାରୁ ବଜେଟ୍ ପ୍ରଭାବିତ ହୋଇପାରେ। ଯେଉଁମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଏହି ସମୟରେ କରନ୍ତୁ ଭଲ ଦ୍ବି-ପଇସା ଲାଭ ପାଇବେ। ଭାଙ୍ଗିଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡ଼ି ହେବ। ସିଙ୍ଗଲ୍ ଥିବା ଲୋକଙ୍କୁ ଭଲ ଜୀବନ ସାଥୀ ମିଳିପାରେ।
ବିଛା-: ଧନତେରସ ରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ସମୟରେ ଆର୍ଥିକ ସ୍ଥିତି ବଦଳିବ। ଦିର୍ଘ ଦିନର ଆଶା ପୂରଣ ହୋଇପାରେ। ଘର କ୍ରୟ କରିପାରନ୍ତି। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଥିବା ବ୍ୟବସାୟୀମାନେ ଏହି ସମୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ। ପୁରୁଣା ସମ୍ପର୍କରେ କୌଣସି ପ୍ରକାର ଲାଭ ପାଇବେ। ପ୍ରତ୍ୟକ କାର୍ଯ୍ୟରେ ପରିବାରର ସମର୍ଥନ ପାଇବେ।
ଧନୁ-: ଧନୁ ରାଶିଙ୍କ ପାଇଁ ସମୟ ବେଶ୍ ଶୁଭ ରହିବ। ଯେଉଁ କାମରେ ହାତଦେବେ ସେଥିରେ କାର୍ଯ୍ୟ ସିଦ୍ଧି ହେବେ। ଚାକିରି ଖୋଜୁଥିବା ଲୋକଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଚାକିରି ଅଫର ମିଳିପାରେ।ସହକର୍ମୀଙ୍କ ସହ ହୋଇଥିବା ବିବାଦ ଓ ମନୋମାଳିନ୍ୟ ଦୂର ହେବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ପରିବାରର ଲୋକଙ୍କ ପରାମର୍ଶ ନେଇ କାମ କଲେ ସଫଳତା ଲାଭ କରିବେ। ନୂଆ ଘର ଓ ଗାଡି଼ କିଣିବେ।
ମକର-: ମକର ରାଶିଙ୍କ ପାଇଁ ସମୟ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟରେ ଉନ୍ନତି ହେବା ସହ କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ଚାକିରି କରିଥିବା ଲୋକଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବ୍ୟବସାୟୀମାନେ ପୁରୁଣା ଯୋଜନାରୁ ଲାଭ ପାଇପାରନ୍ତି। ପରିବାର ଲୋକଙ୍କ ଠାରୁ ସମର୍ଥନ ମିଳିବ। ଘରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)