Dhanteras Rashifal: ଧନତେରସରେ ଫିଟିବ ମେଷ ସହ ଏହି ୨ ରାଶିଙ୍କ ଭାଗ୍ୟ
Dhanteras Horoscope 2026: ଚଳିତ ବର୍ଷ ଧନତେରସ ଅବସରରେ ବୁଧ ଏବଂ ଶୁକ୍ରଙ୍କ ଯୁତି କାରଣରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୩ଟି ରାଶିର ବ୍ୟକ୍ତିବିଶେଷ ଏହାଦ୍ୱାରା ଅଧିକ ଲାଭ ପାଇବେ ।
Dhanteras Horoscope 2026: ନଭେମ୍ୱର ୬ ତାରିଖରେ ଧନତେରସ ପର୍ବ ପାଳନ କରାଯିବ । ଜ୍ୟୋତିଷ ଦୃଷ୍ଟିକୋଣରୁ ଏହି ଦିନଟି କିଛି ରାଶି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଗ୍ରହ ଚଳନ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ ଯୋଗର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡିଥାଏ। ବୁଧ ଏବଂ ଶୁକ୍ରଙ୍କ ସଂଯୋଗ ଯୋଗୁଁ ଧନତେରସରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେଉଛି। ଏହି ଯୋଗକୁ ଧନ, ବୁଦ୍ଧି, ସୁଖ-ସୁବିଧା ଏବଂ ସମୃଦ୍ଧି ସହିତ ଯୋଡ଼ି ଦେଖାଯାଏ। ମାନ୍ୟତା ଅଛି ଯେ, ଏହି ଶୁଭ ସଂଯୋଗ ଦ୍ୱାରା ମେଷ, ତୁଳା ଏବଂ ଧନୁ ରାଶିର ବିଭିନ୍ନ କ୍ଷେତ୍ରରେ ଶୁଭଫଳ ପାଇବେ ।
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ରାଜକୁମାର ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର ଏବଂ ତର୍କ ଶକ୍ତିର କାରକ ଗ୍ରହ ବୋଲି ବିବେଚନା କରାଯାଇଛି। ସେହିପରି ଶୁକ୍ରଙ୍କୁ ଧନ, ବୈଭବ, ପ୍ରେମ, ବିଳାସ ଏବଂ ଭୌତିକ ସୁଖ-ସୁବିଧାର କାରକ ବୋଲି ବିବେଚନା କରାଯାଇଛି। ଯେତେବେଳେ ଏହି ଦୁଇଟି ଗ୍ରହ ଗୋଟିଏ ରାଶିରେ ଚଳନ କରନ୍ତି ଉଭୟଙ୍କର ଯୁତି ଦ୍ୱାରା ଲକ୍ଷ୍ମୀ ନାରାୟଣ ଯୋଗ ଗଠନ ହୋଇଥାଏ।
ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ, ତୁଳା ରାଶିରେ ଗ୍ରହମାନଙ୍କର ବିଶେଷ ସ୍ଥିତି କାରଣରୁ ତ୍ରିଗ୍ରାହୀ ଯୋଗ, ବୁଧାଦିତ୍ୟ ଯୋଗ, ଶୁକ୍ରାଦିତ୍ୟ ଯୋଗ ଏବଂ ଲକ୍ଷ୍ମୀ ନାରାୟଣ ରାଜଯୋଗ ଭଳି ଶୁଭ ସଂଯୋଗ ହେଉଛି । ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ଏହି ଯୋଗଗୁଡ଼ିକର ପ୍ରଭାବ କିଛି ରାଶି ପାଇଁ ବିଶେଷ ଲାଭଦାୟକ ସାବ୍ୟସ୍ତ ହୋଇପାରେ।
ମେଷ ରାଶି
ଲକ୍ଷ୍ମୀ ନାରାୟଣ ରାଜଯୋଗ ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିପାରେ । ନିଜ କଠିନ ପରିଶ୍ରମ ତୁଳନାରେ ଅଧିକ ଲାଭ ପାଇବେ । ବିନିଯୋଗ କରିଥିଲେ ସେଥିରୁ ମଧ୍ୟ ଫାଇଦା ହୋଇପାରେ। ଚାକିରି କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇବେ। ଉଚ୍ଚ ପଦାଧିକାରୀଙ୍କଠାରୁ ପ୍ରଶଂସା ଏବଂ ନୂଆ ଦାୟିତ୍ୱ ମିଳିପାରେ । ବ୍ୟବସାୟରେ ଲାଭ ବଢିବ । ନୂଆ ବ୍ୟବସାୟିକ ଯୋଜନାରୁ ଲାଭ ମିଳିବାର ସମ୍ଭାବନା ଅଛି। ପରିବାର ସହିତ ସମୟ ବିତାଇବେ । ଘର ପାଇଁ କିଛି ଟଙ୍କା ଖର୍ଚ୍ଚ କରିପାରନ୍ତି।
ତୁଳା ରାଶି
ଏହି ରାଜଯୋଗ ଆପଣଙ୍କୁ ଲାଭଦାୟକ ଫଳାଫଳ ପ୍ରଦାନ କରିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆୟର ନୂଆ ମାଧ୍ୟମ ଆପଣ ପାଇପାରନ୍ତି । ଦୀର୍ଘ ସମୟରୁ କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ତାହା ଫେରସ୍ତ ମିଳିବାର ସମ୍ଭାବନା ଅଛି। ଚାକିରି ଖୋଜୁଥିଲେ ଭଲ ସୁଯୋଗ ମିଳିପାରେ।
ଧନୁ ରାଶି
ଆପଣଙ୍କ ପାଇଁ ଲକ୍ଷ୍ମୀ ନାରାୟଣ ରାଜଯୋଗ ଭାଗ୍ୟ ଫିଟାଇବ । ଦୀର୍ଘ ଦିନରୁ କୌଣସି ଅଧୁରା ଇଚ୍ଛା ରହିଥିଲେ ତାହା ପୂରଣ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଥିଲେ ଅଫର୍ ମିଳିପାରେ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ।
(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)
Also Read- Mangal Gochar 2026: ୧୨ ନଭେମ୍ବରରେ ମଙ୍ଗଳ ଚଳନ, ୪ ରାଶିକୁ ଧନ ଲାଭ!